ହେଡଲାଇନସ୍:

ରୁପି ଖରସେଲଙ୍କୁ ସହାୟତାର ହାତ ବଢ଼ାଇଲା ବଲାଙ୍ଗିର ୟୁଥ ଏକ୍ସନ୍ କମିଟି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  "ପାଞ୍ଚଗୋଟି କୁକୁଡା ଓ ରାସନ କାର୍ଡ୍ ରୁ ମିଳିଥିବା ଚାଉଳ ଦେଇ ଜାତି ହୋଇଥିଲେ ରୁପି"


ବଲାଙ୍ଗିର :(ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ବଲାଙ୍ଗିର ୟୁଥ ଏକ୍ସନ୍ କମିଟିର ସଭାପତି ଶ୍ରୀଯୁକ୍ତ ବିନୋଦ କୁମାର କାଲସାଏଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଟାଡ ବାହାଲ ଗ୍ରାମ କୁ ଗ୍ରସ୍ତ କରିଥିଲେ । ଗଣମାଧ୍ୟମରୁ ଖବର ପାଇ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଟାଡ ବାହାଲ ଗ୍ରାମକୁ ଯାଇ ସେଠାରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଲେ ଯେ ଋପି ଖର୍ସେଲ ଓ ତାଙ୍କ ପୁଅ ସନ୍ତୋଷ ଖର୍ସେଲଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ବଢିବାରୁ ପୁଅ ସନ୍ତୋଷ ରାଗିଯାଇ ଋପିଙ୍କୁ ଏକ ଠେଙ୍ଗାରେ ପିଟି ଥିଲେ । ଏହା ଦେଖି ଋପିଙ୍କର ସ୍ତ୍ରୀ ଆଶାମତୀ ମନା କରିବା ସହିତ ଗ୍ରାମ ବାସିଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇବାକୁ ଚାହିଁଥିଲେ । ଏହା ଜାଣିବା ପରେ ପ୍ରଚଣ୍ଡ ରାଗରେ ଥିବା ସନ୍ତୋଷ କିରୋସିନି ଢାଳି ମାଁ ଆଶାମତୀଙ୍କୁ ଜୀବନ୍ତ ଜାଳି ଦେଇଥିଲେ । ଖବର ପାଇ ବେଲପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଡା ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଏବଂ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହା ପରେ ଋପି ଏକା ହୋଇଯାଇଥିଲେ । ସ୍ତ୍ରୀ ର ମୃତ ଶବକୁ ଛୁଇଁ ସତ୍କାର କରିଥିବାରୁ ଋପି ଅନେକ ହଟହଟା ହୋଇଥିଲେ ଏବଂ ମୃତ ଶବ କୁ ଅନ୍ୟ ଜାତିର ଲୋକ ବ୍ୟବଚ୍ଛେଦ କରିଛନ୍ତି ବୋଲି ତାଙ୍କୁ ଜାତି ହେବାକୁ ପଡିବ ବୋଲି ସମାଜର କେତେକ ପୁରୁଖା ବ୍ୟକ୍ତି କହିଥିଲେ । ବାର୍ଦ୍ଧକ୍ୟ ଭତ୍ତାରେ ଚାଲୁଥିବା ୠପି ପାଇଁ ଜାତି ଭାତ ଦେବା ଥିଲା କାଠିକର ପାଠ କିନ୍ତୁ ସାମାଜିକ  କୁସଂସ୍କାର  ଆଗରେ ବାଧ୍ୟ ହୋଇ ଶେଷରେ ଋପି ସଞ୍ଚୟ କରି ରଖିଥିବା ଭତ୍ତା ଟଙ୍କାରେ ପାଞ୍ଚଗୋଟି କୁକୁଡା ଓ ରାସନ କାର୍ଡ୍ ରୁ ମିଳିଥିବା ଚାଉଳ ଦେଇ ଜାତି ହୋଇଥିଲେ । ପରିଶେଷରେ ଋପି ପାଖରେ ଟଙ୍କା ଟିଏ ମଧ୍ୟ ନଥିବାରୁ ଭିକ ମାଗି ପତ୍ନୀ ର ସଂସ୍କାର କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମରୁ ଜାଣିବା ପରେ  ବଲାଙ୍ଗୀର ୟୁଥ ଏକ୍ସନ୍ କମିଟି ତରଫରୁ ଆସନ୍ତା ମଙ୍ଗଳବାର ଦିନ ହେବାକୁ ଥିବା ଦଶାହ କାର୍ଯ୍ୟ କୁ ନଜରରେ ରଖି ଭୋଜି ଭାତ ପାଇଁ ନଗଦ ୨୦୦୦/- ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଚାଉଳ, ଡାଲି ଇତ୍ୟାଦି ରୋଷେଇରେ ଆବଶ୍ୟକୀୟ ସାମଗ୍ରି ଋପି ଖର୍ସେଲଙ୍କୁ ଯୋଗାଇ ଦେବା ସହ ସମବେଦନା ଜ୍ଞାପନ କରିଥିଲେ । ଉକ୍ତ ଗ୍ରସ୍ତରେ ରିଲୁ ରଥ, ଗୋବିନ୍ଦ ସଥପଥି, ରବି ଖମାରି, ଜୟଦେବ ଜାଲ, ସଞ୍ଜୟ ସାହୁ, ବିଜୟ ମେହେର, ବିକ୍ରମ ତ୍ରିପାଠୀ, ମୁନ୍ନା ପ୍ରଧାନ, ପ୍ରମିତା ପ୍ରଧାନ, ପ୍ରଶାନ୍ତ ନାଏକଙ୍କ ସମେତ ସମସ୍ତ ସଦସ୍ୟ ସହାୟତା ର ହାତ ବଢାଇଥିଲେ ।

0
0
0
s2sdefault