ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ଓର୍ମାସ୍ ଏବଂ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟାବଳୀ ସମୀକ୍ଷା
ଦେଶର ନାମିଦାମୀ ଉଦ୍ୟୋଗମାନଙ୍କ ସହ ଅନୁବନ୍ଧିତ ହୋଇ ଗ୍ରାମୀଣ ଉତ୍ପାଦର ବ୍ୟାପକବଜାର ସୃଷ୍ଟି ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଓଡ଼ିଶାର ଗ୍ରାମୀଣ ଉତ୍ପାଦିତ ସାମଗ୍ରୀଗୁଡ଼ିକର ପର୍ଯ୍ୟାପ୍ତ ବଜାର ସମ୍ଭାବନା ଓ ସାମର୍ଥ୍ୟ ରହିଛି । ଏହାକୁ ଆଧାର କରି ଓଡ଼ିଶା ଗ୍ରାମୀଣ ବିକ୍ରିବଟା ପାଇଁ ଆଗାମୀ ଦିନରେ ଦେଶର ନାମିଦାମୀ କମ୍ପାନୀ ତଥା ଉଦ୍ୟୋଗମାନଙ୍କ ସହ ଅନୁବନ୍ଧିତ କରାଯିବ । ଏହାଦ୍ୱାରା ସେମାନଙ୍କ ଉତ୍ପାଦନର ଗୁଣବତ୍ତା ସୁନିଶ୍ଚିତ କରାଯିବା ସହ ବ୍ରାଣ୍ଡିଂଙ୍ଗ ମାଧ୍ୟମରେ ଅଧିକ ମୂଲ୍ୟଯୁକ୍ତ ହୋଇ ପାରିବ । ଗ୍ରାମୀଣ ଉତ୍ପାଦକମାନଙ୍କ ଆର୍ଥିକ ବିକାଶର ମାର୍ଗ ସୁଦୃଢ଼ ହେବା ସହ ସେମାନେ ଅର୍ନ୍ତଜାତୀୟବ ଜାର ରେ ମଧ୍ୟ ପହଞ୍ଚି ପାରିବେ । ଏଥିପାଇଁ ଯଥାଶୀଘ୍ର ଏକ ସମନ୍ୱିତ ବିକ୍ରୟଯୋଜନା (Integrated Market Plan) ପ୍ରସ୍ତୁତ କରବିାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଓରମାସ ଏବଂ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟବଳୀ ସମୀକ୍ଷା କରି ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନକରିଛନ୍ତି । ସମୀକ୍ଷାରୁ ଜଣାପଡିଥିଲା ଇତି ମଧ୍ୟରେ ଡ଼ାବର ଇଣ୍ଡିଆ, ମଦର ଡ଼ାଏରୀ ଏବଂ ଆଇ.ଟି.ସି. ଭଳି ଦେଶର ଅଗ୍ରଣୀ କମ୍ପାନୀମାନଙ୍କ ସହ ଓରମାସ୍ ଅନୁବନ୍ଧିତ ହୋଇ ହଳଦୀ, ମହୁ, ଧୁପକାଠି ଭଳି ଉତ୍ପାଦ ଗୁଡ଼ିକ ପ୍ୟାକେଜିଂ ଏବଂ ବିକ୍ରିବଟା ପାଇଁ ପଦକ୍ଷେ ପ ନେଇସାରିଛି । ସେହିଭଳି ଦୀନଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା କାର୍ଯ୍ୟକ୍ରମକୁ କିଭଳି ଆହୁରୀ ଭଲ ଭାବରେ କାର୍ଯ୍ୟକାରୀ କରାଯାଇ ପାରିବ ମନ୍ତ୍ରୀ ଶ୍ରୀ ଜେନା ତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
ଓଡ଼ିଶା ଜୀବିକା ମିଶନରବିଗତବର୍ଷର ସଫଳତା ଏବଂ ଚଳିତବର୍ଷର କାର୍ଯ୍ୟ ଖସଡ଼ା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜେନା ବିସ୍ତୃତ ଭାବରେ ବୈଠକରେ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡିଥିଲା ବିଗତ ଆର୍ଥିକ ବର୍ଷରେ ଓଡ଼ିଶା ଜୀବିକା ମିଶନ ପାଇଁ ୨୯୪ କୋଟି ୬୩ ଲକ୍ଷ ଟଙ୍କାରବ୍ୟୟବରାଦ କରାଯାଇଥିବା ବେଳେ ୩୪୨ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମିଶନ ଅଧୀନରେ ସମସ୍ତ ଯୋଜନାର କାର୍ଯ୍ୟାନ୍ୱୟନ କରାଯାଇଛି । ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ଯୋଜନା ସମ୍ପୂର୍ଣ୍ଣ କରିବା ସହ କେନ୍ଦ୍ର ସରକାରଙ୍କ ଠାରୁ ମିଳୁଥିବା ଅର୍ଥ ବ୍ୟୟ କରି ବିନିଯୋଗ ରମାଣ ପତ୍ର ଯଥା ସମୟରେ ଦାଖଲ କରିବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ ।
ଆଜିର ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଜାତୀୟ ଗ୍ରାମୀଣ ଜୀବିକା ମିଶନର ନିର୍ଦ୍ଦେଶକ ତଥା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟାବଳୀ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।