ପାଶର ହାର କଳାରେ ୬୭.୭୦, ବାଣିଜ୍ୟରେ ୬୫.୮୦ ଓ ଧନ୍ଦମୂଳକ ବିଭାଗରେ ୫୬.୦୧ ପ୍ରତିଶତ ।
ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷା ବର୍ଷ -୨୦୧୯ର +୨ କଳା ଓ ବାଣିଜ୍ୟ ପରୀକ୍ଷାର ଫଳ ଜୁନ ୨୧ ଅପରାହ୍ନ ୪ଟାରେ ପ୍ରକାଶ ପାଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିବା ପରେ ଏହା ନେଟରେ ଛଡ଼ାଯାଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ତଥା ବାଲେଶ୍ୱର, ଭଦ୍ରଖ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଗଠିତ ଉତ୍ତର ଓଡ଼ିଶା ଜୋନରେ କଳାରେ ପାଶ୍ର ହାର ୭୧.୭୫ ପ୍ରତିଶତ, ବାଣିଜ୍ୟରେ ୭୪.୯୨ ପ୍ରତିଶତ ଓ ଧନ୍ଦମୂଳକ ବିଭାଗରେ ୬୨.୬୭ ପ୍ରତିଶତ ରହିଥିବାର ସୂଚନା ମିଳିଅଛି ।
ଚଳିତ ଶିକ୍ଷା ବର୍ଷରେ ଉତ୍ତର ଓଡ଼ିଶା ଜୋନରେ +୨ କଳା ବିଭାଗରେ ମୋଟ ୪୩ହଜାର ୩ଶହ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୩୧ହଜାର ୩୫୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୪ ହଜାର ୬୩୫ , ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୪୪୮ ଜଣ , ତୃତୀୟ ଶ୍ରେଣୀରେ ୨୧ ହଜାର ୨୪୮ ଜଣ ପାଶ କରିଛନ୍ତି । ବାଲେଶ୍ୱର ଜିଲ୍ଲାରୁ ମୋଟ ୧୨,୮୯୭ ଜଣ ପରୀକ୍ଷାର୍ଥୀ ଫର୍ମ କରିଥିବା ବେଳେ ୧୨, ୭୭୧ ପରୀକ୍ଷାର୍ଥୀ ପରୀକ୍ଷାରେ ବସିଥିଲେ । ଏମାନଙ୍କ ମଧ୍ୟରୁ ୭୫.୬୭ ପ୍ରତିଶତ ହାରରେ ୯,୬୬୫ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୧,୭୦୦ ଜଣ, ଦ୍ୱିତୀୟ ଶ୍ରେଣୀରେ ୧,୭୭୪ ଜଣ, ତୃତୀୟ ଶ୍ରେଣୀରେ ୬,୧୮୦ ଜଣ ଓ ୧୧ ଜଣ କମ୍ପାର୍ଟମେଣ୍ଟାଲରେ ସଫଳତା ଲାଭ କରିଛନ୍ତି । ସେହିପରି ଭଦ୍ରଖ ଜିଲ୍ଲାରେ ୧୨,୮୯୭ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୭,୯୨୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୭୧.୭୫ ପ୍ରତିଶତ ହାରରେ ମୋଟ ୫,୬୮୪ ଜଣ ପାଶ୍ କରିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧,୦୭୫ , ଦ୍ୱିତୀୟ ଶ୍ରେଣୀରେ ୧,୦୫୨ , ତୃତୀୟ ଶ୍ରେଣୀରେ ୩,୫୪୮ ଓ ୯ ଜଣ କମ୍ପାର୍ଟମେଣ୍ଟାଲରେ ପାଶ କରିଛନ୍ତି । କେନ୍ଦୁଝର ଜିଲ୍ଲାରୁ ମୋଟ ୮,୭୮୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୮,୫୭୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୫୫.୦୨ ପ୍ରତିଶତ ହାରରେ ୪,୭୧୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୫୪୫ ଜଣ, ତୃତୀୟ ଶ୍ରେଣୀରେ ୩,୮୪୫ ଜଣ ଓ କମ୍ପାର୍ଟମେଣ୍ଟାଲରେ ଜଣେ ସଫଳତା ଲାଭ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ୧୪,୪୬୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ସମୟରେ ୧୪,୧୯୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୬୮.୩୯ ପ୍ରତିଶତ ହାରରେ ୯,୭୧୧ ଜଣ ପାଶ୍ କରିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୯୦୫, ଦ୍ୱିତୀୟ ଶ୍ରେଣୀରେ ୧,୪୭୩ଜଣ , ତୃତୀୟ ଶ୍ରେଣୀରେ ୭,୩୨୮ ଜଣ ଓ ୫ ଜଣ କମ୍ପାର୍ଟମେଣ୍ଟାଲରେ ପାଶ କରିଛନ୍ତି ।
