ହେଡଲାଇନସ୍:

" ଜଙ୍ଗଲ ଜମି ଅଧିକାର ଦେବା କ୍ଷେତ୍ରରେ ଅବହେଳା କଲେ ପୁଣି ଏକ ଆଦିବାସୀ ଆନ୍ଦୋଳନ ଜନ୍ମ ନେବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୬୫ତମ ସିଦ-କାହ୍ନୁ କ୍ରାନ୍ତି ଦିବସ ପାଳନ ଅବସରରେ ଜଙ୍ଗଲଜମି ଅଧିକାରକୁ ନେଇ କର୍ମଶାଳା

ବାରିପଦା(ଦିଲ୍ଲୀପ ମହାନ୍ତି )- ଭାରତରେ ବ୍ରଟିଶ ଶାସନ ସମୟରେ ଆଦିବାସୀମାନଙ୍କ ଜଳ, ଜମି ଓ ଜଙ୍ଗଲ ଅଧିକାର କ୍ଷୁର୍ଣ୍ଣ ହୋଇଥିଲା । ଫଳରେ ୧୮୫୫ ଜୁନ ୩୦ରେ ଆଦିବାସୀମାନେ ସେମାନଙ୍କ ଅଧିକାର ହାସଲ କରିବା ନିମନ୍ତେ ବ୍ରିଟିସ ଶାସନ ବିରୋଧରେ ଅସ୍ତ୍ର ଉଠାଇ ଆନ୍ଦୋଳନକୁ ଉହ୍ଲାଇ ଆସିଥିଲେ ହଜାର ହଜାର ଆଦିବାସୀ । ଆନେ୍ଦାଳନର ନେତୃତ୍ୱ ନେଇଥିଲେ ବିଶିଷ୍ଟ ଆଦିବାସୀ ନେତା ସିଦ୍ ଓରଫ କାହ୍ନୁ ମୁର୍ମୁ । ଯାହା ପରବର୍ତ୍ତି ସମୟରେ ସିପାହୀ ବିଦ୍ରୋହ ନିମନ୍ତେ ମୂଳଦୁଆ ପକାଇ ଦେଇଥିଲା । ବିଟ୍ରିଶ ସହିତ ସଶସ୍ତ୍ର ଲଢେ଼ଇ କର ସହିଦ ହୋଇଥିବା ପ୍ରାୟ ଦଶ ହଜାରରୁ ଅଧିକ ସଂଗ୍ରାମୀ ସହିଦ୍ ଆଦିବାସୀମାନଙ୍କୁ ସ୍ମରଣ କରିବା ସଂଗେସଂଗେ ସେମାନଙ୍କ ସମୃତି ଚାରଣ ଉଦ୍ଦେଶ୍ୟରେ ଆଜିର ଦିନକୁ ଆଦିବାସୀମାନେ କ୍ରାନ୍ତି ିବସ ଭାବେ ପାଳନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ପୌରପରିଷଦ ସମ୍ମିଳନୀ କକ୍ଷରେ ପୂର୍ବତନ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ରାମଚନ୍ଦ୍ର ହାଁସଦାଃଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଆଲୋଚନା ଚକ୍ରରେ ମୟୂରଭଞ୍ଜ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ବଡ଼ନାରାନ୍ ମାଝୀ, ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ, ଆଜସୁ ନେତା ଅନନ୍ତ ଆଲୋକ ବାସ୍କେ, ଆଲ ଇଣ୍ଡିଆ ଆସେକାର ସଭାପତି ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମ, ରେଳବାଇ ବିଭାଗର ଅବସର ପ୍ରାପ୍ତ ବରିଷ୍ଠ  ଅଧିକାରୀ ଇଂ ଦୟାନିଧି ମାର୍ଣ୍ଡି, ଗୁରୁପ୍ରସାଦ ହେମ୍ବ୍ରମ. ଓୁନ୍ଦର ମୋହନ ସିଂ, ଗୁରୁବା ସୋରେନ, ସୁନାରାମ ସୋରେନ ପ୍ରମୁଖେଯାଗ ଦେଇ ୨୦୧୯ ଫେବୃଆରୀ ୧୩ରେ ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଆଦେଶନାମା ଅନୁସାରେ ଓଡ଼ିଶାରେ ଜଙ୍ଗଲ କିସମ ଜମିରେ ବସବାସ କରୁଥିବା  ୧ଲକ୍ଷ ୪୦ ହଜାରରୁ ଅଧିକ ଆଦିବାସୀ ପରିବାରକୁ ଉଚ୍ଛେଦ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଏବଂ ପରବର୍ତ୍ତି ସମୟରେ ଉକ୍ତ ଆଦେଶନାମାର ଶୁଣାଣି ଜୁଲାଇ ୨୪ ପର୍ଯ୍ୟନ୍ତ ସ୍ଥଗିତ ରଖିବା ଉପରେ ଆଲୋକପାତ କରାଇଥିଲେ । ଏଥି ସହ ଉଚ୍ଚତମ ନ୍ୟାୟାଳୟର ଉକ୍ତ ଆଦେଶନାମା ଆଦିବାସୀମାନଙ୍କ ମଧ୍ୟରେ ଏକ କୁକୁଆ ଭୟ ସଂଞ୍ଚାର କରାଇଥିବାର ବକ୍ତାମାନେ ମତପୋଷଣ କରିଥିଲେ । ସେହିପରି ଉଚ୍ଚତମ ନ୍ୟାୟାଳୟର ଉକ୍ତ ଆଦେଶନାମା ଦ୍ୱାରା  ପ୍ରଭାବିତ ହୋଇ ମୟୂରଭଞ୍ଜ ଜିଲ୍ଲାର ହଜାର ହଜାର ଆଦିବାସୀମାନଙ୍କ ଜଙ୍ଗଲ ଜମି ଅଧିକାର ଦାବୀକୁ ଉପଖଣ୍ଡସ୍ତରରେ ଖାରଜ କରାଯାଉଥିବାରୁ ଏହାକୁ ଦୃଢ଼ ଭାବେ ସମାଲୋଚନା କରିଥିଲେ । ଏହି ଅବସରରେ ଉଚ୍ଚତମ ନ୍ୟାୟାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଠିକ୍ ତଥ୍ୟ ଉପସ୍ଥାପନ ମାଧ୍ୟମରେ ମକଦ୍ଦମା  ଲଢ଼ିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ଜଙ୍ଗଲ ଜମି ଅଧିକାର ଦେବା କ୍ଷେତ୍ରରେ ସରକାରୀସ୍ତରରେ ଅବହେଳା ପ୍ରଦର୍ଶନ କରାଗଲେ ପୁଣି ଏକ ଆଦିବାସୀ ଆନ୍ଦୋଳନ ଜନ୍ମ ନେବ ବୋଲି ବକ୍ତାମାନେ ଚେତାବନୀ ଦେଇଛନ୍ତି ।

0
0
0
s2sdefault