ହେଡଲାଇନସ୍:

ପୁରୀ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ, ୪/୪, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ଦିବସ ଶନିବାର ପୂର୍ବାହ୍ନରେ ଜିଲ୍ଲା ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଯୋଗ ଦେଇ ସମସ୍ତ ପିଲା ପଢନ୍ତୁ ଓ ସମସ୍ତ ପିଲାଙ୍କ ର ସାମଗ୍ରିକ ବିକାଶ ଘଟିଲେ ସମାଜ ସୁନ୍ଦର ଓ ଶୃଙ୍ଖଳିତ ହେବ ବୋଲି କହିଥିଲେ।ସରକାର ଏଥିପାଇଁ ପିଲା ଓ ଅଭିଭାବକ ଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ପ୍ରବେଶ ଉତ୍ସବ ସହ ଖଡି ଛୁଆଁ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଚଳିତବର୍ଷ ପ୍ରାୟ ୧୯ ହଜାରରୁ ଉର୍ଦ୍ଧ୍ବ ପିଲା ମାନଙ୍କର ନାମଲେଖା ର ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେବା ସହ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରିବା ସହ ଶିକ୍ଷା ପ୍ରତି ପିଲା ମାନଙ୍କୁ ଆକୃଷ୍ଟ କରିବା ଓ ଡ୍ରପ ଆଉଟ ସଂଖ୍ୟା ଶୂନ କରିବା ଲକ୍ଷ୍ୟ ରେ ସଚେତନତା ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ବେହେରା ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ବ୍ୟବସ୍ଥା ଏକ ସୁନ୍ଦର ପଦକ୍ଷେପ।ଏହା ଦ୍ଵାରା ପିଲା ଓ ଅଭିଭାବକ ମାନେ ଏକ ସୁଖଦ ଅନୁଭୂତି ପାଇବା ସହ ପାଠ ପ୍ରତି ଆଗ୍ରହୀ ହେବେ ବୋଲି କହିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡିଆଇଟିଇ ର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ବିତୀକାନ୍ତ ପ୍ରଧାନ,ଗୋବିନ୍ଦ ହେମ୍ରମ,ଆଲୁମିନ ସମ୍ପାଦକ ରାଜକିଶୋର ପାତ୍ର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ସାମନ୍ତରାୟ ପ୍ରମୁଖ ଯୋଗଦେଇ ଥିଲେ । ପ୍ରାରମ୍ଭରେ ବନ୍ଦେ ମାତରମ ସଂଗୀତ ପରିବେଷଣ ସହ ନୂତନ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଦାନ ପାଇଁ ପୂଜାର୍ଚ୍ଚନା କରାଯାଇ ପାଠ୍ୟ ଉପକରଣ ପ୍ରଦାନ କରା ଯାଇଥିଲା।ବିବିଧ ଶିକ୍ଷା ପ୍ରଣାଳୀ ଓ ପିଲା ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ ଲକ୍ଷ୍ୟରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଶିକ୍ଷକ,ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।

0
0
0
s2sdefault