ହେଡଲାଇନସ୍:

ବୃହତ କୃଷ୍ଣସାଗରର ପୁନଃଉଦ୍ଧାର ପାଇଁ ଚାଷୀ ସମାବେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଭାତହାଣ୍ଡି ଭାବେ ପରିଚିତ ତଥା ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହି ପୋତି ହୋଇ ପଡିଥିବା ଗଜପତି ଜିଲ୍ଲାର ବୃହତ କୃଷ୍ଣସାଗରର ପୁନଃଉଦ୍ଧାର କରିବା ଦାବୀ ଜିଲ୍ଲାର ଗୋଷାଣୀ ବ୍ଲକରେ ଥିବା କୃଷ୍ଣସାଗର ପରିସରରେ ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
    ଏହି ସମାବେଶରେ ବରିଷ୍ଠ ଚାଷୀ ଗଜପତି ରାଓଙ୍କ ଅଧ୍ୟକ୍ଷତାରେ ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ଡଃ ତିରୁପତି ପାଣିଗ୍ରାହୀଙ୍କ ସମତେ ବରିଷ୍ଠ ଚାଷୀ ତଥା ପୂର୍ବତନ ବିଧାୟକ ବିଜୟ କୁମାର ଜେନା, ମହନ୍ତ ମହାରାଜ ରାଧାଚରଣ ଦାସ ଓ ରାମାନନ୍ଦଦାସଜୀ ମହାରାଜାପ୍ରମୁଖ ଯୋଗ ଦେଇଥିଲେ ।
    ସମାବେଶରେ ସ୍ୱାଭିମାନ ମଞ୍ଚର ଡଃ ତିରୁପତି ପାଣିଗ୍ରାହୀଙ୍କ ସମେତ ଅନ୍ୟମାନେ ମୁଖ୍ୟତଃ କୃଷ୍ଣସାଗରର ତୁରନ୍ତ ପୁନଃଉଦ୍ଧାର କରାଯାଇ ଏହାର ଆଇକାଟ ବୃତ୍ତି କରାଯାଇ ସମନ୍ୱିତ ଜଳ ସେଚନରେ ପରିଣତ କରିବାକୁ ଦାବୀ କରିଥିଲେ ।

">

    କୃଷ୍ଣସାଗର ଗଜପତି ଜିଲ୍ଲାର ସବୁଠାରୁ ବଡ ସାଗର । ଏହାକୁ ପାରଳାର ତତ୍‍କାଳୀନ ମହାରାଜା, ଶତାଧିକ ବର୍ଷ ପୂର୍ବେ ଅଞ୍ଚଳବାସୀଙ୍କ ଚାଷ, ଜଳ ସେଚନ ଓ ପାନୀୟ ଜଳର ବିଶେଷ ସୁବିଧା ପାଇଁ ଖୋଳାଇଥିଲେ । ଏହି ସାଗର ମୋଟ ୭୫୨ ଏକର ପରିମିିତ ଜମି ଉପରେ ପ୍ରାୟ ୮ଫୁଟ ଉଚ୍ଚତାର ଜଳ ଧାରଣା କ୍ଷମତା ଥିଲା ଏବଂ ୫ହଜାର ଏକର ଚାଷ ଜମିରେ ଦୁଇ ଫସଲରେ ପାଣି ଯୋଗାଇପାରୁଥିଲା ।
ଗତ ୨୦ ବର୍ଷ ଧରି ଏହାର କୌଣସି ରକ୍ଷଣା ବେକ୍ଷଣ ଓ ପୁନଃଉଦ୍ଧାର କାର୍ଯ୍ୟ ହେଉନଥିବା ଯୋଗୁଁ ଏହା ଅମରି ଗଛ ସହ ପୋଟୁରେ ପୋତି ହୋଇଗଲାଣି । ଏହି ସାଗରର ଉପରେ ନିର୍ଭର କରୁଥିବା ହଜାର ହଜାର ଚାଷୀ ଦୁଇ ଫସଲ ପାଇଁ ରାଜସ୍ୱ ଅର୍ଥ ଦେଇ ଆସୁଥିଲେ ମଧ୍ୟ ଏହା ଦ୍ୱାରା କୌଣସି ଉପକୃତ ହୋଇପାରୁନାହାନ୍ତି । ଏହା ବର୍ତ୍ତମାନ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ରହିଛି । ଏହାକୁ ମଧ୍ୟମ ଜଳ ସେଚନ ବିଭାଗରେ ପରିଣତ କରାଯାଇ ସମନ୍ୱିତ ଜଳ ସେଚନ ପ୍ରକଳ୍ପ କରାଗଲେ ଉଚ୍ଚ ସ୍ତରରେ ଥିବା ଚାଷଜମିକୁ ଜଳ ସେଚିତ ହୋଇପାରିବ, ଆଇକଟକୁ ଦୁଇ ଗୁଣ କରାଯିବା ସହ ୫ରୁ ୧୦ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚିତ ହେବ, ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ ଏବଂ ଏଥିରେ ଚାଷୀ ଜଳ ସେଚନ ସହ ମାଛ ଚାଷ, ସୋଲାର ପ୍ରକ୍ରିୟା ଓ ପର୍ଯ୍ୟଟନ ସୃଷ୍ଟି ହୋଇପାରିବ ବୋଲି କହିଥିଲେ । କୃଷ୍ଣ ସାଗରର ଉପଯୁକ୍ତ ରକ୍ଷଣା ବେକ୍ଷଣ ସହ ତୁରନ୍ତ ପୁନଃଉଦ୍ଧାର କାର୍ଯ୍ୟ ହେଲେ ଏଥିରେ ବିଭିନ୍ନ ଉପାୟରେ ଭରି ହୋଇଥିବା ପ୍ରାକୃତିକ ଜଳ ସମ୍ପଦର ସୁବିନିଯୋଗ ଓ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଉପରେ ସାମୁହିକ ନିଷ୍ପତି ନିଆଯାଇଥିଲା ।

0
0
0
s2sdefault