ଭଟଲି:- ସ୍ଥାନୀୟ ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ପ୍ରଥମେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ "ଭାରତର ବିକାଶରେ ପ୍ରବାସୀ ଭାରତୀୟମାନଙ୍କ ଯୋଗଦାନ" ବିଷୟ ଆଧାରିତ ସାଧାରଣ ଜ୍ଞାନ, ନିବନ୍ଧ ପ୍ରସ୍ତୁତି, ପୋଷ୍ଟର ପ୍ରସ୍ତୁତି ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ସମାରୋହରେ ବିଚାରକ ଥିଲେ ଅଧ୍ୟାପକ ବିଶ୍ୱଜିତ ହୋତା, ରବିନାରାୟଣ ପଣ୍ଡା, ବିରାଟ ପଧାନ, ଦୀପକ ପତି, ଅଜିତ ବାରିକ, ସୌରୀ ନାରାୟଣ ସାହୁ, ଅଧ୍ୟାପିକା ମୁନି ସାହୁ, ସୀମା ବରିହା, ପ୍ରତିଶ୍ରୁତି କ୍ଷେତି, ପାକିଜା ଦାସ ମହନ୍ତ । ସାଂସ୍କୃତିକ ବିଭାଗର ଅଧିକାରୀ ଦୁର୍ଗାଶିଷ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଅନ୍ୟତମ ସାଂସ୍କୃତିକ ବିଭାଗର ଅଧିକାରୀ ନମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
୧୮ତମ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ
- Hits: 16