ହେଡଲାଇନସ୍:

ମୁଁ ଏ ମାଟିର ସନ୍ତାନ,କୁକର୍ମ ଦୁର୍ନୀତିକୁ ବରଦାସ୍ତ କରେ ନାହିଁ : ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର ସଂସ୍କୃତି ଭବନ ଠାରେ ନିଶାଦ୍ରବ୍ୟ ବିରୋଧ ସଚେତନତା ଦିବସ

 ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ନିରୋଧ ଦିବସ ଜିଲ୍ଲା ପ୍ରଶାସନ,ପୋଲିସ,ଅବକାରୀ ଓ ସାମାଜିକ ସୁରକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦାନ କରି  ନିଶା ହେଉଛି ଏପରି ଏକ ବ୍ୟାଧି ମଣିଷଙ୍କୁ ସମସ୍ତଙ୍କ ଠାରୁ ଦୂରେଇ ଦିଏ । ନିଶା ପ୍ରତି ଦୁର୍ବାର ଆକର୍ଷଣ ଯେପରି କୀଟ ଆଲୋକ ଆଡକୁ ଆକର୍ଷିତ ହୁଏ । ନିଶା ସେବନ ବନ୍ଦ ହେଲେ ୪୦ ଶତକଡା ଆଇନ ଶୃଙ୍ଖଳା ସୁଧୁରି ଯିବ ଏବଂ ୩୦ ଶତକଡା ଛାତ୍ରଛାତ୍ରୀ ଉପକୃତ ହେବେ।ନିଶା ସେବନ ରୋକିବାରେ ଅବିଭାବକ ମାନଙ୍କର ଗୁରୁଦାୟିତ୍ୱ ରହିଛି । ଅବିଭାବକ କେବେ ହାରେ ନାହିଁ । ଅଭିଭାବକ ହାରିଗଲେ ସମାଜ ଦେଶ ପାଖରୁ ହାରିଯିବ । ମୁଁ ଏ ମାଟିର ସନ୍ତାନ,କୁକର୍ମ ଦୁର୍ନିତୀକୁ ବରଦାସ୍ତ କରେ ନାହିଁ। ଜିଲ୍ଲାରେ ଗତ ଦୁଇଦିନ ଧରି ତିର୍ତୋଲ ଓ ବାଲିକୁଦା ଅଂଚଳରେ ଅବକାରୀ ଚଢାଉ ଜାରି ରହିଛି ବୋଲି ପ୍ରକାଶ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ଯୋଗଦେଇ ନିଶା ସେବନ ଦ୍ୱାରା ଅନେକ ପରିବାର ଉଛନ୍ନ ହୋଇଛନ୍ତି । ନିଶାଦ୍ରବ୍ୟ ଉତ୍ପାଦନ ବନ୍ଦ କରାଗଲେ,ଏହାକୁ ରୋକାଯାଇ ପାରିବ ବୋଲି ପ୍ରକାଶ କରିଥିଲେ। ଉପ-ଜିଲ୍ଲାପାଳ  ମହେନ୍ଦ୍ର ପ୍ରସାଦ ମହାନ୍ତି ଯୋଗଦେଇ ନିଶା ସେବନ ଦ୍ୱାରା କଲେଜ ପଢୁଆ ଛାତ୍ରଛାତ୍ରୀ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଜିଲ୍ଲା ଅବକାରୀ ଅଧିକ୍ଷକ  ରତିକାନ୍ତ ପଣ୍ଡା ଯୋଗଦେଇ କହିଲେ ମଣିଷ ବଂଚିବା ପାଇଁ ସୁସ୍ଥ ବାତାବରଣ,ଖାଦ୍ୟ ପେୟ,ସୁସ୍ଥ ମାନସିକତାର ଆବଶ୍ୟକତା ରହିଛି । ନିଶାଦ୍ରବ୍ୟ ଅପ ବ୍ୟବହାର ପରିବାର ଓ ସମାଜକୁ ନଷ୍ଟ କରି ଦେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଜୟ କୁମାର ବୈଠାରୁ  ଯୋଗଦେଇ ନିଶା ଦେଶରବାଧକ ସାଜିଛି । ଧୁଆଁପତ୍ର ବିଡି, ସିଗାରେଟ୍, ଗୁଟ୍ଖା, ପାନ ସେବନ ଦ୍ୱାରା ମୁଖ ଗହ୍ୱର କର୍କଟ  ବେଶୀ ଆକ୍ରାନ୍ତ କରେ । ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ ଯୋଗଦେଇ ନିଶା ସେବନକୁ ରୋକିବା ପାଇଁ ଜନସଚେତନତା ହିଁ ଏକମାତ୍ର ମାଧ୍ୟମ । ଏହି ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ୱାହବ ଖାଁ ସଭା ପରିଚାଳନା କରିବା ସହିତ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲଣ ରୋକିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।ଏହି ସଚେତନତା ଶୋଭାଯାତ୍ରାକୁ କଲେଜ ଛକ ଠାରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ଶୋଭାଯାତ୍ରାରେ ଉପ-ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଅଙ୍ଗନୱାଡ଼ି କର୍ମୀ, ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର  କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପାଲାଗାୟକ  ଅଭିମନ୍ୟୁ ନାୟକ ଓ ସାଥି ପାଲା ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଛାତ୍ରଛାତ୍ରୀ  ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ  ପବିତ୍ର କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault