ହେଡଲାଇନସ୍:

ପ୍ରତିଶ୍ରୁତି ପକ୍ଷରୁ ରଥଯାତ୍ରା ବିଶେଷାଙ୍କ ଲୋକାର୍ପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରରୁ ଦୀର୍ଘ ୩୭ ବର୍ଷ ଧରି ନୀରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ଆସୁଥିବା ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ତ୍ରୈ÷ମାସିକ ପତ୍ରିକା ‘ପ୍ରତିଶ୍ରୁତି’ର ରଥଯାତ୍ରା ବିଶେଷାଙ୍କ-୨୦୧୯ ପ୍ରତିଷ୍ଠାନର ସଭାପତି ଡ଼ା. ପାର୍ଥସାରଥୀ ଜେନାଙ୍କ ଅଧ୍ୟକ୍ଷତାରେ ମହାପ୍ରଭୂ ଶ୍ରଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ମୁଖରେ ଲୋକାର୍ପିତ ହୋଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପତ୍ରିକାର ପ୍ରତିଷ୍ଠାତା  ସମ୍ପାଦକ ଭାଗବତ ପଣ୍ଡା ପତ୍ରିକା ପ୍ରକାଶନର ଆଭିମୁଖ୍ୟ ଉପରେ ଆଲୋକପାତ କରାଇବା ସହ ଆଧ୍ୟାତ୍ମିକ ସାହିତ୍ୟ ସମାଜକୁ ଶୃଙ୍ଖଳିତ କରାଇବା କ୍ଷେତ୍ରରେ ବିଶେଷ ଭାବେ ସହାୟତା ପ୍ରଦାନ କରାଇଥାଏ ବୋଲି ମତପୋଷଣ କରିଥିଲେ । ସେହିପରି ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଓ ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଯୋଗ ଦେଇ ପତ୍ରିକାକୁ ଲୋକାର୍ପିତ କରାଇବା ସହ ଜଗନ୍ନାଥ ସଂସ୍କୃତି ସମ୍ବଳିତ ଉକ୍ତ ପତ୍ରିକା ମହାପ୍ରଭ୍ୟ ଶ୍ରୀଜଗନ୍ନାଥଙ୍କ ଉପରେ ଭକ୍ତମାନଙ୍କୁ ଓ ଜଗନ୍ନାଥ ସଂସ୍କୃତି ଉପରେ ଜାଣିବାକୁ ଚାହୁଁଥିବା ଗବେଷକମାନଙ୍କ ନିମନ୍ତେ ବିଶେଷ ଉପାଦେୟ ହøାଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଶୁଭେଚ୍ଛୁ ଖଗେଶ୍ୱର ବଳିଆର ସିଂ ପ୍ରମୁଖଙ୍କ ସହ ବହୁ ଜଗନ୍ନାଥ ସଂସ୍କୃତି ପ୍ରେମୀ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଲୋକାର୍ପିତ ହୋଇଥିବା ପତ୍ରିକାରେ ବିଶେଷ କରି ଓଡ଼ିଶା ଓ ଓଡ଼ିଶା ବାହାରର ଅନେକ ଲବ୍ଧ ପ୍ରତିଷ୍ଠିତ  ଜଗନ୍ନାଥ ସଂସ୍କୃତି ଗବେଷକମାନଙ୍କ ଲେଖା ସ୍ଥାନ ପାଇଥିବା ବେଳେ ପତ୍ରିକାର ପ୍ରଚ୍ଛଦପଟ୍ଟ  ଆକର୍ଷଣିୟ ହେବା ସହ ଲେଖାଗୁଡ଼ିକ ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ହେଉଥିବା ଆଲୋଚନାରୁ ଜଣାପଡ଼ିଛି ।

0
0
0
s2sdefault