ହେଡଲାଇନସ୍:

ଆନ୍ତର୍ଜାତିକ ନିଶା ଅପବ୍ୟବହାରକୁ ଅବୈଧ କାରବାର ନିରୋଧ ଦିବସ ୨୦୧୯ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ଓ ଅବକାରୀ ବିଭାଗ , ଗଜପତିଙ୍କ ଦ୍ୱାରା ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ଦିବସ ନିରୋଧ ଦିବସ ୨୦୧୯ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ   ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା , ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ , ବ୍ରହ୍ମାକୁମାରୀ କଲ୍ୟାଣୀ,ପାରଳାଖେମୁଣ୍ଡି, ରମେଶଚନ୍ଦ୍ର ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା,ଆନନ୍ଦ ସାମନ୍ତ ରାୟ ଯୋଗ ଦେଇଥିବା ବେଳେ ଡ. କଲ୍ୟାଣୀ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମଞ୍ଚାସୀନ କରିଥିଲେ । ବିଶ୍ୱରେ ପ୍ରତିବର୍ଷ ଜୁନ୍‍ ୨୬ ତାରିଖକୁ ଅନ୍ତର୍ଜାତୀୟ ନିଶା ଓ ଅବୈଧ କାରବାର ଦିବସ ରୁପେ ପ୍ରତିବର୍ଷ ପାଳନ କରାଯାଏ । ୧୯୮୯ ମସିହା ଠାରୁ ଏହି ଦିବସ ପ୍ରତି ପାଳନ କରାଯାଉଅଛି । ବର୍ତ୍ତମାନର ଯୁବଗୋଷ୍ଠୀ ଆଗାମୀ ଦିନର ଭବିଷ୍ୟତ କିନ୍ତୁ ବର୍ତ୍ତମାନର ଯୁବଗୋଷ୍ଠୀ ବିଭିନ୍ନ ମାନସିକ ଚାପର ଶିକାର ହୋଇ ଏବଂ କୁସଙ୍ଗତରେ ପଡି ନିଶା ଗ୍ରସ୍ତ ହୋଇ  ଲକ୍ଷଭ୍ରଷ୍ଟ ହେଉଛନ୍ତି । ଫଳରେ ଦେଶର ଭବିଷ୍ୟତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛି । ମାଦକ ଦ୍ରବ୍ୟ ସେବନ କରିବା ଦ୍ୱାରା ଏହା ଶରୀର ଓ ମସ୍ତଷ୍କକୁ ପ୍ରଭାବିତ କରି ସ୍ନାୟୁ ଗୁଡିକୁ ଦୁର୍ବଲ କରିଥାଏ । ତତ୍‍ ସହିତ ହୃଦ୍‍ସ୍ପନ୍ଦନ ଚାପ ବଢିଥାଏ । ବର୍ତ୍ତମାନର ଯୁବଗୋଷ୍ଠୀ ସାଙ୍ଗ ମାନଙ୍କୁ ଆକର୍ଷିତ କରିବା ସହିତ ସମାଜର ନିତି ନିୟମକୁ ଭିତରୁ ବାହାରି ସ୍ୱାଧୀନ ଭାବରେ ରହିବା ପାଇଁ ଚେଷ୍ଟା କରିବା ପ୍ରକ୍ରିୟାର ନିଶା ସେବନ କରନ୍ତି । ତେଣୁ ନିଶା ଠାରୁ କିପରି ଦୁରେଇ ରହିବ ଯୁବଗୋଷ୍ଠୀ ସମାଜରେ ଭଲ ମଷିଣ ଓ ସୁସ୍ଥ ସମାଜ ଗଠନ କରିପାରିବେ ତାହା  ମଞ୍ଚାସୀନ ଅତିଥି ମାନେ କହିଥିଲୋ ପରିଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଦିକାରୀ ସନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ପୁର୍ବରୁ ମହାରାଜାଙ୍କ ବାଳକ ବାଳକ ବିଦ୍ୟାଳୟ ପରିସରରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ସଚେତନତା ରାଲି ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ଓ ପ୍ଲାକାର୍ଡ ଧରି ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

0
0
0
s2sdefault