ହେଡଲାଇନସ୍:

୧୦ ଦଫା ଦାବି ନେଇ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କଲେ ଭଞ୍ଜସେନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବାରିପଦା( ଦିଲ୍ଲୀପ ମହାନ୍ତି) ମୟୂରଭଞ୍ଜ ଜିଲ୍ଲା ପ୍ରତି ନେସ୍କୋର କ୍ରମାଗତ ଅବହେଳା ପ୍ରଦର୍ଶନ ସହ ବାରମ୍ବାର ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦୁ୍ୟତ୍କାଟ , ଉପଭୂକ୍ତାମାନଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ଆସିଛି ।  ଫଳରେ ଜନସାଧାରଣ ସ୍ୱାର୍ଥ ରକ୍ଷା ନିମନ୍ତେ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିଆସୁଥିବା ଅଣରାଜନୈତିକ ସଂଗଠନ ଭଞ୍ଜସେନା ଆନେ୍ଦାଳନକୁ ଉହଲ୍ଲାଇ ଆସିଛି । ଆଜି ମନମୁଖୀ ବିଦୁ୍ୟତ୍ କାଟ ଓ ଲୋ-ଭୋଲଟେଜ ସମସ୍ୟା, ବିପଦ ସଙ୍କୋଳ ଅବସ୍ଥାରେ ରହିଥିବା ଟ୍ରାନ୍ସଫର୍ମାରକୁ ତାରବାଡ଼ ଘେରାଇ ସୁରକ୍ଷିତ ରଖିବା ଓ ବିଭିନ୍ନ ସ୍ଥାନରେ ଓହଳି ଆସିଥିବା ୧୧ କେଭି ତାରକୁ ସୁରକ୍ଷିତ ଉଚ୍ଚତାରେ ରଖିବା, ନଷ୍ଟ ହୋଇଯା ବିପଦ ସଙ୍କୋଳ ଅବସ୍ଥାରେ ରହିଥିବା ବିଦ୍ୟୁତ ଖୁଣ୍ଟକୁ ହଟାଇବା, ବିନା ନୋଟିସରେ ବିଦ୍ୟୁତ  ଉପଭୁକ୍ତାମାନଙ୍କ ବିଦୁ୍ୟତ୍ ସଂଯୋଗ ବିଚ୍ଛିନ୍ନକୁ ବନ୍ଦ କରିବା, ଗ୍ରାହମାନଙ୍କ ଖରାପ ମିଟର ହଟାଇ ନୂଆ ମିଟର ଲଗାଇବା ନିମନ୍ତେ ଆବଶ୍ୟକ ଅର୍ଥ ଜମା କରାଯାଇଥିଲେ ମଧ୍ୟ ମିଟର ନ ଯୋଗାଇ ମାସିକ ମନଇଚ୍ଛା ଶୁଳ୍କ ଆଦାୟ କରିବା, ଚେକିଂ ଆଳରେ ଉପଭୋକ୍ତା ମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ବେଆଇନ ଫାଇନ ଆଦାୟ ବନ୍ଦ କରିବା, ଲାଇନ ସଂଯୋଗ ଯୋଗାଇଦେବା ନାମରେ ବେସରକାରୀ ସଂସ୍ଥା ଟଙ୍କା ଆଦାୟ କରିବା, ସୌଭାଗ୍ୟ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ବାଟମାରଣା କରାଯିବା ଆଦି ୧୦ ଦଫା ଦାବି ନେଇ ସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଯୁବ ନେତା ସମାଜସେବୀ ରାକେଶ ସିଂ ଓ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଓ ସମର୍ଥକମାନେ ବାରିପଦା ସହରର ବାଘଡ଼ାରୋଡ଼ସ୍ଥିତ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରିଥିଲେ । ଫଳରେ ନେସ୍କୋ ବିଭାଗର ବାରିପଦା ଅଧିକ୍ଷଣ ଯନ୍ତ୍ରୀ କ୍ଷୀରୋଦ ବେହେରା ନିଜ କାର୍ଯ୍ୟାଳୟ ପ୍ରଜଷ୍ଠ  ବାହାରକୁ ଆସି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନାରେ ବସିବାକୁ ବାଧ୍ୟ ହୋଇଥିଲେ । ଆଲୋଚନାରେ ମାଧ୍ୟମରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀବେହେରା ଆନ୍ଦୋଳନକାରୀମାନଙ୍କ ସମସ୍ତ ଦାବିକୁ ଗୁରୁତ୍ତର ସହ ବିଚାରକୁ ନେଇଥିବାର ପ୍ରକାଶ କରିବା ସହ ଏହାର ସମାଧାନ କରାଇବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ରାକେଶ ବେହେରା, ସାମନ୍ତ ଶେଖର ପାଲ, ଜ୍ୟୋତିରଞ୍ଜନ ପୃଷ୍ଟି, ସୌମ୍ୟ ରଞ୍ଜନ ମିଶ୍ର, ଏସକେ ରାଜା ଖାନ, ପ୍ରଶାନ୍ତ ମହାକୁଡ଼, ଜିତୁ ଶିବାନନ୍ଦ, ସନାତନ ସାହୁ, ରବୀନ୍ଦ୍ର ସାହୁ, ପ୍ରଶାନ୍ତ ଦାସ, ମୀର ବାବରଅଲ୍ଲୀ, ଏମଡ଼ି ନାଜିର ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault