ହେଡଲାଇନସ୍:

ଆଂଚଳିକ କନିଷ୍ଠ  ମହାବିଦ୍ୟାଳୟର ବାର୍ଷିକ ଉତ୍ସବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କାମାକ୍ଷାନଗର/Bimal Biswal  : କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ ବ୍ଲକ ଅନ୍ତର୍ଗତ ବିରାଶାଳସ୍ଥିତ ଆଂଚଳିକ କନିଷ୍ଠ ମହାବିଦ୍ୟାଳୟର ୨୫ତମ ବାର୍ଷିକ ଉସôବ ମହାସମାରୋହରେ  ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପତି ସଭାପତିତ୍ୱ କରି ସଭା କାର୍ଯ୍ୟ ପରିଚାଳନା କରିଥିଲେ । କଙ୍କଡାହାଡ ବ୍ଲକ  ଗୋଷ୍ଠୀ  ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ଯୁବ ଦୀବସ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ  ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସୁସ୍ଥ ସମାଜ ଗଠନ ଦିଗରେ ଯୁବକ, ଯୁବତୀମାନେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ବିରାଶାଳସ୍ଥିତ ଷ୍ଟେଟ୍ ବ୍ୟାଙ୍କର ମ୍ୟାନେଜର  ରବିନାରାୟଣ ସାହୁ, ସ୍ଥାନୀୟ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଅମିତ୍ କୁମାର ଥାଟୀ, ଡିଗ୍ରୀ ମହାବିଦ୍ୟାଳୟର ଓଡିଆ ଅଧ୍ୟାପିକା ଡଃ. ଜ୍ୟୋତ୍ସ୍ନାରାଣୀ ଖୁଂଟିଆ ଯୋଗ ଦେଇ ଯୁବ ଶକ୍ତି ଉପରେ ଅଲୋକପାତ କରିଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ଜଗଦୀଶ ପ୍ରସାଦ ତ୍ରିପାଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ୟାରୀମୋହନ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଓ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୂଖ୍ୟ ଅତିଥି ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିବା ସହିତ କ୍ରୀଡାରେ ଚମ୍ପିୟାନ ହୋଇଥିବା ଶିବ ମୁଣ୍ଡା ଓ ନୀଳିମା ଦେହୁରୀଙ୍କୁ ପୁରସ୍କୃତ କରିଥିଲେ । ଶ୍ରେଷ୍ଠ  ଭଲୁଂଟିଅର ଭାବରେ ଦେବାଶିଷ ମିଶ୍ର ଓ ନିଳିମା ମିଶ୍ର ମଧ୍ୟ ପୁରସ୍କୃତ ହୋଇଥିଲେ । କ୍ରୀଡା ଶିକ୍ଷକ ସୀତାକାନ୍ତ ଦାଶ, ଅଧ୍ୟାପକ ଅଜୟ ହୋତା, ବିକାଶ ରଂଜନ ପଣ୍ଡା, ମନୋଜ ପ୍ରଧାନ, ସ୍ୱର୍ଣ୍ଣଲକ୍ଷ୍ମୀ ମହାପାତ୍ର, ଯୁଧିଷ୍ଠିର  ସାହୁ, ପ୍ରକାଶ ପତି, ସନ୍ତୋଷ ବେହେରା, ବାବୁ ଦେହୁରୀ, ଅକ୍ଷୟ ଦାସ, ଶ୍ରୀକାନ୍ତ ହେନ୍ତାଳିଆ, ଚକ୍ରଧର ସେନାପତି ଏବଂ ପ୍ରଭାତ କୁମାର ମହାରଣା ପ୍ରମୁଖ ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । 

କାମାକ୍ଷାନଗର ଡିଗ୍ରୀ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ 

କାମାକ୍ଷାନଗର ଡିଗ୍ରୀ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ଶ୍ରେଣୀ ଗୃହରେ ଅନୁଷ୍ଠିତ  ଏକ ସାଧାରଣ ସଭାରେ ଛାତ୍ରୀମାନେ ପ୍ରତିଯୋଗୀତା ମାଧ୍ୟମରେ ନିଜକୁ କିପରି ଶୃଙ୍ଖଳିତ ଓ ସୁସ୍ଥ ସମୟାନୁବର୍ତ୍ତିତା ତଥା ଆତ୍ମରକ୍ଷା କରିପାରିବେ ସେ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷା ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ପ୍ରାଙ୍ଗଣରେ ଦୁଇ ଦିନ ଧରି ଅନୁଷ୍ଠିତ  ଏହି ଉତ୍ସବରେ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିତା ଡଃ. ରେଣୁକା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧ୍ୟାପିକା ସୁରମା ପ୍ରଧାନ, ନିରଞ୍ଜନ ମଲ୍ଲିକ, ଖେଳ ଶିକ୍ଷୟତ୍ରୀ ସୁନୀତିବ୍ରତୀ ହୋତା ତଥା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ପ୍ରତିଯୋଗିତାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

0
0
0
s2sdefault