ହେଡଲାଇନସ୍:

ମା’ ବିରଜାଙ୍କ ସ୍ୱ ନକ୍ଷତ୍ର ଦିବସ ଅବସରରେ ଭଜନ କ୍ୟାସେଟ ମା’ ବିରଜା ସାହା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁର/ jayshankar dash : ଯାଜପୁରର ଅଧିଷ୍ଠାତ୍ରୀ  ଦେବୀ ମା’ ବିରଜାଙ୍କ ସ୍ୱ ନକ୍ଷତ୍ର ଦିବସ ଚଳିତ ମାସ ୧୬ ତାରିଖରେ ଅନୁମତି  ହେବ ।  ମା’ ଙ୍କ ସ୍ୱ ନକ୍ଷତ୍ର  ଦିବସ ପାଳନକୁ ଶୃଙ୍ଖଳିତ ଓ ବିଧି ମୁତାବକ ଭାବେ ପାଳନ ସଂପର୍କରେ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଗୁରୁବାର ପୂର୍ବାହ୍ନରେ ନିଜ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଷଦ ତଥ୍ୟ ପ୍ରଦା କରିଚ୍ଥନ୍ତି ।  ପାରମ୍ପାରିକ ରୀତି ନୀତି ଅନୁସାରେ ୧୬ ତାରିଖ ଦିନ ପ୍ରତୁ୍ୟଷରୁ ଠାକୁରାଣୀଙ୍କ ନିତ୍ୟସ୍ନାନ, ବେଶ, ପିଷ୍ଟକାଦି ନୈବେଦ୍ୟ ଅର୍ପଣ, ପ୍ରାତଃ ଘ. ୬.୧୫ ମିିନିଟ୍ ପରେ ବୈଦିକ ରୀତିରେ ଦେବୀଙ୍କ ମହାସ୍ନାନ ଓ ପରେ ସାବିତ୍ରୀ ବେଶ, ପୂର୍ବାହ୍ନ ଘ. ୯.୪୫ ମିିନିଟ୍ ପରେ ଷୋଡଶୋପଚାର ପୂଜାରମ୍ଭ ଓ ଦିବା ଘ. ୨.୧୫ ମିିନିଟ୍ ପରେ ସ୍ୱ ନକ୍ଷତ୍ର ୟଜ୍ଞାରମ୍ଭ ଓ ପୂର୍ଣ୍ଣାହୁତି ଇତ୍ୟାଦି ଅନୁଷ୍ଠିତ  ହେବ ।  ସଂଧ୍ୟା ୬ ଘଟିକାରେ ବିରଜା ମନ୍ଦିର ସମ୍ମୁଖରେ ମା’ ବିରଜା ସାହା ନାମରେ ଏକ ଭକ୍ତି ଭାବଧାରା ଭଜନ କ୍ୟାସେଟ୍ର ଶୁଭ ଉନ୍ମୋଚନ କରାଯିବ ।  ପୂଣ୍ୟତୋୟା ପ୍ରଡକ୍ସନ ପକ୍ଷରୁ ପ୍ରଯୋଜିତ ମା’ ବିରଜାଙ୍କ ମହିମା ଓ ଆଶିଷ ସଂପର୍କିତ ଏହି ଭଜନର ଗୀତ ଗୁଡିକ ଗୀତିକାର ଅରୁଣ ମନ୍ତ୍ରୀ, ପଂଚାନନ ନାୟକ ଲେଖିଥିବା ବେଳେ ସ୍ୱର ସଂଯୋଜନା ମଳୟ ମିଶ୍ର କରିଚ୍ଥନ୍ତି ।  ବିଶିଷ୍ଟ ଗାୟିକା ଇରା ମହାନ୍ତି, ଅସୀମା ପଣ୍ଡା, ଗାୟକ ଶ୍ରୀଚରଣ ମହାନ୍ତି, ପ୍ରଦୀପ ପଲାଇ ପ୍ରମୁଖ ସେମାନଙ୍କ ସୁମଧୁର କଣ୍ଠ ଦାନ କରି ଭଜନ ଗୁଡିକୁ ଅଧିକ ଆକର୍ଷଣୀୟ କରି ଗଢି ତୋଳିଚ୍ଥନ୍ତି ।  ଏହି  ଉନ୍ମୋଚନ କାର୍ଯ୍ୟକ୍ରମରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାପାଳ ରଂଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ ଉପଜିଲ୍ଲାପାଳ ତଥା ବିରଜା ମନ୍ଦିରର ପରିଚାଳନା ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ ଓ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ ଯୋଗ ଦେବାର କାର୍ଯ୍ୟସୂଚୀ ରହିଚ୍ଥି ବୋଲି ଶ୍ରୀ ଧଳ ସୂଚନା ଦେଇଥିଲେ ।  ଏହି  ବୈଠକରେ ପୈାରପାଳ ଭବ ପ୍ରସାଦ ଦାସ, ଜିଲ୍ଲା  ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ବରିଷ୍ଠ ପାରିଷଦ ସନ୍ତୋଷ କୁମାର ମଲ୍ଲିକ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ମା’ ଙ୍କ ସ୍ୱ ନକ୍ଷତ୍ର ଦିବସ ଅବସରରେ ମଧ୍ୟ ଭଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଚ୍ଥି ।  ଯେଉଁଥିରେ ଉପରୋକ୍ତ ଗାୟକମାନେ ଉପସ୍ଥିତ ରହି ଭଜନ ପରିବେଷଣ କରିବେ ।  ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଯୋଗଦେଇ ମା’ ଙ୍କ ଆଶିଷ ଲାଭ କରିବାକୁ ମା’ ବିରଜା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁôରୋଧ କରାଯାଇଚ୍ଥି ।  

 

 

0
0
0
s2sdefault