ସେହିପରି +୨ ବାଣିଜ୍ୟ ବିଭାଗରେ ସଫଳତାର ହାର ୬୫.୮୦ ପ୍ରତିଶତ ରହିଛି । ବାଲେଶ୍ୱର ଜିଲାରେ ପାଶର ହାର ୭୩.୮୫ ପ୍ରତିଶତ ରହିଛି । ଜିଲ୍ଲାରେ ୧,୪୬୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ଏମାନଙ୍କ ମଧ୍ୟରୁ ୧,୪୪୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ୨୦୬ ଜଣ ପ୍ରଥମ ଶ୍ରେଣୀ, ୨୩୯ ଜଣ ଦ୍ୱିତୀୟ ଶ୍ରେଣୀ ଓ ୫୨୧ ଜଣ ତୃତୀୟ ଶ୍ରେଣୀରେ ଏହିପରି ମୋଟ ୧,୦୬୮ ଜଣ ପରୀକ୍ଷାରେ ପାଶ କରିଛନ୍ତି । ଭଦ୍ରଖ ଜିଲାରେ ପାଶର ହାର ୬୬.୫୪ ପ୍ରତିଶତ ରହିଛି । ଜିଲ୍ଲାରେ ୧,୬୦୯ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ସମୟରେ ୧,୫୯୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ପ୍ରଥମ ଶ୍ରେଣୀରେ ୨୬୦, ଦ୍ୱିତୀୟ ଶ୍ରେଣୀରେ ୨୦୯, ତୃତୀୟ ଶ୍ରେଣୀରେ ୫୮୯ ଜଣ ଓ କମ୍ପାଟମେଣ୍ଟାଲରେ ୪ ଜଣ ଏହିପରି ମୋଟ ୧,୦୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଛନ୍ତି । କେନ୍ଦୁଝର ଜିଲାରେ ପାଶର ହାର ୫୯.୪୧ ପ୍ରତିଶତ ରହିଛି । ଜିଲାରେ ୭୬୨ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ସମୟରେ ୭୪୯ ପରୀକ୍ଷାରେ ବସିଥିଲେ ଏବଂ ପ୍ରଥମ ଶ୍ରେଣୀରେ ୮୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୭୩ ଜଣ ଓ ତୃତୀୟ ଶ୍ରେଣୀରେ ୨୮୬ ଜଣ ଏହିପରି ମୋଟ ୪୪୫ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୟୂରଭଞ୍ଜ ଜିଲାରେ ପାଶର ହାର ୬୩.୪୩ ପ୍ରତିଶତ ରହିଛି । ଜିଲାରୁ ୧,୦୦୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ୯୬୦ ଜଣ ପରୀକ୍ଷାରେ ବସିଥିଲେ ଏବଂ ପ୍ରଥମ ଶ୍ରେଣୀରେ ୧୦୧, ଦ୍ୱିତୀୟ ଶେଣୀରେ ୧୦୬ ଓ ତୃତୀୟ ଶ୍ରେଣୀରେ୪୦୧ ଜଣ ପାଶ କରିଛନ୍ତି ଓ କମ୍ପାଟମେଣ୍ଟାଲରେ ଜଣେ ଏହି ପରି ମୋଟ ୬୦୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
ଧନ୍ଦମୂଳକ ପାଠ୍ୟକ୍ରମରେ ଉତ୍ତର ଓଡ଼ିଶା ଜୋନରେ ପାଶର ହାର ୫୬.୦୧ ପ୍ରତିଶତ ରହିଛି । ବାଲେଶ୍ୱର ଜିଲାରେ ପାଶ୍ର ହାର ୭୩.୩୪ ପ୍ରତିଶତ ରହିଛି । ଜିଲାରେ ୪୬୦ ଜଣ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୩୪୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୪୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୫୪, ତୃତୀୟ ଶ୍ରେଣୀରେ ୧୪୧ ପାଶ କରିଛନ୍ତି । ସେହିପରି ଭଦ୍ରଖ ଜିଲାରେ ପାଶର ହାର ୬୧.୨୧ ପ୍ରତିଶତ ରହିଛି । ପରୀକ୍ଷା ଦେଇଥିବା ୪୧୦ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୯୬, ତୃତୀୟ ଶ୍ରେଣୀରେ ୧୨୮ ଓ କମ୍ପାର୍ଟମେଣ୍ଟାଲରେ ୧୨ ଜଣ ଏହିପରି ମୋଟ ୨୫୧ ଜଣ ପାଶ୍ କରିଛନ୍ତି । କେନ୍ଦୁଝର ଜିଲାରେ ପାଶର ହାର ୪୦.୮୩ ପ୍ରତିଶତ ରହିଛି । ପରୀକ୍ଷା ଦେଇଥିବା ମୋଟ ୪୦୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬୭ ଜଣ ପାଶ କରିଛନ୍ତ ଏବଂ ପ୍ରଥମ ଶ୍ରେଣୀରେ ୧୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭ ଜଣ, ତୃତୀୟ ଶ୍ରେଣୀରେ ୯୯ ଜଣ ଓ କମ୍ପାର୍ଟମେଣ୍ଟାଲରେ ୩୩ ଜଣ ପାଶ କରିଛନ୍ତି । ମୟୂରଭଞ୍ଜ ଜିଲାରେ ପାଶର ହାର ୪୭.୬୬ ପ୍ରତିଶତ ରହିଛି । ପରୀକ୍ଷା ଦେଇଥିବା ୭୪୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୫୭ ଜଣ କୃତକାର୍ଯ୍ୟ ହୋଇଛନ୍ତି ଏବଂ ପ୍ରଥମ ଶ୍ରେଣୀରେ ୬୯ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୬୯ଜଣ, ତୃତୀୟ ଶ୍ରେଣୀରେ ୧୦୬ ଜଣ ଓ କମ୍ପାର୍ଟମେଣ୍ଟାଲରେ ୧୩ ଜଣ ରହିଛନ୍ତି ବୋଲି ଉପ-ସମ୍ପାଦକ ଡ଼ଃ ଜୟଦେବ ପାଣିଗ୍ରାହୀଙ୍କ ସୂତ୍ରରୁ ଜଣାପଡ଼ିଛି ।