ପୁନଃ ନିର୍ବାଚନ ପାଇଁ ନିଦେ୍ର୍ଧଶ ଦେବାର ଆବଶ୍ୟତା ନାହିଁ : ପ୍ରତିପକ୍ଷଙ୍କ ଆବେଦନ ଖାରଜ
ଭୁବନେଶ୍ୱର/chakradhar majhi : ଓଡିଶା ନର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ ପାଇଁ ଗତବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ନିର୍ବାଚନକୁ ଅଦାଲତ କାଏମ ରଖିଛନ୍ତି । ଅଦାଲତଙ୍କ ନିଦେ୍ର୍ଧଶ ମୁତାବକ ନିର୍ବାଚନ ହୋଇଥିବାରୁ ପୁନଃ ନିର୍ବାଚନ ଲାଗି ସରକାରଙ୍କୁ ନିଦେ୍ର୍ଧଶ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି କଟକ ସ୍ଥିତ ସିିଭିଲ ଜର୍ଜକୋର୍ଟର ସିନିୟର ଡିଭିଜନ ତାଙ୍କ ରାୟରେ ଦର୍ଶାଇବା ସହିତ ପ୍ରତିପକ୍ଷଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।
ଗତବର୍ଷ ଏପ୍ରିଲ ମାସରେ ଗୃହ ବିଭାଗର ଅନୁମୋଦନ କ୍ରମେ ସଂଘର କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସରକାରୀ ନିଦେ୍ର୍ଧଶ ମୁତାବକ ସ୍ୱାସ୍ଥ୍ୟ ବିଭାଗର ଅତିରିିକ୍ତ ସଚିବ, ଉପ ସଚିବ ଏବଂ ବିଭାଗୀୟ ଯୁଗ୍ମ ନିଦେ୍ର୍ଧଶକ ପ୍ରମୁଖ ନିର୍ବାଚନ ସମୟରେ ଉପସ୍ଥିତ ଥିଲେ । ଭୁବନେଶ୍ୱରର ଦୁଇ ନମ୍ବର ୟୁନିଟ୍ରେ ଥିବା ସରକାରୀ କ୍ୱାର୍ଟରରେ ମତଦାନବେଳେ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିବାବେଳେ ସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସଚିବ ପ୍ରମୁଖଙ୍କର ପ୍ରତିଦ୍ୱନ୍ଦିତାରେ ମତଦାନ ହୋଇଥିଲେ । ଅଡ଼ିଟର, କୋଷାଧ୍ୟକ୍ଷ ଓ ଉପସଭାପତି ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ । ଉପସଭାପତି ଓ କୋଷାଧ୍ୟକ୍ଷ ପଦବୀ ପାଇଁ ମତଦାନ ହୋଇଥିଲା । ନିର୍ବାଚନ ପରେ ଏହାର ଫଳାଫଳ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ସେହିବର୍ଷ ମଇ ମାସ ଏକ ତାରିଖରେ ସତ୍ୟପାଠ ଆକାରରେ ନିର୍ବାଚିତ କର୍ମକର୍ତ୍ତାଙ୍କ ନାମ ଦାଖଲ ହୋଇଥିଲା ।
ନିର୍ବାଚିତ ସଦସ୍ୟମାନେ ସଂଘକାର୍ଯ୍ୟ ସୁରୁଖରୁରେ ସମ୍ପାଦନ କରୁଥିବାବେଳେ କେତେଜଣ ନିର୍ବାଚନର ବୈଧତା ଉପରେ ଆପତ୍ତି ଉଠାଇ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ଅଦାଲତ ଦୁଇ ପକ୍ଷର ଯୁକ୍ତି ଶୁଣିବା ସହିତ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାଗଜାତପତ୍ର ଯାଞ୍ଚ କରିଥିଲେ । ଗତବର୍ଷ ଏପ୍ରିଲ ମାସରେ ହୋଇଥିବା ସଂଘ ନିର୍ବାଚନ ବୈଧବୋଲି ଅଦାଲତ ହୃଦୟଙ୍ଗମ କରିବାପରେ ତାଙ୍କର ରାୟ ପ୍ରଦାନ କରିଛନ୍ତି । ଏଥିରେ ମାନ୍ୟବର ଅଦାଲତ ସ୍ପଷ୍ଟଭାବେ କହିଛନ୍ତି ଯେ ଗତବର୍ଷ ଏପ୍ରିଲ ୨୯ ଓ ୩୦ ତାରିଖରେ ହୋଇଥିବା ନିର୍ବାଚନରେ କୌଣସି ଅସଙ୍ଗତି ନାହିଁ । ବିଧି ମୁତାବକ ନିର୍ବାଚନ ହୋଇଥିବାରୁ ପୁନଃ ନିର୍ବାଚନ କରାଇବାଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବଙ୍କୁ ନିଦେ୍ର୍ଧଶ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିବା ସହିତ ପ୍ରତିପକ୍ଷଙ୍କ ଆବେଦନକୁ ମାନ୍ୟବର ଅଦାଲତ ଖାରଜ କରିଦେଇଛନ୍ତି । ସଂଘର କର୍ମକର୍ତ୍ତାମାନେ ଆନେ୍ଦାଳନରୁ ଓହରିଲା ପରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କୁ ତା ୦୮.୦୧.୨୦୧୮ରିଖରେ ଦେଖା କରିଥିଲେ । ୩ ଦାବିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ପୁନଃ ପ୍ରତିଶ୍ରୁତି ମିଳିିଥିଲା ।