ହେଡଲାଇନସ୍:

ବିଭିନ୍ନ ଦାବୀ ନେଇ ବି.କେ.ଏମ.ୟୁ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ Balakrisna Panigrahi : ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘର,ଜାଗା ଓ ପଟ୍ଟା,ଜଙ୍ଗଲଜମି ପଟ୍ଟା ଏବଂ କ୍ଷତିଗ୍ରସ୍ତ ସର୍ବହରାଙ୍କୁ ରୁଣ ପ୍ରଦାନ ଦାବୀରେ ଜିଲ୍ଲା ଭାରତୀୟ କ୍ଷେତ ମଜଦୁର ୟୁନିୟନ ବି.କେ.ଏମ.ୟୁ  ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବୀ ପତ୍ର ଦିଆଯାଇଛି ।
ଏହି ଅବସରରେ ୩୦୦ରୁ ଅଧିକ ବି.କେ.ଏମ.ୟୁ କର୍ମି ମାନେ, ବି.କେ.ଏମ.ୟର ରାଜ୍ୟ ପରିଷଦ ସଭାପତି ଜନା ସୁବାସଚନ୍ଦ୍ର ରାଓଙ୍କ ନେତୃତ୍ୱରେ ପୁରୁଣା ଫାଏରଷ୍ଟେସନ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବି.କେ.ଏମ.ୟୁ ର ରାଜ୍ୟ ସଭାପତି ଶ୍ରୀ ରାଓ ସୁଚନା ଦେଇ କହିଥିଲେ ଯେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ୨୦୧୫ରୁ ଘର ଜାଗା ଓ ପଟ୍ଟା ଓ ଜଙ୍ଗଲଜମି ପଟ୍ଟା ପାଇବା  ପାଇଁ ଦରଖାସ୍ତ କରିଥିଲେ ମଧ୍ୟ  ଆଜି ପର୍ଯ୍ୟନ୍ତ ତାହା ବିଚାରକୁ ନିଆଯାଇନାହିଁ । ସେହିଭଳି ଗତ ତିତିଲିରେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ଓ ସର୍ବହରା ହୋଇପଡିଛନ୍ତି । ବଞ୍ଚିବା ପାଇଁ ସେମାନଙ୍କ ଚାଷ, ବ୍ୟବସାୟ ଓ ଅନ୍ୟାନ୍ୟ କାରବାର ପାଇଁ ତୁରନ୍ତ ରୁଣ ପ୍ରଦାନ କରାଯାଉ । ଅନ୍ୟ ପକ୍ଷରେ ତିତିଲି ରିଲିଫ ସହାୟତା ମଞ୍ଜୁରରେ ଯେଉଁ ଦୁର୍ନିତି ହୋଇ ଯୋଗ୍ୟଙ୍କ ପରିବର୍ତ୍ତେ ଅଯୋଗ୍ୟ ଲୋକେ ଏହି ସହାୟତା ହାତେଇଛନ୍ତି ।
    ଏହି ଦୁର୍ନିତିର ପ୍ରକୃତ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ । ଏସବୁ ହେଉଛି ଆମର ଦାବୀ ବୋଲି କହିଥିଲେ । ଶେଷରେ ଦାବୀ ଗୁଡିକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ପ୍ରଦାନ କରିଥିଲେ ।






0
0
0
s2sdefault