ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ
ପ୍ରଶାସନ ପକ୍ଷରୁ ଆବଶ୍ୟକ ଅଂକୁଶ ଅଭାବରୁ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ଭୋଜପୁର ଓ ସବଡେଗା ଅଞ୍ଚଳରେ ଇବନଦୀରୁ ବିନା ରୟଲଟି ରେ ଦିନକୁ ଦିନ ଟ୍ରକ ଟ୍ରକ ବାଲି ଚୋରା ଚାଲାଣ ବୃଦ୍ଧି ପାଇଛି । ହେଲେ ଗତ କାଲି ଓ ଆଜି ୨ ଟି ହାଇବା ଧରାପଡିଥିବା ବେଳେ ଗୋଟିଏ କୁନାଲ କମ୍ପାନୀର୍ ଥିବା ବେଳେ ଆଉଗୋଟେ ଟେକଚାନ୍ଦ ପଟେଲଙ୍କ ଥିବାଜଣା ପଡ଼ିଛି ବୋଲି ତହସିଲଦାର ରୂପାଳିକ ଦାସ ସୂଚନା ଦେଇଛନ୍ତି । ହେଲେ ସେ ଆହୁରି ମଧ୍ୟ କହିଛନ୍ତି ପାଖରେ ଥାନା କିମ୍ବା ସ୍ପେସିଆଲ କର୍ମଚାରୀ ନ ଥିବା କାରଣରୁ ବହୁ ସମୟରେ ଏହିପରି ଘଟଣା ହେଉଛି । ହେଲେ ,ଯାହା ଶୁଣିବାକୁ ମିଳୁଛି, କିଛି ତହସିଲଦାର ମାନେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହିତ ଏହି ଚୋରା ଚାଲାଣ ଉପରେ ଆଲୋକପାତ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ସବଡେଗା ତହସିଲଦାରଙ୍କ ସହ ଏହି ବିଷୟରେ ପଚାରିବାରୁ ସେ କହିଛନ୍ତି ଯେ ବ୍ଲକରୁ ଥାନା ଦୂରରେ ଥିବା ଯୋଗୁ ଯେଉଁ ଚୋରା ଗାଡି ଧରାପଡୁଛି ବାଧ୍ୟତାମୂଳକ ତାକୁ ତହସିଲ କାର୍ଯ୍ୟାଳୟରେ ରଖିବାକୁ ପଡୁଛି । ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରାପୁରି ସହଯୋଗ ମିଳିନି । ତେଣୁ ଯାହା ହେଇପାରୁଛି ଆମେ ଚୋରବାଲି ଗାଡି ସିଜ କରି ଅଟକ ରଖୁଛୁ । ଯିଏ ଆସି ରାଜସ୍ୱ ବା ଜରିମାନା ଦେଉଛି ଆମେ ତାଙ୍କ ଗାଡି ଛାଡିଦେଉଛୁ ବୋଲି ସେ କହିଛନ୍ତି । ଗତକାଲି ଏହି ଜରିମାନା ବାବଦରେ 15000 ଟଙ୍କା ଆଦାୟ ହୋଇଥିବା ବେଳେ ଆଜି 20000 ଟଙ୍କା ଆଦାୟ ହୋଇଥିବା ଜଣା ପଡ଼ିଛି ।