ହେଡଲାଇନସ୍:

ବାରିପଦା ରଥଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ବାରିପଦା-(ଦିଲ୍ଲୀପ ମହାନ୍ତି):ବାରିପଦା ପବିତ୍ର ରଥଯାତ୍ରା -୨୦୧୯ ଅବସରରେ  ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ଓଡିଶୀ ନୃତ୍ୟଶ୍ରୀ ସାଂସ୍କୃତିକ ଅନୁଷ୍ଠାନ ଜଟଣୀ ଖୋର୍ଦ୍ଧ ଚିନ୍ମୟୀ ମହାନ୍ତିଙ୍କ  ସଂଯୋଜନାରେ ଓଡିଶୀ ନୃତ୍ୟଶିଳ୍ପୀ କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ଏବଂ ବାରିପଦାର ସାରେଗାମାପା ଭଜନ ଅନୁଷ୍ଠାନ ର ବିଭୁତି ଭୁଷଣ ବେହେରାଙ୍କ ସଂଯୋଜନା ଏବଂ ତାଙ୍କ ସାଥି କଣ୍ଠଶିଳ୍ପୀଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତି ଭାବଧାରା ଉପରେ ପର୍ଯ୍ୟବେଶିତ ଚିତାକର୍ଷକ ଭଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସଂସ୍କୃତି ବିଭାଗ ଓ ବାରିପଦା ପୌରପରିଷଦ ମିଳିତ ସହଯୋଗରେ ବାରିପଦା ରଥଦାଣ୍ଡରେ ଆୟୋଜିତ ଉକ୍ତ ଭଜନ ସଂଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ତନୁଜା ସିର୍କା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଏବଂ ସଂପୃକ୍ତ ବିଭାଗ ପଦାଧିକାରୀ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିବା ସହ କଳାକାର ମାନଙ୍କୁ ଉସôାହିତ କରିଥିଲେ ।

0
0
0
s2sdefault