ହେଡଲାଇନସ୍:

ପାରଳାଖେମୁଣ୍ଡିରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜିଲ୍ଲା ଭାରତ ସ୍ୱାଭିମାନ, ଯୁବ ଯୋଗ ଭାରତ, କିଶାନ ଯୋଗ ସେବା ସମିତି ଏବଂ ଜିଲ୍ଲା ପାତାଞ୍ଜଳି ଯୋଗ ସମିତିର ମିଳିତ ଆନୁକୁଲ୍ୟରେ  ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏବଂ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ , ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ପାତାଞ୍ଜଳି ମହିଳା ଯୋଗ ସମିତିର ସଂଯୋଜିକା ଆଶାଲତା ପାଣିଗ୍ରାହୀ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଯୋଗର ବିଶେଷତ୍ୱ ଓ ମହତ୍ୱ  ଉପରେ କହିଥିଲେ ।

ଯୋଗ କରିବା ଦ୍ୱାରା ସ୍ନାୟୁ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇ ଶରୀରକୁ ସୁସ୍ଥ ରଖିଥାଏ ମନ ସ୍ଥିର ରଖିବା ସହ ଅଙ୍ଗପ୍ରତ୍ୟଙ୍ଗ ସକ୍ରିୟ ରହି ନୀରବ ଜୀବନ ଯାପନ କରିବାରେ ସହାୟତା ହୋଇଥାଏ ବୋଲି କହିଥିଲେ । ଯୋଗଗୁରୁ ଲକ୍ଷ୍ମୀଚରଣ ପଟ୍ଟନାୟକ, ଭାରତ ସ୍ୱାଭିମାନର ସଂଯୋଜକ ଯୋଗଗୁରୁ ବିଘ୍ନେଶ୍ୱର ଦାସ, ଯୋଗଗୁରୁ ମୂରଲୀ ମୋହନ ପ୍ରଧାନ ଓ ନିବେଦିତା ଦାସ ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରକାର ଆସନ ପ୍ରାଣାୟମ ପ୍ରଭୃତି ଉପରେ ଯୋଗଭ୍ୟାସ କରିଥିଲେ ।
    ଆଚାର୍ଯ୍ୟ ମୂରଲୀ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବାବେଳେ ୨୦୦ରୁ ଅଧିକ ଯୋଗ ପ୍ରେମୀ ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ଯୋଗ ଦେଇ ବିଭିନ୍ନ ଆସନ , ପ୍ରାଣାୟମ କରିଥିଲେ ।

0
0
0
s2sdefault