ଭୁବନେଶ୍ୱର(ଶାସକ ପ୍ରଶାସକ): ତାଳଚେର କଣିହାସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ତାଳଚେର ବିଦ୍ୟୁତ କେନ୍ଦ୍ର ମିଳିତ ଭାବେ ଅନୁଗୁଳଠାରେ କନ୍ୟା ସଶକ୍ତିକରଣ ମିଶନ ନାମକ ଏକ ଚାରିଦିନିଆ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦୁଇଟି ତାପଜ ବିଦ୍ୟୁତ ତ୍କେନ୍ଦ୍ର ସେମାନଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଉଦ୍ୟମ ମାଧ୍ୟମରେ କାର୍ଯ୍ୟକାରୀ କରିଛନ୍ତି । ଏହି କର୍ମଶାଳାରେ ବାଳିକାମାନଙ୍କୁ ଆବାସିକ ଭାବେ ୪ ସପ୍ତାହ ଧରି ସଶକ୍ତିିକରଣ ତାଲିମ୍ ଦିଆଯାଇଥିଲା । ଏହି ତାଲିମ୍ କର୍ମଶାଳାରେ ୧୦ରୁ ୧୨ ବର୍ଷ ବୟସର ୨୬ଟି ବିଦ୍ୟାଳୟର ମୋଟ୍ ୨୩୭ଜଣ ଛାତ୍ରୀଙ୍କୁ ନିଆଯାଇଥିଲା । ଏହା ଏକ ଆବାସିକ କାର୍ଯ୍ୟକ୍ରମ ହୋଇଥିବାରୁ ଏନ୍ଟିପିସି ବାଳିକାମାନଙ୍କର ରହିବା, ଖାଇବା, ପୋଷାକ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଆବଶ୍ୟକତା ଯୋଗାଇଦେବା ଦାୟିତ୍ୱ ନେଇଥିଲା । ରାଜସ୍ଥାନର ଏକ ବେସରକାରୀ ସଂଗଠନ ବେୟାର ଫୁଟ୍ କଲେଜ ଏହି କାର୍ଯ୍ୟକ୍ରମ ପାଇଁ ପାଠ୍ୟକ୍ରମ ଓ ନକ୍ସା ପ୍ରସ୍ତୁତ କରିଥିଲା । କର୍ମଶାଳାରେ ଅଂଶଗ୍ରହଣକାରୀମାନଙ୍କୁ ଯୋଗ, ବିଭିନ୍ନ ବିଷୟରେ ଶିକ୍ଷା, ନାଚ, ଖେଳକୁଦ ଓ କଳା ଆଦି ସମ୍ପର୍କରେ ତାଲିମ ଦିଆଯାଇଥିଲା ।
କର୍ମଶାଳାରେ ଅଂଶଗ୍ରହଣକାରୀମାନଙ୍କୁ ଯୋଗ ସମ୍ପର୍କରେ ଶିକ୍ଷା ଦିଆଯିବା ସହ ଏହାର ଉପକାରିତା ସୁସ୍ଥ ରହିବା କ୍ଷେତ୍ରରେ ଯୋଗର ଉପାଦେୟତା, ମାନସିକ ସ୍ଥିରତା ଆଦି ଶିକ୍ଷା ଦିଆଯାଇଥିଲା । କ୍ରୀଡ଼ା କ୍ଷେତ୍ରରେ ପଡ଼ିଆରେ ଖେଳା ଯାଉଥିବା ଭଲିବଲ୍, ବ୍ୟାନମିଣ୍ଟନ, ଶାାରୀରିକ ଯୋଗ୍ୟତା ଆଦି ସମ୍ପର୍କରେ ଶିକ୍ଷା ଦିଆଯାଇଥିବା ବେଳେ ଇନ୍ଡେ଼ାର୍ ଗେମ୍ ଭାବେ କ୍ୟାରମ୍ ଓ ଲୁଡ଼ୁ ଭଳି ଖେଳ ସମ୍ପର୍କରେ ପରସ୍ପର ସହ ଆଲୋଚନା ମାଧ୍ୟମରେ ଶିକ୍ଷା ଦିଆଯାଇଥିଲା । ଶିକ୍ଷା ବିଷୟ ଭାବେ ଓଡ଼ିଆରେ ସାରାଂଶ ଲିଖନ, ଇଂରାଜୀରେ ସାଧାରଣ ଜ୍ଞାନ, ଲିଖନ ଶୈଳୀ ଓ ଯୋଗାଯୋଗ କୌଶଳ ଆଦିି ଶିକ୍ଷା ଦିଆଯାଇଥିଲା । ଅଂଶଗ୍ରହଣକାରୀମାନଙ୍କୁ ଡ଼ିିଜିଟାଲ ଦେଣନେଣ ଶିକ୍ଷା, ଲିଙ୍ଗ ଭେଦ ଦୂରର ନେତୃତ୍ୱ ନେବା, ପରିବେଶ ସମ୍ପର୍କିତ ସଚେତନତା ଆଦି ଶିକ୍ଷା ଦିଆଯାଇଥିଲା । ଡ଼ିଜିଟାଲ ଶିକ୍ଷାରେ କମ୍ପୁଟର ସହିତ ସିଧାସଳଖ ପରିଚିତ କରାଯାଇ ଶିକ୍ଷା ଦିଆଯାଇଥିଲା । କିଛି ଛାତ୍ରୀ ଜୀବନରେ ପ୍ରଥମଥର ପାଇଁ କମ୍ପୁଟର ବ୍ୟବହାର କରି ବେଶ୍ ଉଲ୍ଲସିତ ହୋଇ ଉଠିଥିଲେ । କମ୍ପୁଟର, ଏମ୍ଏସ୍ ୱାଡର଼୍, ପାୱାର ପଏଣ୍ଟ, ଇଣ୍ଟରନେଟ, ପେଣ୍ଟ ଆଦି ସମ୍ବନ୍ଧରେ ଶିକ୍ଷା ଦିଆଯାଇଥିଲା । ରଙ୍ଗ ଏବଂ ତୂଳୀରେ ଛାତ୍ରଛାତ୍ରୀମାନେ ଅଙ୍କନ କରିଥିବା ଚିତ୍ରଗୁଡ଼ିକର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା । କିଛି ଛାତ୍ରୀ ନିଜର ପ୍ରୋଜେକ୍ଟ କାର୍ଯ୍ୟକ୍ରମକୁ କମ୍ପଟରରେ ତିଆରି କରିଥିଲେ ।
କନ୍ୟା ସଶକ୍ତିରଣ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲା ଇଂରାଜୀ ଶିକ୍ଷା । ପରସ୍ପର ମଧ୍ୟରେ ଭାବର ଆଦନା ପ୍ରଦାନକାରୀ ଖେଳ ମାଧ୍ୟରେ ଇଂରାଜୀ ଶବ୍ଦ ପ୍ରୟୋଗର ଶିକ୍ଷା ଦିଆଯାଇଥିଲା । ଠିକ୍ ସେହିପରି ଇଂରାଜୀ ଭାଷାରେ ଗଳ୍ପ ପଢିବା ମାଧ୍ୟରେ ପଠନ ଅଭ୍ୟାସ ବୃଦ୍ଧିର ଉଦ୍ୟମ କରାଯାଇଥିଲା । ଏହି କର୍ମଶାଳାଟି କେବଳ କିଶୋରୀମାନଙ୍କ ପାଇଁ ହୋଇଥିବାରୁ ଲିଙ୍ଗଗତ ବିଷୟ ଉପରେ ସଚେତନତା ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଲିଙ୍ଗଗତ ବିଭେଦ, ସମାଜରେ ମହିଳାମାନଙ୍କ ସ୍ଥିତି ଓ ସେମାନଙ୍କ ଭିତରେ ଥିବା ସଙ୍କୋଚ ଭାବକୁ ଦୂର କରିବା ଏବଂ ଶରୀରର ବିଭିନ୍ନ ସ୍ଥାନକୁ ସ୍ପର୍ଶ ଜନିତ ଆଶାଳୀନ ବ୍ୟବହାର ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯାଇଥିଲା । ଏହି କର୍ମଶାଳାରେ ନେତୃତ୍ୱ ନେବାର କୌଶଳକୁ ମଧ୍ୟ ଶିକ୍ଷା ଦିଆଯାଇଥିଲା । ସେଥିପାଇଁ ଏକ ଛାୟା ନିର୍ବାଚନ କରାଯାଇ ରାଜନୀତିକ ଅଧିକାର ଓ ବ୍ୟବସ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ନିର୍ବାଚିତ ପ୍ରତିନିଧି ଭାବେ ଜଣେ ନେତାର ଦାୟିତ୍ୱ ସମ୍ପର୍କରେ ଶିକ୍ଷା ଦିଆଯିବା ସହ ଗୋପନୀୟ ମତଦାନ ଏବଂ କିଭଳି ଭାବେ ନିଜର ପ୍ରାର୍ଥୀ ବାଛିବେ ତଥା ଭୋଟ ଦାନ ଅଧିକାରକୁ ସାବ୍ୟସ୍ତ କରିବା କ୍ଷେତ୍ରରେ ସଚେତନତା ସୃଷ୍ଟି ହେବା ବିଷୟମାନ ଶିକ୍ଷା ଦିଆଯାଇଥିଲା । ଏହି କିଶୋରୀମାନଙ୍କୁ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ଓଜନସ୍ତରରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଶକ୍ତିର ଉତ୍ସ, ଶକ୍ତି ସଂରକ୍ଷଣ, ସୌରଶକ୍ତି, ଖାଦ୍ୟ ଶୃଙ୍ଖଳ ଆଦି ସମ୍ପର୍କରେ ମଧ୍ୟ ଜ୍ଞାନ ଦିଆଯାଇଥିଲା । ଏହିସବୁ ତାଲିମ କାର୍ଯ୍ୟକ୍ରମ ସହିତ ସେମାନଙ୍କୁ ଶିଶୁ ଚଳଚ୍ଚିିତ୍ର ମାଧ୍ୟମରେ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରାଯାଇଥିଲା ।
ରାଜ୍ୟ
ଏନଟିପିସି ପକ୍ଷରୁ କିଶୋରୀ ସଶକ୍ତିକରଣ କର୍ମଶାଳା
- Hits: 354