ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ହେବାକୁ ଯାଉଛି ଏକ ନୂତନ ପଦକ୍ଷେପ ସି-ଟିମ୍ । ସୋମବାର ଦିନ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ଦ୍ୱାରା ସି-ଟିମ ଲୋଗଉନ୍ମଚିତ ହୋଇଯାଇଛିା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହଯୋଗରେ ଆରମ୍ଭ ହେବାକୁ ଥିବା ଆସନ୍ତା ୨୮ ତାରିଖରେ ଏହି ପାଇଲଟ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା ସହରର ମହିଳା ମାନଙ୍କୁ ସୁରକ୍ଷା ଯୋଗାଇଦେବା । ଜଣେ ମହିଳା ସବ୍ ଇନସେପେକ୍ଟଙ୍କ ସହିତ ୪ଜଣ ମହିଳା ଓ ତିନି ଜଣ ପୁରୁଷ ଆରକ୍ଷୀ ଟିମରେ ରହିବେ ।
ସି-ଟିମ ଏକ ଭ୍ରାମମାଣ ଗୋଷ୍ଠୀ ଯାହା ଗଜପତି ଜିଲ୍ଲାର ଝିଅ ଓ ମହିଳା ମାନଙ୍କର ନିରାପତା ଓ ସୁରକ୍ଷା ଉଦ୍ଦେଶ୍ୟରେ କାମ କରିବ । ଏହି ଟିମ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ତଥା ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକ ଯେଉଁ ଥିରେ ମହିଳାମାନେ କାର୍ଯ୍ୟରତ ଅଛନ୍ତି ସେହି ସ୍ଥାନକୁ ଯାଇ ମହିଳା ଓ ଝିଅ ମାନଙ୍କୁ ପ୍ରତି ହେଉଥିବା ଅଶ୍ଳୀଳ ଇଙ୍ଗିତ, ଦୁର୍ବବ୍ୟହାର ହଇରାଣ, ହରକତ ଆଦି କୁକର୍ମକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବ । ସେହିଭଳି ଯେକୌଣସି ଝିଅ କିମ୍ୱା ମହିଳା ଯଦି କୌଣସି ହିଂସାର ଶିକାର ହୋଇ ସାହାର୍ଯ୍ୟ ନିମନ୍ତେ ଫୋନ କରିବେ ତାହା ହେଲେ ସଙ୍ଗେ ସଙ୍ଗେ ଏହି ଟିମ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବ । ଏହି ଟିମର ମୁଖ୍ୟଙ୍କ ଫୋନନଂ ନିର୍ଦ୍ଧାରିତ ଗାଡିରେ ଓ ସବୁ ସ୍ଥାନରେ ଲେଖାଯିବ । ମହିଳା ବା ଝିଅ ଯେକି ହିଂସାର ଶିକାର ହୋଉଥିବେ ସେମାନେ ଏହି ଟିମର ସାହାଯ୍ୟ ନେଇପାରିବେ । ଘଟଣା ଘଟୁ ବା ନଘଟୁ ଏହି ଟିମ ସ୍କୁଲ , କଲେଜ,ମନ୍ଦିର ଭଳି ସାଧାରଣ ସ୍ଥାନ ଗୁଡିକ ବୁଲି ବୁଲି ମହିଳା ମାନଙ୍କ ପ୍ରତି ଘଟୁଥିବା ହିଂସା ବା ଦୁର୍ବବ୍ୟହାର ନିୟନ୍ତ୍ରଣ କରିପାରିବ । ତା ଛଡା ଏହି ଟିମ ଶିଶୁ ଯତ୍ନ ଅନୁଷ୍ଠାନ ଓ ରେଳ ଷ୍ଟେସନକୁ ଯାଇ ଶିଶୁ ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନାକୁ ପ୍ରତିରୋଧ କରିବାରେ ସଫଳ ହେବେ । ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ଯଥା କାମ କରିବା , ପାଠ ପଢିବା ବା ଅନ୍ୟାନ୍ୟ କାରଣ ନିମନ୍ତେ ବାହାରକୁ ଘରୁ ବାହାରିଯାଇ ରାସ୍ତା ଘାଟ ଓ ତାଙ୍କର କାର୍ଯ୍ୟ ସ୍ଥଳିରେ ବିଭିନ୍ନ ହିଂସାର ଶିକାର ହେଉଛନ୍ତି । ସି-ଟିମ ଲକ୍ଷ ରଖେ ଯେ ଆଜିର ଝିଅ, ମହିଳା ଓ ତାଙ୍କ ଅଭିଭାବକ ମାନେ ଯେପରି ନିଶ୍ଚିନ୍ତରେ ସେମାନଙ୍କୁ ତାଙ୍କର ନିତିଦିନିଆ କାର୍ଯ୍ୟ ପାଇଁ ନିର୍ଭୟରେ ବାହାରକୁ ଛାଡିପାରିବେ ବୋଲି ଏସ ପି ସାରା ଶର୍ମା ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ।
ହାଇଦରାବାଦର ସି-ଟିମକୁ ଲକ୍ଷ ରଖି ରାଜ୍ୟରେ ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡି ଠାରେ ସି-ଟିମ କାର୍ଯ୍ୟ କରିବ । ସି- ର ଅର୍ଥ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ । ସି-ଟିମର ଲୋଗ ଉନ୍ମଚନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦରମହକୁମା ଡିଏସପି ପ୍ରକାଶ ଜେନା, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଡମ୍ୱୁରୁ ଧର ବଳବନ୍ତ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ସି-ଟିମର ଅଡିଓ ଭିଡିଓ ସିଡିର ଉନ୍ମଚନ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା । ଗୁରୁ ରଘୁନାଥ ପାତ୍ରଙ୍କ ସ୍ୱର ସଂଯୋଜନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ନିଜେ ଗୀତ ଗାଇଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ ସି-ଟିମର ସଙ୍ଗୀତ କରାଯାଇଛି ବୋଲି ଏସ ପି ସାରା ଶର୍ମା କହିଥିଲେ । ଏହି କାର୍ଯ୍ୟକ୍ରମରେ ଡି.ଏସପି ପ୍ରକାଶ ଜେନା , ଏସଡିପିଓ ଠାକୁର ପ୍ରସାଦ ପାତ୍ର ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ରିଜର୍ଭ ପୋଲିସ ଅଧିକାରୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଏସ ପି ଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ତାଙ୍କ ସଙ୍ଗୀତର ଭୂୟସୀ ପ୍ରଶଂସା କରାଯାଇଛି ।