ହେଡଲାଇନସ୍:

"ଗାନ୍ଧିବାଦ ପାଇଁ ଜୀବନକୁ ବାଜି ଲଗାଇଥିଲେ ମହମ୍ମଦ ବାଜି' : ରଘୁନନ୍ଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ)  ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ତଥା ନିରଳସ ରଚନାତ୍ମକ କର୍ମୀ ମହମ୍ମଦ ବାଜିଙ୍କ ପରଲୋକରେ ଜଳସଂପଦ, ସୂଚନା ଓ ଲୋକସଂ ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକବ୍ୟକ୍ତ କରିଛନ୍ତି |
ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ  ମହମ୍ମଦ ବାଜିଙ୍କ ବିୟୋଗ ମୂଲ୍ୟବୋଧ , ଗଣତାନ୍ତ୍ରିକ ବିଶ୍ୱାସ ଓ ସେବା ପରାୟଣତା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଦେଲା |  ୧୯୨୧ରେ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସହିତ ପ୍ରତ୍ୟକ୍ଷ ସାକ୍ଷାତ କ୍ରମେ ଜୀବନକୁ ସମୁଜ୍ଜ୍ୱଳ କରିଥିବା ମହମ୍ମଦ ବାଜି ଭାରତ ଛାଡ଼ ଆନ୍ଦୋଳନ ସମେତ ସ୍ୱାଧୀନତା  ସଂଗ୍ରାମ ସମୟର ଏକାଧିକ  ଘଟଣାରେ ବ୍ରିଟିଶ  ପ୍ରଶାସନ ଦ୍ୱାରା ଜେଲ୍ ଓ ଜରିମାନାରେ ଦଣ୍ଡିତ ହୋଇଥିଲେ | ସାଂପ୍ରଦାୟିକ ସଦ୍ଭାବନା, ମାନବିକ ଅଧିକାର  ଓ ଗାନ୍ଧିବାଦବିଚାର ଧାରାରେ  ଆଜୀବନ ବିଶ୍ୱସ୍ତ ମହମ୍ମଦ  ବାଜି ଭୂଦାନ-ସର୍ବୋଦୟ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଅବିଭକ୍ତ କୋରାପୁଟ ପରି ଜନଜାତି ବହୁଳ ଅଞ୍ଚଳରେ ମହାଭାରତୀୟତାର ମହାମନ୍ତ୍ର ପ୍ରଚାରରେ ନିମଗ୍ନ ଥିଲେ | ସେ ଉତ୍କଳ ଗାନ୍ଧି ସ୍ମାରକୀ ନିଧିର  ଅଧ୍ୟକ୍ଷ ଭାବରେ ଓ ଉତ୍କଳ ସର୍ବୋଦୟ ମଣ୍ଡଳର କାର୍ଯ୍ୟକର୍ତ୍ତା ଭାବରେ ସ୍ୱୀୟ ଅବଦାନ ପ୍ରକଟ କରିଥିଲେ | ଅବିବାହିତ ବାଜି ତୃଣମୂଳସ୍ତରର ଲୋକଙ୍କ ସେବା, ରଚନାତ୍ମକ କାର୍ଯ୍ୟ ୟ ଓ ଗାନ୍ଧି-ମୂଲ୍ୟବୋଧ  ପ୍ରଚାରରେ ଆଜୀବନବ୍ରତୀ ଥିଲେ | ତାଙ୍କ ବିୟୋଗରେ ଓଡ଼ିଶା ଜଣେ ମହାନ ଗାନ୍ଧିବାଦୀଙ୍କ ହରାଇଲା ବୋଲି ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିବା ସହିତ ତାଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |

0
0
0
s2sdefault