ହେଡଲାଇନସ୍:

କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍ ରେ ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୪ ।୪: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍- ‘ସେନ୍‍ ଗ୍ଲୋବ’ ପକ୍ଷରୁ ଆଜି ବିଶ୍ୱ ଅଟିଜିମ୍‍ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ପାଇଁ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ସେନ୍‍ ଗ୍ଲୋବ୍‍ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବେଶ ପ୍ରଶଂସନୀୟ। ଏଭଳି ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ବିକାଶରେ ହିଁ ରାଷ୍ଟ୍ରର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ। ଏହା ଏକ ରୋଗ ନୁହେଁ ବରଂ ଏକ ଅବସ୍ଥା ବୋଲି କୁହାଯାଇପାରେ। ତେବେ ସେମାନଙ୍କଠାରେ ଅନେକ ଅନ୍ତର୍ନିହିତ ଗୁଣ ଲୁକ୍‍କାୟିତ ଭାବେ ରହିଛି। ସମସ୍ତଙ୍କର ମିଳିତ ସହଯୋଗ ରହିଲେ ସେମାନଙ୍କ ଏହି ଗୁଣର ପରିପ୍ରକାଶ ହୋଇପାରିବ। ଏଥିପାଇଁ ଯଥେଷ୍ଟ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ। ସେମାନଙ୍କ ବିକାଶ ଦିଗରେ ରାଜ୍ୟ ସରକାର ମଧ୍ୟ ଅନେକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେମାନେ ଯେଭଳି ସମାଜରେ ସମାନ ଭାବେ ଚଳିବେ ଓ ସେମାନଙ୍କୁ ସମାନ ସମ୍ମାନ ଓ ଅଧିକାର ମିଳିବ ସେଥିପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେ, ଏହି ସ୍ୱତନ୍ତ୍ର ପିଲାଙ୍କ ବିକାଶ ଲାଗି ସମୟ ଓ ଧୈର୍ଯ୍ୟ ନିହାତି ଆବଶ୍ୟକ। ସେନ୍‍ ଗ୍ଲୋବ୍‍ରେ ସେମାନଙ୍କ ଯତ୍ନ ନେଉଥିବା କର୍ମଚାରୀ ଓ ଶିକ୍ଷକଙ୍କ ସେମାନଙ୍କ ନିଷ୍ଠା ପାଇଁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଥିଲେ। ଏହି ପିଲାଙ୍କୁ ଯେତେ ସମୟ ଓ ଧୈର୍ଯ୍ୟ ଦେବେ ସେହି ଅନୁସାରେ ସେମାନଙ୍କଠାରେ ଉନ୍ନତି ପରିଲକ୍ଷିତ ହେବ । କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ସହ ସେନ୍‍ ଗ୍ଲୋବ୍‍ ମିଶି କାମ କରୁଥିବାରୁ ଏହି ପିଲାଙ୍କୁ ଅଧିକ ଏକସପୋଜର ମିଳି ପାରୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଚେୟରାପର୍ସନ ଡ. ମୋନା ଲିସା ବଳ କହିଲେ, ଗତ ୧୨ ବର୍ଷ ଧରି କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ ସେନ୍‍ ଗ୍ଲୋବ୍‍ ଅତି ନିଷ୍ଠାର ପରିଚାଳନା ହେଉଛି। ଇତି ମଧ୍ୟରେ ତିନିଜଣ ସ୍ୱତନ୍ତ୍ର ଛାତ୍ରଛାତ୍ରୀଙ୍କ ମାନସିକ ଅବସ୍ଥାରେ ପରିବର୍ତ୍ତନ ପରେ ସେମାନଙ୍କୁ ସାଧାରଣ ସ୍କୁଲ୍‍ରେ ଅନ୍ୟ ପିଲାଙ୍କ ସହ ପାଠ ପଢ଼ିବାରେ ସକ୍ଷମ ହୋଇପାରିଥିବା ଡ. ବଳ ସୂଚନା ଦେଇଥିଲେ। ସ୍କୁଲ୍‍ର ଅଧ୍ୟକ୍ଷ ଡ.ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍-ସେନ୍‍ ଗ୍ଲୋବର ୱେବ୍‍ସାଇଟ୍‍ ଉନ୍ମୋଚନ ହେବା ସହ ସେନ୍‍ ଗ୍ଲୋବ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

0
0
0
s2sdefault