ହେଡଲାଇନସ୍:

ଚନ୍ଦନଭାଟିରେ ନୂତନ ଫାଣ୍ଡି ଓ ଦେଓଗାଁରେ ନୂତନ ଥାନା ଉଦ୍ଘାଟିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୂତନ ଫାଣ୍ଡି ଓ ଥାନା ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା  ପାଇଁ ସହାୟକ ହେବ-ନରସିଂହ

ବଲାଙ୍ଗିର,/ନିରୋଜ ମିଶ୍ର - ଆଜି ବଲାଙ୍ଗିର ବ୍ଲକ ସ୍ଥିତ ଚନ୍ଦନଭାଟି ଗ୍ରାମରେ ଏକ ନୁତନ ପୋଲିସ ଫାଣ୍ଡି ଏବଂ ଦେଓଗାଁ ବ୍ଲକ ସ୍ଥିତ ଦେଓଗାଁରେ ନୂତନ ପୋଲିସ ଥାନା ଉଦ୍ଘାଟିତ ହୋଇଯାଇଛି । ଉଭୟ ଉଦ୍ଘାଟନ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏବଂ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କର କର କମଳରେ ଅନୁଷ୍ଠିତ  ହୋଇଯାଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଉଭୟ ଚନ୍ଦନଭାଟି ଓ ଦେଓଗାଁ ଅଞ୍ଚଳ ବହୁତ ସମ୍ବେଦନଶୀଳ ଥିଲା । ମାନ୍ୟବର ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ରଙ୍କ ନିକଟରେ ବହୁ ଦିନରୁ ଲୋକେ ଚନ୍ଦନଭାଟି ଠାରେ ଏକ ପୋଲିସ ଫାଣ୍ଡି ନିର୍ମାଣ ପାଇଁ ଦାବି କରିଆସୁଥିଲେ  ଯାହାକି ବର୍ତ୍ତମାନ ପୁରଣ ହୋଇଛି । ଠିକ୍ ସେହିପରି ଯଦିଓ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ପ୍ରତ୍ୟେକ ବ୍ଲକରେ ଗୋଟିଏ ପୋଲିସ ଥାନା ରହିବା କଥା କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଦେଓଗାଁ ରେ ସ୍ଥାପନ ହୋଇପାରିନଥିଲା । ନିର୍ବାଚନ ପୂର୍ବରୁ ଦେଓଗାଁବାସୀ ଶ୍ରୀ ମିଶ୍ରଙ୍କ ଆଗରେ ଥାନା ସ୍ଥାପନ ପାଇଁ ଦୃଢ ଦାବି କରିଆସୁଥିଲେ ଏବଂ ଶ୍ରୀ ମିଶ୍ର ମଧ୍ୟ ତାଙ୍କୁ ପ୍ରତିଶୃତି ଦେଇଥିଲେ । ଦେଓଗାଁ ରେ ଥାନା ନିଶ୍ଚୟ ସ୍ଥାପନ କରାଯିବ । ଏହି ବହୁ ପ୍ରତିକ୍ଷିତ ଦାବୀ ଆଜି ପୂରଣ ହୋଇଥିବାରୁ ଉଭୟ ଦେଓଗାଁ ଓ ଚନ୍ଦନଭାଟି ଠାରେ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ  ଥିବା ଦେଖାଯାଇଥିଲା ।
 ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉତ୍ସବରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଅଭିନନ୍ଦନ ଜଣାଇବା ସହ ଲୋକଙ୍କର ଦାବି ମୁତାବକ ସଦର ବିଧାୟକ ନରସିଂହ ମିଶ୍ରଙ୍କ ଉଦ୍ୟମ ଆଜି ଫଳପ୍ରଦ ହୋଇଥିବାରୁ ସରକାରକୁ ଧନ୍ୟବାଦ ଦେଉଛି ବୋଲି କହିଥିଲେ । ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଅଭିଭାଷଣରେ କହିଥିଲେ ନିର୍ବାଚନ ପୂର୍ବରୁ ମଞ୍ଜୁର ହୋଇଥିବା ଏହି ପ୍ରକଳ୍ପ ଚନ୍ଦନଭାଟି ର ଫାଣ୍ଡି ଏବଂ ଦେଓଗାଁର ନୂତନ ଥାନା ଏ ଅଞ୍ଚଳର ଶାନ୍ତି ପ୍ରତିଷ୍ଠାରେ ନିଶ୍ଚୟ ସହାୟକ ହେବ ଏଥି ପାଇଁ ସେ ସମୟରେ ଗୃହ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏବଂ ଗୃହ ସଚିବ ଅସୀତ ତ୍ରିପାଠୀଙ୍କୁୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଏ ଉଭୟ ଅଞ୍ଚଳ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବହୁତ ସମ୍ବେଦନଶୀଳ । ପୋଲିସ ଏଠାରେ ଲୋକଙ୍କ ପାଇଁ ସକାରତ୍ମକ ଢଙ୍ଗରେ କାମ କରିବା ଦରକାର ଯେପରି କି ଲୋକେ ଥାନା ହେଉ କି ଫାଣ୍ଡି କୌଣସି ଅଭିଯୋଗ ଦେଇ ଆସିଲା ବେଳକୁୁ ବହୁତ ସହଜ ମନେ କରିବେ । ତତ୍ ସଙ୍ଗେ ସଙ୍ଗେ ପୋଲିସ କୌଣସି  ଅପରାଧ ପାଇଁ କରୁଥିବା ତଦନ୍ତ ଯେପରି ସଠିକ୍ ହିସାବରେ ଯାଇ ଅପରାଧିକୁ ଦଣ୍ଡ ଦେଇ ପାରିବ ସେ ଉପରେ ଯତ୍ନବାନ  ହେବା ଦରକାର । ନିକଟ ଅତିତରେ ଘଟିଯାଇଥିବା ପାଟଣାଗଡର ପାର୍ସଲ ବୋମା ଘଟଣା ଏବଂ ପୋଲିସ ଏନ୍କାଉଣ୍ଟର କରି ଦୁର୍ଦ୍ଧାନ୍ତ ଅପରାଧିଙ୍କୁ  ଗିରଫ କରିବାରେ ସଫଳତା ପାଇଥିବା ବଲାଙ୍ଗିର ପୋଲିସକୁ ଶ୍ରୀ ମିଶ୍ର ପ୍ରଶଂସା କରିଥିଲେ । ଆଜି ଉଭୟ ଉଦ୍ଘାଟନି ସଭାରେ ପୋଲିସ ଡି.ଆଇ.ଜି. ସତ୍ୟବ୍ରତ ଭୋଇ ଉଭୟ ଫାଣ୍ଡି ଏବଂ ଥାନାର ଉପଯୋଗିତା, କାର୍ଯ୍ୟଧାରା ଉପରେ ସୂଚନା ଦେବା ସହ ଏ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତକୁ ଠିକ୍ ହିସାବରେ ପରି·ଳନା କରିବାରେ ଲୋକଙ୍କ ସହଯୋଗ ସବୁବେଳେ ଦରକାର ବୋଲି କହିଥିଲେ । ପୋଲିସ ଆରକ୍ଷୀ ଅଧିକ୍ଷକ କେ.ଶିବା ସୁବ୍ରମଣି ଫାଣ୍ଡି ଏବଂ ଥାନାର ପୋଲିସ କର୍ମ·ରୀମାନେ ନିଷ୍ଠାର  ସହ କାମ କରି ଏ ଅଞ୍ଚଳରେ ଲୋକଙ୍କ ଦ୍ୱାରା ନିଶ୍ଚୟ ଗ୍ରହଣିୟ ହେବେ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣି ଏକ ଉତ୍ତମ ବାତାବରଣ ସୃଷ୍ଟି କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଏସ.ଡି.ପି.ଓ ଶ୍ରୀମନ୍ତ ବାରିକ, ଦେଓଗାଁ ଥାନାର ନୂତନ ଥାନାଧିକାରୀ, ଚନ୍ଦନ ଭାଟିର ଫାଣ୍ଡିର ଇନ୍ଚାର୍ଜ ତଥା ଅନେକ ବରିଷ୍ଠ  ପୋଲିସ କର୍ମ·ରୀ ଏବଂ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ ।

0
0
0
s2sdefault