ହେଡଲାଇନସ୍:

ମନ୍ତ୍ରୀଙ୍କ ଅହଂକାର ଭାଙ୍ଗିଲା , ପଛରୁ ଯାଇ ସେବାୟତମାନଙ୍କୁ ରାସ୍ତାରୁ ଫେରାଇ ଆଣିଲେ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବାରିପଦା (ଶାସକ ପ୍ରଶାସକ) : - ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଅହଂକାରକୁ ବାରିପଦା ମଠ, ମନ୍ଦିରର ସେବାୟତମାନେ ଭାଙ୍ଗିଥିବା ବିଷୟକୁ ନେଇ ଚର୍ଚ୍ଚା ହେଉଛି । ଆଜି ପୂର୍ବାହ୍ନ ପ୍ରାୟ ୮ରେ ସେବାୟତମାନେ ସେମାନଙ୍କର ୮ ଦଫା ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନବୀନ ନିବାସରେ ଭେଟିବା ନିମନ୍ତେ ପ୍ରାୟ ୪୦ରୁ ଅଧିକ ସେବାୟତ ବାରିପଦା ବଡ଼ଜଗନ୍ନାଥ ମନ୍ଦିର ବେଢା଼ରୁ ଭୁବନେଶ୍ୱର ଅଭିମୁଖେ ବାହାରିଯାଇଥିଲେ । ଏହା ପୂର୍ବରୁ ସେବାୟତମାନେ ଏବିଷୟରେ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଭେଟି ଏ ବିଷୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସମସ୍ତ ଗଣମାଧ୍ୟମରେ ଏହି ଖବର ସ୍ଥାନ ପାଇ ଆସିଛି । ମନ୍ତ୍ରୀ ସୁଦାମ ବାରିପଦା ସାର୍କିଟ ହାଉସରେ ଅବସ୍ଥାନ କରୁଥିଲେ ମଧ୍ୟ ସେବାୟତମାନଙ୍କ ଦାବିକୁ ନେଇ ସେମାନଙ୍କ ସହ ଆଲୋଚନା କରିବାକୁ ଉଚିତ ମାନେ କରିନଥିଲେ । ଆଜି ସେବାୟତମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବାର ପ୍ରାୟସାଢ଼େ ୩ ଘଣ୍ଟା ପରେ ମନ୍ତ୍ରୀ ଶ୍ରୀମାର୍ଣ୍ଡିଙ୍କ ଚେତନା ଉଦୟ ହେଲା । ଗାଡି ଧରି ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସହ ପଛରେ ଛୁଟି ସେବାୟତମାନଙ୍କୁ ୧୮ ନମ୍ବର ଜାତୀୟ ରାଜପଥ ଉପରେ ଅଟକାଇ ବୁଝାସୁଝା କରିଥିଲେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି, ଜୁନ ୨୫ରୁ ବିଧାନସଭା ବସିବା । ଏହିସମୟରେ ସେବାୟତମାନଙ୍କୁ ଭୁବନେଶ୍ୱର ନେଇ ସେମାନଙ୍କ ସମସ୍ତ ଦାବି ପୂରଣ କରିଦେବେ ବୋଲି ମନ୍ତ୍ରୀ ଶ୍ରୀମାର୍ଣ୍ଡି ପ୍ରତିଶ୍ରୁତି ଦେଇଥିଲେ | ସେହିପରି ମନ୍ତ୍ରୀ ଶ୍ରୀମାର୍ଣ୍ଡି  ଓଡ଼ିଶାର ସମସ୍ତ ଜମିର ମାଲିକ । ଅନ୍ୟ କେହି ନୁହେଁ, ସୁଦାମ ମାର୍ଣ୍ଡି କହୁଛି । ତା ଉପରେ ଭରସା ରଖିବାକୁ ମନ୍ତ୍ରୀ କହିଥିଲେ । ତେଣୁ ସେବାୟତମାନେ ବାଟିପଡ଼ାଠାରୁ ପ୍ରାୟ ୧୦ କିଲୋମିଟର ଦୂର ବେତନଟୀ ଥାନା ଅଧୀନରେ ଥିବା କାଠପାଳ ନିକଟରୁ ନବୀନ ନିବାସ ପଦଯାତ୍ରାକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ସ୍ଥଗିତ ରଖି ଫେରି ଆସିଲେ ବୋଲି ସେବାୟତ କାମେଶ୍ୱର ତ୍ରିପାଠୀ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି ।

0
0
0
s2sdefault