ହେଡଲାଇନସ୍:

ନୂଆ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ୟା ରଖିଲେ ବିଜେଡି ନେତୃବୃନ୍ଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

      ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :-ବିଜୁଜନତା ଦଳ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣେଇଲେ ଏଥିରେ ପୂର୍ବତନ ବିଧାୟକ ଯୋଗେଶ ସିଂ,ବିଜୁଜନତା ଦଳର ବରିଷ୍ଠ ନେତା ଶ୍ରୀ ଜୟନରାୟଣ ତ୍ରିପାଠୀ ଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲାରେ କିଛି ଦିନ ଆଗରୁ ଯୋଗ ଦେଇଥିବା ନୂତନ ଜିଲ୍ଲାପାଳ ଶ୍ରୀ ନିଖିଳ ପୱନ କଲ୍ୟାଣଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ୱାଗତ ଜଣାଇଥିଲେ ଓ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ବିଶେଷ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସହ ଜିଲ୍ଲାର ପ୍ରମୁଖ ପ୍ରମୁଖ ସମସ୍ୟା ଉପରେ ଆଲୋକପାତ କରାଇଥିଲେ ହେଲେ ଯାହା ଜଣାପଡିଛି ବାଙ୍କିବାହଲ -ଟପରିଆ ରାସ୍ତାକୁ ଯଥାଶୀଘ୍ର ତିଆରି କରିବା, ସହରରେ ଥିବା ବିଭିନ୍ନ ରାସ୍ତାଘାଟ ଉନ୍ନତି କରଣ, ସହରରେ ବସବାସ କରୁଥିବା ଲୋକଙ୍କୁ ଶୁଦ୍ଧପାନୀୟ ବ୍ୟବସ୍ଥା, ସହରରେ ଥିବା ସମସ୍ତ ଡ୍ରେନେଜ ରେ  ମଇଳା ଜମିଥିବା ଆବର୍ଜନା କୁ ତୁରନ୍ତସଫା କରାଯିବା  କାରଣ ବର୍ଷାଦିନ ଚାଲିଛି ଟିକିଏ ବର୍ଷାହେଲା କ୍ଷଣି ସହରରେ ରାସ୍ତା ଉପରେ ଦୁର୍ଗନ୍ଧପାଣି ମାଡିବା ଘଟଣା ,ଉଠା ଦୋକାନୀ ମାନଙ୍କୁ ଯଥାଶୀଘ୍ର ଥଇଥାନ କରାଯିବା , ସହରରେ ବସବାସ କରୁଥିବା ଘର ତିଆରି ହୋଇଥିବା ଜମି "ନଜୁଳ" କିସମ ଥିବା ଜମିର ପରିବର୍ତ୍ତନ କରି କିସମ ପରିବର୍ତ୍ତନ କରାଯାଉ ବୋଲି ଦାବିକରିବା ସହ ପୌରପାଳିକ ଭିତରେ ଘର ତିଆରି କରି ବସବାସ କରୁଥିବା ଜନସାଧାରଣଙ୍କୁ  ସରକାରଙ୍କ ନିୟମ ମୁତାବକ ଘରଡ଼ିହି ପାଇଁ ଯଥାଶୀଘ୍ର ଜମି ଯୋଗେଇ ଦେବାପାଇଁ ଅନୁରୋଧ କରିଥିଲେ, ହେଲେ ସମସ୍ତ ଦାବିକୁ ଜିଲ୍ଲାପାଳ ଶୁଣିଲା ପରେ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି,ହେଲେ  ସ୍ୱାଗତ ସମୟରେ ପୂର୍ବତନ ବିଧାୟକ ଯୋଗେଶ ସିଂ, ବିଜୁଜନତା ଦଳର ବରିଷ୍ଠ ନେତା ଶ୍ରୀ ଜୟନାରାୟଣ ତ୍ରିପାଠୀ ,ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ ଙ୍କ ସମେତ ବିଜୁଜନତା ଦଳର ବହୁକର୍ମୀ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ |

0
0
0
s2sdefault