୮ ଦଫା ଦାବି ପୂରଣ ନିମନ୍ତେ ସେବାୟତମାନଙ୍କ ନବୀନ ନିବାସ ପଦଯାତ୍ରା ପ୍ରସଙ୍ଗ
ନିଜକୁ ବଡ଼ାମ ଠାକୁର ସହ ତୁଳନା କରି ଗଣମାଧ୍ୟମକୁ ବିବାଦୀୟ ପ୍ରତିକ୍ରିୟ, ପ୍ରଥମେ ସୁଦାମ ପରେ ମୁଖ୍ୟମନ୍ତ୍ରୀ
ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ଦାବି ଜୋର ଧରିଲା
ବାରିପଦା(ଶାସକ ପ୍ରଶାସକ)- କିଛି ଦିନ ତଳେ ନିଜ ସମ୍ପ୍ରଦାୟର ଧର୍ମୀୟ ତଥା ପାରମ୍ପରିକ ବିଧି ବ୍ୟବସ୍ଥାକୁ ପଦାଘାତ କାରରି ନିଜ ଝିଅଙ୍କୁ ଭିନ୍ନ ସଂପ୍ରଦାୟରେ ବିବାହ ଦେଇ ବିବାଦ ଘେରକୁ ଆସିଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ଏବେ ନିଜ ଅହଂ ପୁର୍ଣ ବକ୍ତବ୍ୟକୁ ନେଇ ପୁଣି ବିବାଦକୁ ଟାଣି ହୋଇଯାଇଛନ୍ତି |
ମୟୂରଭଞ୍ଜ ଜିଲ୍ଲା ଥିବା ସମସ୍ତ ମଠ ମନ୍ଦିରର ସୁପରିଚାଳନା ନିମନ୍ତେ ପୂର୍ଣ୍ଣ କ୍ଷମତା ପ୍ରାପ୍ତ ଦେବୋତ୍ତର ନିର୍ବାହୀ ଅଧିକାରୀ ନିଯୁକ୍ତି, ଦେବୋତ୍ତର ସମ୍ପତ୍ତିର ପୁର୍ନଉଦ୍ଧାର ସହ ସୁରକ୍ଷା, ଖାଲି ପଡ଼ିଥିବା ସେବାୟତ ପଦବୀକୁ ଅବିଳମ୍ବେ ପୂରଣ କରାଯିବା, ସେବାୟତମାନଙ୍କ ମାସିକ ପାଉଣା ବୃଦ୍ଧି ଆଦି ୮ ଦଫା ଦାବି ପୂରଣ ନିମନ୍ତେ ସେବାୟତ ସଂଘ ପକ୍ଷରୁ ଜୁନ ୧୯ ନବୀନ ନିବାସ ପଦଯାତ୍ରାକୁ ନେଇ ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଗଣମାଧ୍ୟମକୁ ଦେଇଥିବା ବିବାଦୀୟ ବୟାନକୁ ନେଇ ଅଡ଼ୁଆ ମଧ୍ୟକୁ ଠେଲି ହୋଇ ଆସିଛନ୍ତି ।
ଜୁନ ୧୯ ମଧୁବନ ବତ୍ୟା ଆଶ୍ରୟସ୍ଥଳରେ ସମ୍ଭାବ୍ୟ ବାତ୍ୟା ବନ୍ୟା ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ମକଡ୍ରିଲ କର୍ମଶାଳାରେ ଗଣମାଧ୍ୟମର ପ୍ରତିନିଧିମାନେ ସେଠାରେ ଉପସ୍ଥିତ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମାର୍ଣ୍ଡି ସେବାୟତମାନଙ୍କ ନବୀନ ନିବାସ ପଦଯାତ୍ରା ଉପରେ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଧାର୍ମିକ ଅନୁଷ୍ଠାନ କେବଳ ସେବାୟତମାନଙ୍କର ନୁହେଁ, ଏହା ସମସ୍ତଙ୍କର । ସେବାୟତମାନେ ଫୋରମରେ ଯିବାର ରହିଥିଲା । ଖାଲି ପଦଯାତ୍ରା କରିବାର କିଛି ମାନେ ହୁଏ ନାହିଁ । ମୁଁ ଭାବୁଛି ମୁଁ ଏଠାକାର ମନ୍ତ୍ରୀ, ପ୍ରଥମେ ମୋ ଦୃଷ୍ଟିକୁ ଆଣିବାର ଆବଶ୍ୟକତା ଥିଲା । ଆପଣମାନେ ଜଣିଛନ୍ତି ପ୍ରଥମେ ବଡ଼ାମ ଠାକୁରାଣୀ ପରେ ଜଗନ୍ନାଥ । ସୁଦାମ ମାର୍ଣ୍ଡି ଏଠାକାର ଲୋକାଲ ରିପ୍ରେଜେଣ୍ଟିଭ । ଦେ ମାଷ୍ଟ ନୋ ଦେୟାର ପ୍ରୋବଲେମସ୍ । ମନ୍ତ୍ରୀଙ୍କ ଏହି ବୟାନ ତାଙ୍କ ମଧ୍ୟରେ ରହିଥିବା ଅହଂ ଭାବକୁ ପରିପ୍ରକାଶ କରାଇଦେଇଛି । ଏପରିକି ପ୍ରଥମେ ବଡ଼ାମ ଠାକୁରାଣୀ ପରେ ଜଗନ୍ନାଥ କହିବାର ଅର୍ଥ ମନ୍ତ୍ରୀ ସୁଦାମ ହେଲେ ମୁଖ୍ୟ । ତେଣୁ ତାଙ୍କୁ ସାକ୍ଷାତ ନ କରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସାକ୍ଷାତ କରିବାରେ କୌଣସି ସୁଫଳ ମିଳିପାରିବ ନାହିଁ । ଅର୍ଥାତ୍ ବଡ଼ାମଠାକୁରାଣୀ ମନ୍ତ୍ରୀ ସୁଦାମଙ୍କୁ ଆରାଧନା ନକରି ଜଗନ୍ନାଥ ଭାବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆରାଧନାରେ ପୁଣ୍ୟ ପ୍ରାପ୍ତି ହେବ ନାହିଁ ବୋଲି ମନ୍ତ୍ରୀ ସୁଦାମ ଦେଇଥିବା ପ୍ରତିକ୍ରୟା ସୂଚନା ଦେଉଛି । ମନ୍ତ୍ରୀ ସୁଦାମଙ୍କ ଏହି ପ୍ରତିକ୍ରିୟା ମୁଖ୍ୟମନ୍ତ୍ରୀ ନବୀନଙ୍କ ନିମନ୍ତେ ଏକ ସତର୍କ ଘଣ୍ଟି ସାଜିଛି । ମୁଖ୍ୟମନ୍ତ୍ରୀ ନବୀନ ସୁଦାମଙ୍କ ନିକଟରୁ ସମବ୍ୟବଧାନ ରକ୍ଷା ନକଲେ ଭବିଷ୍ୟତରେ ଅଡ଼ୁଆ ମଧ୍ୟକୁ ଟାଣି ହୋଇଯିବାର ସମ୍ଭାବନା ଅଧିକ ରହିଛି । ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ପରେ ମନ୍ତ୍ରୀ ସୁଦାମ ସମାଲୋଚିତ ହେବାରେ ଲାଗିଛନ୍ତି । ଝାମୁମୋ ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ମନ୍ତ୍ରୀ କଣ କହୁଛନ୍ତି ତାହା ନିଜେ ପ୍ରଥମେ ସମୀକ୍ଷା କରିବା ଦରକାର ବୋଲି କହିଥିବା ବେଳେ କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ଦାସ ବୟାନରେ ମନ୍ତ୍ରୀଙ୍କ ଅହଂ ଭାବର ସ୍ପଷ୍ଟ ଛାପ ପ୍ରତିଫଳିତ ହୋଇଛି ବୋଲି କହିଛନ୍ତି । ସେହିପରି ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ରାଜସ୍ୱ ମନ୍ତ୍ରୀଙ୍କ ବୟାନ ଲଜ୍ଜାଜନକ ବୋଲି କହିଛନ୍ତି । ମନ୍ତ୍ରୀ ନିଜକୁ ବାଥୁଡ଼ି ସମ୍ପ୍ରଦାୟର ଆରାଧ୍ୟ ଠାକୁର ବଡ଼ାମ ଠାକୁର ସହ ତୁଳନା କରିବାକୁ ନେଇ ବାଥୁଡ଼ି ସମ୍ପ୍ରଦାୟରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ମହାପ୍ରଭୂ ଜଗନ୍ନାଥଙ୍କ ସହ ତୁଳନା କରିବା ମହାପ୍ରଭୂଙ୍କ ଭକ୍ତମାନଙ୍କ ହୃଦୟରେ ଗଭୀର ଆଘାତ ପହଁଞ୍ଚାଇଛି ।