ହେଡଲାଇନସ୍:

ବନ୍ଧା ହେଲେ ଶିକ୍ଷକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର,(ଉଜ୍ଜ୍ୱଳ କର): ଫୌଜଦାରୀ ମୋକଦ୍ଧମାରେ ଜଡିତ ହୋଇ ରେମୁଣା ବ୍ଲକ ତାଳପଦା ପଞ୍ଚାୟତର ତିଳୋତ୍ତମା ନୋଡାଲ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ଦାସ ଗତ ୧୭ ତାରିଖରେ ଖନ୍ତାପଡା ପୋଲିସ ଦ୍ୱାରା ଗରିରଫ ହୋଇ କୋର୍ଟ ହୋଇଥିବାର ଜଣାପଡିଛି । ଜମିଜମାକୁ କେନ୍ଦ୍ର କରି ଦୁଇ ପକ୍ଷ ଗଣ୍ଡୋଗଳ, ମାରପିଟରେ  ଶିକ୍ଷକ ଶ୍ରୀ ଦାସ ସମ୍ପୃକ୍ତ ଥିଲେ । ଶ୍ରୀ ଦାସ ଗିରଫ ହୋଇଥିବାରୁ ସରକାରୀ ଚାକିରୀ ନିୟମାବଳୀ ଅନୁଯାୟୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ଗ୍ରାମବାସୀ, ରେମୁଣା ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲ୍ଲାଶିକ୍ଷାଧିକାରୀ, ଜିଲ୍ଲାପାଳ ଓ ସଚୀବ ଶିକ୍ଷାବିଭାଗକୁ ଅବଗତ କରାଯାଇଥିଲା । ଶ୍ରୀ ଦାସ ପୂର୍ବରୁ ଅନେକ ଅସାମାଜିକ କାର୍ଯ୍ୟ କରୁଥିବା ଓ ଘଟଣାଦିନ ନିଜେ ଗୋଡାଇ ଗୋଡାଇ ପିଟିଥିବାର ପ୍ରମାଣ ମିଳିବାରୁ ଖନ୍ତାପଡା ପୋଲିସ ଥାନା କେସ ନଂ ୧୬୮/୧୮ ମୂଳେ ଗିରଫ କରି କୋର୍ଟ ଚାଲାଣ କରିଛି ।  ଏସଡିଜେଏମ କୋର୍ଟ ଶିକ୍ଷକ ଶ୍ରୀ ଦାସଙ୍କ ଜାମିନକୁ ଖାରଜ କରି ୨୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

0
0
0
s2sdefault