ହେଡଲାଇନସ୍:

ଚିକିତ୍ସା ଅବହେଳାରୁ ରୋଗୀର  ମୃତ୍ୟୁ ଅଭିଯୋଗ : ରୋଗୀଙ୍କ ସମ୍ପର୍କୀୟ-ଡାକ୍ତର ମୁହାଁମୁହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ଥରେ ଚିକିତ୍ସା ଅବହେଳାରୁ ରୋଗୀର  ମୃତ୍ୟୁ ହୋଇଥିବାର ସଙ୍ଗୀନ ଅଭିଯୋଗକୁ ନେଇ ହସ୍ପିଟାସଲ ପରିସରରେ ଉତ୍ତେଜନା ଦେଖା ଦେଇଛି । ସାରସକଣା ତେବେ ଗୋଟିଏ ପଟେ ମୃତକର ପରିବାର ପକ୍ଷରୁ ଡାକ୍ତର ଓ ସ୍ୱାସ୍ଥ୍ୟ ସେବୀକାମାନଙ୍କ ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ମୃତ୍ୟୁ ହୋଇଥିବାର ଅଭିଯୋଗ ବାଢୁଥିବା ସମୟରେ ଅନ୍ୟ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ସେବୀକା ଓ ଡାକ୍ତରମାନେ କୌଣସି କାରଣ ନଥାଇ ରୋଗୀମାନଙ୍କ ଆଟେଣ୍ଡେଣ୍ଟ ଓ ପରିବାର ସଦସ୍ୟ, ସମ୍ପର୍କୀୟମମାନଙ୍କର ଦୁର୍ବ୍ୟବହାରର ସମ୍ମୁଖୀନ ହେଉଥିବାର ଅଭଯୋଗ ଆଣି ଧାରଣାରେ ବସିଥିବାର ଦେଖିବାକୁ ମିଳିଛି । ଫଳରେ ଉକ୍ତ ଅଭାଭନୀୟ ଓ ଦୁଃଖଦାୟକ ଘଟଣା ଏକ ନାଟକୀୟ ମୋଡ ନେଇଛି ।ମୃତକଙ୍କ ସ୍ୱାମୀ ଓ ପରିବାର ସଦସ୍ୟମାନଙ୍କ ଅଭିଯୋଗ ଆଧାରରେ, ସାରସକଣା ବ୍ଲକ ଏକଡାଳି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସ୍ତ୍ରୀ ଝୁନୁ ଦାସଙ୍କୁ ଏସିଡ ହେବା ଫଳରେ ସେ ଅସୁସ୍ଥ ହେବାରୁ ଜୁନ ୨୮ ଶୁକ୍ରବାର ପୂର୍ବାହ୍ନ ୮ ସମୟରେ ବାରିପଦା ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ , କିନ୍ତୁ ହସ୍ପିଟାଲରେ ଡାକ୍ତର ଓ ସ୍ବାସ୍ଥ୍ୟ ସେବୀକାମାନଙ୍କ ଦାୟିତ୍ବରେ  ଅବହେଳା ସାଙ୍ଗକୁ ରୋଗୀକୁ ଯଥା ସମୟରେ ଚିକିତ୍ସା ଯୋଗାଇ ନଦେବା ଫଳରେ   ରୋଗୀର ଆଜି ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣି ପରିବାର ଲୋକେ ହସ୍ପିଟାଲ ପରିସରରେ ପାଟିତୁଣ୍ଡ କରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ନାଟକ ।   ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ବାରମ୍ବାର ସମ୍ମୁଝୀନ ହୋଇଆସୁଥିବା  ଦୁର୍ବ୍ୟବହାର ଓ ମାଡ଼ ଘଟଣାକୁ ବିରୋଧ କରି ଧାରଣାରେ ବସିଥିଲେ ସ୍ୱାସ୍ଥ୍ୟ ସେବୀକା ଓ ଡାକ୍ତର।  ସେମାନେ ତିନୋଟି ଦାବି ରଖିଥିଲେ । ପ୍ରଥମତଃ ଡାକ୍ତର ଓ ସେବୀକା ମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉ । ଦ୍ବିତୀୟତଃ ଡାକ୍ତରଖାନାରେ ଅଧିକ ପୋଲିସ ମୁତୟନ କରାଯାଉ । ତୃତୀୟତଃ ରୋଗୀଙ୍କ ପାଖରେ ଜଣେ ଅଟେଣ୍ଡାଣ୍ଟ ରହିବା ନିୟମ କରାଯାଉ ।

ଏହାକୁ ନେଇ କିଛି ସମୟ ଧରି ହସ୍ପିଟାଲରେ ରୋଗୀସେବା ଠପ ହୋଇଯାଇ ଥିଲା । ପ୍ରାୟ ୨ରୁ ଅଢେଇ ଘଣ୍ଟା ଧରି ଏହି ପ୍ରକାର ଡ୍ରାମା ଚାଲିବା ପରେ ଖବରପାଇ ବାରିପଦା ଟାଉନ ଥାନା ପୁଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ଓଆରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ତେବେ ପିଆରଏମ୍ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିଗିଡିବାରେ ଲାଗିଛି । ଡାକ୍ତରମାନେ ଘରୋଇ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱ ଦେଉଥିବାର ସୁଯୋଗ ନେଇ  ସ୍ୱାସ୍ଥ୍ୟ ସେବୀକାମାନେ ଅଧିକ ସ୍ବେଚ୍ଛାଚାରୀ ହୋଇଡିଛନ୍ତି । ଫଳରେ ରୋଗୀମାନେ ହସ୍ପିଟାଲରୁ ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି ।

0
0
0
s2sdefault