ହେଡଲାଇନସ୍:

କୁଣ୍ଡାଖାଇ ବ୍ୟାଙ୍କରେ ର୍ଦୁବ୍ୟବହାର ଅଭିଯୋଗ; କ୍ଷେତ୍ର ପରିଚାଳକଙ୍କଠାରେ ଅଭିଯୋଗ କଲେ ଅସନ୍ତୁଷ୍ଟ ଉପଭୋକ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

                          
ମେଲଛାମୁଣ୍ଡା,(ମନୋଜ ଭୋଇ) ବର୍ତମାନ ସରକାର ଜନସାଧାରଣଙ୍କୁ କିପରି ସହଜରେ ଏବଂ ସୁବିଧାରେ ବ୍ୟାଙ୍କ ସେବା ମିଳିପାରିବ ସେଥିପ୍ରତି ବିଶେଷ ଭାବେ ଯତ୍ନବାନ ରହିଛନ୍ତି । ଉପଭୋକ୍ତା ମାନଙ୍କୁ ବ୍ୟାଙ୍କ ପ୍ରତି ଆକୃଷ୍ଟ କରିବା ପାଇଁ ବ୍ୟାଙ୍କ ସେବାକୁ ସରଳିକରଣ କରିଛନ୍ତି । ଉପଭୋକ୍ତାମାନେ ବ୍ୟାଙ୍କକୁ ବାରମ୍ବାର  ନ ଆସି ଯେପରି ବ୍ୟାଙ୍କ ସେବା ସହଜରେ ପାଇପାରିବେ ଏପରିକି ଉପଭୋକ୍ତାଙ୍କ ସହ ଉତମ ସଂପର୍କ ରଖିବାକୁ  ଉପରିସ୍ତ ଅଧିକାରୀମାନେ ମଝିରେ ମଝିରେ ବ୍ୟାଙ୍କ କର୍ମଚାରୀଙ୍କୁ ତାଳିମ ମଧ୍ୟ ଦେଉଛନ୍ତି । ଏତେ ସବୁ ବ୍ୟବସ୍ଥା ଥିବା ସତ୍ୱେ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କୁଣ୍ଡାଖାଇ ଉକ୍ରଳ ଗ୍ରାମିଣ ବ୍ୟାଙ୍କର ଶାଖା ପରିଚାଳକ ଜଣେ ଉପଭୋକ୍ତାଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହ ତାଙ୍କର ଅତ୍ୟାବଶ୍ୟକ ଥିବା କାମ ନ କରିବାରୁ ତାଙ୍କର ସଂର୍ପକିୟଙ୍କ ମୃତ୍ୟୁ ହୋଇଥିବା ଭଳି ଗୁରୁତର ଅଭିଯୋଗ ବରଗଡ ସ୍ଥିତ ଜିଲ୍ଳା କାର୍ଯ୍ୟାଳୟର କ୍ଷେତ୍ର ପରିଚାଳକଙ୍କ ପାଖରେ କରିଛନ୍ତି । ପ୍ରାପ୍ତସୂଚନାନୂସାରେ ମଲମୁଣ୍ଡା ଗ୍ରାମର ବୃନ୍ଦାବନ ସାହୁ କୁଣ୍ଡାଖାଇ ଉକ୍ରଳ ଗ୍ରାମିଣ ବ୍ୟାଙ୍କର ଜଣେ ପୁରୁଣା ଉପଭୋକ୍ତା ରହିଆସିଛନ୍ତି । ତାଙ୍କର ସମସ୍ତ ବ୍ୟାଙ୍କ କାମ ଏହି ବ୍ୟାଙ୍କ ଜରିଆରେ କରିଥାନ୍ତି । ତାଙ୍କର ଜଣେ ସଂପର୍କିୟ ଗତ ଜାନୁଆରି ମାସରେ ଭୁବନେଶ୍ୱସ୍ଥିତ ହେମଲତା ନଂର୍ସି ହୋମରେ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ । ତାଙ୍କର ସଂପର୍କିୟଙ୍କୁ ଟଙ୍କାର ଆବଶ୍ୟକତା ପଡିବାରୁ ବୃନ୍ଦାବନ ବ୍ୟାଙ୍କୁ ଏନଇଏଫଟି କରିବାକୁ ଆସିଥିଲେ । କୌଣସି କାରଣକୁ ନେଇ ଶାଖା ପରିଚାଳକଙ୍କ ସହ ଯୁକ୍ତିତର୍କ ହେବାରୁ ୨ଟା ପୂର୍ବରୁ ବ୍ୟାଙ୍କକୁ ପହଂଚିଥିିଲେ ସୁଦ୍ଧା ବୃନ୍ଦାବନଙ୍କର ଏନଇଏଫଟି ହୋଇପାରି ନ ଥିଲା । ଯଦ୍ୱାରା ତାଙ୍କ ସଂପର୍କିୟଙ୍କ ପାଖକୁ ଟଙ୍କା ପହଂଚି ନ ପାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ବୃନ୍ଦାବନ ଗତ ୮/୭/୨୦୧୯ ସୋମବାର ଦିନ ବ୍ୟାଙ୍କକୁ କିଛି ଟଙ୍କା ଜମା କରିବା ପାଇଁ ଯାଇଥିବା ବେଳେ ଶାଖା ପରିଚାଳକ ପୂର୍ବ ଘଟଣାର ଆକ୍ରୋଶ ରଖି ଟଙ୍କା ଜମା କରାଇ ଦେଇ ନ ଥିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିର୍ତକ ହେବାରୁ ବୃନ୍ଦାବନ ବ୍ୟାଙ୍କରୁ ପଳାଇ ଆସି ବରଗଡସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟ ପରିଚାଲକଙ୍କ ପାଖରେ ଶାଖା ପରିଚାଳକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ପାଇଁ ଦାବୀ କରିଛନ୍ତି । ଅଭିଯୋଗ ସଂପର୍କରେ କୁଣ୍ଡାଖାଇ ବ୍ୟାଙ୍କର ଶାଖା ପରିଚାଳକ ସମ୍ବିତ କୁମାର ଜେନାଙ୍କୁ ପଚରାଯିବାରୁ ବୃନ୍ଦାବନ ସାହୁ ବ୍ୟାଙ୍କ ସମୟ ବାହାରେ ଆସିଥିଲେ ସେଥି ପାଇଁ ତାଙ୍କ କାମ ହୋଇ ପାରି ନ ଥିବା ପ୍ରକାଶ କରିବା ସହ ର୍ଦୁବ୍ୟବହାର କରିଥିବା ବିଷୟକୁ ସଂପୂର୍ଣ୍ଣ ମିଛ ବୋଲି ପ୍ରକାଶ କରିଥିଲେ । ଅଭିଯୋଗ ସଂପର୍କରେ କ୍ଷେତ୍ରିୟ ପରିଚାଳକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସଂମ୍ଭବ ହୋଇ ପାରି ନ ଥିଲା । ବ୍ୟାଙ୍କ ଅଧିକାରୀ ଯଥାଶିଘ୍ର ଘଟଣାର ତଦନ୍ତକରି ଉଭୟ ଉପଭୋକ୍ତା ଏବଂ ଶାଖା ପରିଚାଳକଙ୍କ ମଧ୍ୟରେ ଥିବା ସମନ୍ମୟର ଅଭାବକୁ ଦୂର କରିବା ପାଇଁ ଉପଭୋକ୍ତା ମହଳରେ ଦାବୀ ହେଉଛି । ଏ ସମ୍ପର୍କରେ  କ୍ଷେତ୍ର ପରିଚାଳକଙ୍କ ସହ ଯୋଗ ଯୋଗ କରାଯିବାରେ ଅଭିଯୋଗ ପହଁଚିଥିବା ସ୍ଵୀକାର କରିଥିଲେ ଓ ଖୁବ ଶୀଘ୍ର ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି |

0
0
0
s2sdefault