ହେଡଲାଇନସ୍:

ଜିଲ୍ଲାର ବିଭିନ୍ନ ସମସ୍ୟା କୁନେଇ ନୂତନ ଜିଲ୍ଲାପାଳଙ୍କୁ ଭେଟିଲେ ଯୁବନେତା ଡକ୍ଟର ହିମାଂଶୁ ଷଡ଼ଙ୍ଗୀ |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ::-ଚାଷୀଙ୍କ ଚାଷ ବିମା ରାଶି ସହିତ ବିଭିନ୍ନ ଗ୍ରାମର ବିଜୁଳି ସମସ୍ୟା କୁ ନେଇ ନୂତନ ଜିଲ୍ଲାପାଳଙ୍କୁ ଫୁଲ ଦେଇ ସ୍ଵାଗତ କରିବା ସହ ଶୀଘ୍ର ସମାଧାନ ନହେଲେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଯୁବନେତା ଡକ୍ଟର ହିମାଂଶୁ ଷଡ଼ଙ୍ଗୀ |
 ଦୀର୍ଘ ଦିନ ଧରି ବାରମ୍ବାର ତହସିଲ, ଉପଜିଲ୍ଲାପାଳ, statistical ସର୍ଭେ ଅଫିସର୍ ସହିତ (ADM ) ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳ ଙ୍କ ଅଭିଯୋଗ କକ୍ଷ କୁ ଯାଇ ନିଜର ଦାବି ଗୁଡ଼ିକର ସମାଧାନ ହୋଇ ନ ପାରିବାରୁ ଆଜି ପୁଣି ସୁନ୍ଦରଗଡ ସଦର ବିଧାନସଭା ମଣ୍ଡଳୀର କିଛି ପଞ୍ଚାୟତ ଯେଉଁ ମାନଙ୍କୁ ପ୍ରଧାନମନ୍ତ୍ରୀ ଫସଳବିମା ଯୋଜନା ର ବୀମା ରାଶି ବା ଅନ୍ୟ ବେଙ୍କ ରେ କରିଥିବା ବୀମା ରାଶି ର ଟଙ୍କା ମିଳିପାରିନାହିଁ। ଏବଂ କିରେଇ SPINNING MILL ର ବିଦ୍ୟୁତକରଣ ସମସ୍ୟା କପସିଂହା ଓ ଭେଡ଼ା ବହାଲ୍ ର ବିଦ୍ୟୁତ୍ ଭୋଲଟେଜ୍ ଓ ଟ୍ରାନସ୍ଫର୍ମାର ସମସ୍ୟା କୁ ନେଇ ସହ ସହ ମହିଳା ପୁରୁଷ ଓ ଛୋଟ ଛୋଟ ଝିଅ ପୁଅ ହାତରେ ଗୋଲାପ ଫୁଲ ଧରି ନୂତନ ଜିଲ୍ଲାପାଳ ଙ୍କୁ ସ୍ଵାଗତ ଜଣାଇବା ସହିତ ବାରମ୍ବାର ହୋଇଥିବା ଅଭିଯୋଗ ଯେପରି କି ଇଁସୁରାନ୍ସ କମ୍ପାନୀ କୁ ତାଗିଦ୍ କରି ଶୀଘ୍ର ଚାଷ ବିମାରସି ପ୍ରଦାନ କରିବା ଓ ୱେସ୍କୋ କୁ ତାଗିଦ୍ କରି ଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ଦାବି ଜଣାଇଥିଲେ । ଇଁସୁରାନସ କମ୍ପାନୀ ସର୍ଭେ ରିପୋର୍ଟ ଠିକ୍ ନାହିଁ ବୋଲି ଟଙ୍କା ପଠାଉନଥିବାରୁ ଜିଲ୍ଲା ପ୍ରଶାସନ କହୁଥିବା ବେଳେ କିପରି ଏହା ହୋଇପାରିବ ଯେତେବେଳେ କି ଇଁସୁରାନସ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ର ଅଧୀନରେ ଥିବା ଅଧିକାରୀ ମାନଙ୍କର ମିଳିତ ଗସ୍ତ ରେ ସର୍ଭେ ହୋଇଥାଏ ଓ ମରୁଡି ର ମାନ ନିର୍ଣ୍ଣୟ କରାଯାଇଥାଏ ।ସେହିପରି ବିଜୁ ଜ୍ୟୋତି ଯୋଜନା ଓ ସୌଭାଗ୍ୟ ଯୋଜନା ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ଭ୍ରଷ୍ଟାଚାର କୁ ନେଇ ୱେସ୍କୋ ଓ DRDA ରେ ଥିବା ଗ୍ରାମୀଣ ବିଦ୍ୟୁତ୍ ସଂଯୋଗ କରୁଥିବା କାର୍ଯ୍ୟାଳୟ ଟାର୍ଗେଟ ରେ ଥିବା ବେଳେ ଓ ଜିଲ୍ଲାପାଳ ଚାହିଁଲେ ୱେସ୍କୋ ର ବଦମାସୀ କୁ ବନ୍ଦ କରି କୀରେଇ କୁପ୍ସିଁଘା , ଭେଡାବାହଲ୍ ର ବିଦ୍ୟୁତ୍ ସମସ୍ୟା ର ସମାଧାନ କରିପାରିବେ କିନ୍ତୁ ଜିଲ୍ଲାପ୍ରଶାସନ ଏ ଦିଗରେ ପଦକ୍ଷେପ ନନେବା ରୁ ଆକ୍ରୋଶ ବଢ଼ି ଚାଲିଛି ଓ ଏହାକୁ ନେଇ ସମାଧାନ ନହେଲେ ଆଗାମୀ ସପ୍ତାହ ରେ ୱେସ୍କୋ ଅଫିସ୍ କୁ ଘେରାଉ କରାଯିବ ଓ ଜିଲ୍ଲାପାଳ ଙ୍କ ସମ୍ମୁଖରେ  ସହ ସହ ମହିଳା ପୁରୁଷ ଓ ଛୋଟ ଛୋଟ ଛୁଆମାନେ ଆସି ଧାରଣା ରେ ବସିବେ ବୋଲି ଆଜି ଏହି ଅଭିଯୋଗ ଗୁଡ଼ିକର ସମାଧାନ କୁ ନେଇ ନେତୃତ୍ୱ ନେଇଥିବା ଯୁବନେତା ଡକ୍ଟର ହିମାଂଶୁ ଷଡ଼ଙ୍ଗୀ କହିଛନ୍ତି | ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶତାଧିକ ମହିଳା ପୁରୁଷ ସହିତ ପ୍ରତିଭା ନାଏକ, ରଘୁନାଥ ପଟେଲ, ନୀଳକଣ୍ଠ ପଟେଲ, ନବକିଶୋର ପଟେଲ, ବୈକୁଣ୍ଠ ବଞ୍ଛୁର, ସୌରୁପ୍ ଠାକୁର, ସୁନିଲ୍ ମହାନନ୍ଦିଆ, ଅବନୀ ମିଶ୍ର, ମହେଶ ତନ୍ତୀ, ନରେଶ ଇନ୍ଦୁ ଆର୍ , ରୋହିତ ତନ୍ତୀ, ଲାବଣ୍ୟ ସ୍ୱାଇ, ଅଜୟ କେଶରୀ, ରାଜୀବ କେଶରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault