ଭୁବନେଶ୍ୱର: ବେଦାନ୍ତ ଗ୍ରୁପର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ନେତୃତ୍ୱକୁ ଆସିବ ବ୍ରିଟେନର ବିଶିଷ୍ଟ ରିଭରସାଇଡ ଷ୍ଟୁଡିଓ । ୧୦୦ ବର୍ଷ ପୁରୁଣା ଏହି ଷ୍ଟୁଡିଓ କେନ୍ଦ୍ରୀୟ ଲଣ୍ଡନର ଥେମସ ନଦୀର ଉତର କୂଳ ନିକଟରେ ରହିଛି । ତାହା ଆଗକୁ ‘ଅନିଲ ଅଗ୍ରୱାଲ ରିଭରସାଇଡ ଷ୍ଟୁଡିଓଜ ଟ୍ରଷ୍ଟ’ ନାମରେ ପରିଚାଳିତ ହେବ । ନିଜ ଇତିହାସରେ ରିଭରସାଇଡ ଷ୍ଟୁଡିଓ ଅନେକ କଳାକାରଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ଦେଇଛି ।
ଏହା ଶ୍ରୀ ଅଗ୍ରୱାଲଙ୍କ ସୃଜନଶୀଳତାର ବିକାଶ ଓ ବିଶ୍ୱସ୍ତରରେ ସାଂସ୍କୃତିକ ଭାବ ବିନିମୟ ପ୍ରତି ବ୍ୟକ୍ତିଗତ ପ୍ରତିବଦ୍ଧତାକୁ ଦର୍ଶାଉଛି । ତାଙ୍କ ଲକ୍ଷ୍ୟ ‘ଆର୍ଟ ଇନ ଏଭ୍ରି ହାର୍ଟ’ ଅଭିଯାନ ଅନୁସାରେ ସେ କଳାକୁ ସମସ୍ତଙ୍କ ନିକଟରେ ପହଂଚାଇବାକୁ ଚାହୁଛନ୍ତି ଏବଂ ଭାରତ ଓ ଦୁନିଆ ମଧ୍ୟରେ ସମୃଦ୍ଧ ସାଂସ୍କୃତିକ ସମ୍ପର୍କ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି । ରିଭରସାଇଡ ଷ୍ଟୁଡିଓ ଜରିଆରେ ଶ୍ରୀ ଅଗ୍ରୱାଲ ଏକ କ୍ଷେତ୍ର ସୃଷ୍ଟି କରିବାକୁ ଚାହୁଛନ୍ତି ଯେଉଁଠାରେ ନବସୃଜନ ଓ ସାଂସ୍କୃତିକ ବିବିଧତା ମିଳିତ ଭାବେ ସମୃଦ୍ଧ ହୋଇପାରିବ ।
ବେଦାନ୍ତ ଗ୍ରୁପର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ, ‘ମୁଁ ସର୍ବଦା ବିଶ୍ୱାସ କରିଆସିଛି ଯେ କଳାରେ ଲୋକଙ୍କୁ ଏକାଠି କରିବା ଏବଂ ମାନବିକ ଅନୁଭୂତିକୁ ଉନ୍ନତ କରିବାର ଶକ୍ତି ଅଛି । ରିଭରସାଇଡ୍ ଷ୍ଟୁଡିଓ ଭାରତୀୟ ଏବଂ ବିଶ୍ୱ କଳା ଏବଂ ସଂସ୍କୃତି ପ୍ରଦର୍ଶନ ପାଇଁ ଏକ ପ୍ରମୁଖ ବିଶ୍ୱ ଗନ୍ତବ୍ୟସ୍ଥଳରେ ପରିଣତ ହେବ । ପ୍ରକୃତରେ ଏକ ସମୃଦ୍ଧ ଅନୁଭୂତି ପାଇଁ ଏହି ବିଶ୍ୱପ୍ରସିଦ୍ଧ ସ୍ଥାନରେ ସେମାନଙ୍କର କଳାତ୍ମକ ପ୍ରତିଭା ଏବଂ ସିନେମା ଗଭୀରତା ପ୍ରଦର୍ଶନ କରିବାକୁ ମୁଁ ଭାରତୀୟ କଳାକାର ଏବଂ ଚଳଚ୍ଚିତ୍ର ଜଗତକୁ ନିମନ୍ତ୍ରଣ କରୁଛି । ବିଭିନ୍ନ କ୍ଷେତ୍ରର ବୈଶ୍ୱିକ ଲିଡରମାନେ ଏବେ ଏଠାରେ ନିଜର ବାସ୍ତବ ଜୀବନର ଅନୁଭୂତି ଏବଂ ଯାତ୍ରା ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିବାର ସୁଯୋଗ ପାଇଛନ୍ତି । ଏହି ଆକର୍ଷଣୀୟ ପ୍ରଦର୍ଶନ, ପ୍ରଦର୍ଶନୀ ଏବଂ ସିନେମା ପ୍ରଦର୍ଶନୀ ମାଧ୍ୟମରେ ଷ୍ଟୁଡିଓଗୁଡିକ ବିବିଧ ଐତିହ୍ୟକୁ ପାଳନ କରିବା ସହିତ ବିଶ୍ୱବ୍ୟାପୀ ବିଶ୍ୱସ୍ତରୀୟ ପ୍ରଯୋଜନା ଆୟୋଜନ ଜାରି ରଖିବେ । ମୁଁ ଏପରି ଏକ ସ୍ଥାନ ନିର୍ମାଣ କରିବାକୁ ଚାହୁଁଛି ଯାହା କେବଳ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସାମାଜିକ ପରିବର୍ତନକୁ ମଧ୍ୟ ପ୍ରେରଣା ଦେବ ।’’
ଅନୀଲ ଅଗ୍ରୱାଲ ରିଭରସାଇଡ ଷ୍ଟୁଡିଓଜ ଟ୍ରଷ୍ଟ ହେଉଛି ଏଭଳି ଏକ ଅନ୍ୟତମ ସାଂସ୍କୃତିକ କେନ୍ଦ୍ର ଯେଉଁଠାରେ ପରିଦର୍ଶକମାନେ ବିଶ୍ୱସ୍ତରର ଥିଏଟରଠାରୁ ଆରମ୍ଭ କରି ଆର୍ଟ ଗ୍ୟାଲେରି, ସିନେମା, ସମସାମୟିକ କଳା ପ୍ରଦର୍ଶନୀ, ଲାଇଭ ପ୍ରଦର୍ଶନ ଓ ଟେଡ ଟକ ଆଦିର ମଜା ନେଇପାରିବେ । ଏହା ସାରା ବିଶ୍ୱର ମନୋରଂଜନ ଶିଳ୍ପର ଲିଡରମାନଙ୍କୁ ଆକର୍ଷିତ କରିବ ଯାହା ଭାରତୀୟ, ବ୍ରିଟିଶ ଓ ଅନ୍ତର୍ଜାତୀୟ କ୍ରିଏଟରମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ।
ଜାତୀୟ/ଆନ୍ତର୍ଜାତୀୟ
ଅନୀଲ ଅଗ୍ରୱାଲଙ୍କ ମାଲିକାନାରେ ବ୍ରିଟେନର ପ୍ରତିଷ୍ଠିତ ରିଭରସାଇଡ ଷ୍ଟୁଡିଓଜ
- Hits: 18