ହେଡଲାଇନସ୍:

ଜିଲାର ବିକାଶ ପାଇଁ ଗଣମାଧ୍ୟମର ସହଯୋଗ ଲୋଡିଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର(ରମେଶ ମହାନ୍ତି)-ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର ଟେକ୍ନୋଲୋଜି,ଟ୍ରାନସ୍ପରେନ୍ସି,ଟିମ ୱାର୍କ,ଟ୍ରାନ୍ସ୍ ଫରମେସନ୍,ଓ ଟାଇମ୍ ଉପରେ ଧ୍ୟାନଦେଇ କାର୍ଯ୍ୟକରିବାକୁ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ନୂତନ ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତ ବେଳେ ମତବ୍ୟକ୍ତ  କରିଥିଲେ । । ଜିଲ୍ଲାର ଜନସାଧାରଣ ଙ୍କ ମୌଳିକ ସମସ୍ୟା ସମାଧାନ ଓ ସରକାରଙ୍କ ଜନକଲ୍ୟାଣ ଯୋଜନା ଗୁଡିକର ସଫଳ ରୂପାୟନ ପାଇଁ ପ୍ରଶାସନ କାର୍ଯ୍ୟକରିବ । ପ୍ରଶାସନ ଜନସାଧାରଣଙ୍କ ପାଖରେ ପହଂଚି ସବୁ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱରୋପ କରିଥିଲେ। ଜିଲ୍ଲାରେ ସ୍ୱାସ୍ଥ୍ୟସେବା,ଶିକ୍ଷା ,ଗମନାଗମନ,କୃଷି,ଶିଳ୍ପ ଓ ପାନୀୟ ଜଳେଯାଗାଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଜଗତସିଂହପୁର ଜିଲ୍ଲା କୁ ରାଜ୍ୟର ୧ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ ଅଗ୍ରାଧିକାର ଦେବେ । ଜିଲ୍ଲା ଶିକ୍ଷା ସଂସ୍କୃତି ,ଐତିହ୍ୟ ପରମ୍ପରା ମାଟି । ବିଶ୍ୱବିଖ୍ୟାତ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା,ରାଜନିତିଜ୍ଞ ନବକୃଷ୍ଣ ଚୌଧୁରୀ,ସରଳା ଦେବୀ,ରମାଦେବୀ,ବିଭୁତି ପଟ୍ଟନାୟକ,ପ୍ରତିଭା ରାୟ,ଆଦିକବି ସାରଳା ଦାସ ପ୍ରମୁଖ ଜିଲ୍ଲାକୁ ଗୌରବାନ୍ୱିତ  କରିଛନ୍ତି । ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟ ,ତହସିଲରୁ ମିଳୁଥିବା  ବିଭିନ୍ନ ପ୍ରମାଣପତ୍ର,ପଟ୍ଟା  ଇତ୍ୟାଦି ସେ ନିଜେ ଓ ବରିଷ୍ଠ ଅଧିକାରୀ ତଦାରଖ କରିବେ। ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ସେମାନେ ପ୍ରଶାସନର ଦୋଷଦୁର୍ବଳତା କେଉଁଠାରେ ରହୁଛି ତାହା ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ଆଣିବା ପାଇଁ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କର ସହଯୋଗ କାମନା କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ସୂଚନା ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

0
0
0
s2sdefault