ନାବାଳିକା ସହିତ ପ୍ରେମ : ଜେଲ ରେ ପ୍ରେମିକ , ଗର୍ଭବତୀ ପ୍ରେମିକା
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ପାଇକମାଲ ରୁ ନୃସିଂହନାଥ ମୁଖ୍ୟ ରାସ୍ତାରେ ଅବସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ର ଜଣେ ନାବାଳିକା ଅନ୍ତେବାସୀ ସାବିତ୍ରୀ (ଛଦ୍ମନାମ) ପ୍ରତ୍ୟେକ ଦିନ ପାଠ ପଢିବା ପାଇଁ ପାଇକମାଲ କଲେଜକୁ ଯାଉଥିଲେ । ଏହି କଲେଜରେ ତାଙ୍କର ଜଣେ ସହପାଠୀଙ୍କର ସହିତ ତାଙ୍କର ବନ୍ଧୁତା ହେଇଯାଇଥିଲା । ଅନ୍ତେବାସୀ ନାବାଳିକା ସାବିତ୍ରୀ ର ଉକ୍ତ ବାନ୍ଧବୀ ଜଣକୁ ପ୍ରତ୍ୟେକ ଦିନ କଳେକୁ ନବା ଆଣିବା କରିବା ପାଇଁ ଦିଲୀପ ଛତର (23) ନାମକ ତାଙ୍କର ଜଣେ ସମ୍ପର୍କୀୟ ଭାଇ ପ୍ରାୟେକ ଦିନ ଯାଉଥିଲେ । ଯାହାଫଳରେ ପ୍ରତ୍ୟେକ ଦିନ ସାବିତ୍ରୀ ଓ ଦିଲୀପର ଦେଖା ସାକ୍ଷାତ ହେଉଥିଲା । ଏହି ଦେଖା ସାକ୍ଷାତ ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହେବା ପରେ ବହୁତ ଆଗକୁ ବଢିଯାଇ ବର୍ତ୍ତମାନ ସାବିତ୍ରୀ ଗର୍ଭବତୀ । ସାବିତ୍ରୀ ର ଏହି ଅବସ୍ଥା ଜାଣିବା ପରେ ମାତୃନିକେତନ ର କର୍ମକର୍ତ୍ତା ମାନେ ତୁରନ୍ତ ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ପ୍ରଥମେ ଦିଲୀପକୁ ଥାନାକୁ ଆଣିବା ପରେ ଦିଲୀପ ଓ ସାବିତ୍ରୀ ର ଡାକ୍ତରୀ ମୁଆଇନା କରାଇଥିଲେ । ଏହାପରେ ପାଇକମାଲ ଥାନା ରେ କେଶ ନମ୍ୱର 104/ 2019 ଧାରା 376 , ଓ 8 Pocso act re ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଦିଲୀପ କୁ କୋର୍ଟ ଚାଲାଣ କରିଛନ୍ତି ।
ତେବେ ଏଠି ବିରାଟ ପ୍ରଶ୍ନ ଯେ ମାତୃନିକେତନ ପରିଚାଳନା କରିବା ପାଇଁ ସରକାର କିଛି କର୍ମଚାରୀ ମାନଙ୍କୁ ନିଯୁକ୍ତ କରିଛନ୍ତି । ଯେଉଁମାନେ କି ଅନ୍ତେବାସୀ ମାନଙ୍କର ସମସ୍ତ ପ୍ରକାରର ସୁବିଧା ଅସୁବିଧା ବୁଝିବା ପାଇଁ ସରକାର ଠାରୁ ଦରମା ବି ପାଉଛନ୍ତି ହେଲେ ଏହି ଘଟଣା ଏବେ ସେମାନଙ୍କର କାର୍ଯଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରୁଛି ।