ଭଟଲି :- ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ଦ୍ୱିତୀୟ ଦିନ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଆଜିର କାର୍ଯ୍ୟକ୍ରମ ସଂପର୍କରେ ଏକ ଆଲୋଚନା କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ "ଭାରତର ବିକାଶରେ ପ୍ରବାସୀ ଭାରତୀୟମାନଙ୍କ ଯୋଗଦାନ" ବିଷୟ ଆଧାରିତ ଏକ ସଚେତନମୂଳକ ରେଲି ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଅଧ୍ୟାପକ ବିଶ୍ୱଜିତ ହୋତା, ବିରାଟ ପଧାନ, ଅଜିତ ବାରିକ ଓ ଆଦିତ୍ୟ ସିଂ । ସହଯୋଗ କରିଥିଲେ ରସାନନ୍ଦ ସାହୁ, ରମାକାନ୍ତ ପ୍ରଧାନ, କୀର୍ତ୍ତିଚନ୍ଦ୍ର ବାଗ୍, ସନ୍ତୋଷ ବାଗ୍, ଉମେଶ ବନଛୋର । ଏହାପରେ ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ବିଭାଗର ଅଧିକାରୀ ଦୁର୍ଗାଶିଷ ପଟ୍ଟନାୟକ ପରିଚାଳନା କରିଥିବାବେଳେ ଅନ୍ୟତମ ସାଂସ୍କୃତିକ ବିଭାଗର ଅଧିକାରୀ ନମିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ
- Hits: 6