ପ୍ରସ୍ତାବକୁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ମଂଜୁରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜ୍ଞାନ ଓ କାରିଗରୀବିଭାଗ ପକ୍ଷରୁ ରାଜ୍ୟର ୭ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟରତ ଗବେଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଜିବା ପାଇଁ ନିଷ୍ପତ୍ତି ନିଆଯାଇଛି | ମୌଳିକ ଓ ପ୍ରୟୋଗାତ୍ମକ ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ଏହି ସହାୟତା ପ୍ରଦାନ କରାଯିବ | ସମ୍ବଲପୁର,ବ୍ରହ୍ମପୁର , ଉତ୍କଳ, ଖଲିକୋଟ, ରେଭେନ୍ସା ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସମେତ ଭୁବନେଶ୍ୱରସ୍ଥିତ କଲେଜ୍ ଅଫ୍ ଇଂଜିନିୟରିଂ (ସିଇଟି)ରେ କାର୍ଯ୍ୟରତ ପ୍ରିନ୍ସିପାଲ ଇନ୍ଭେଷ୍ଟିଗେଟର ଏହି ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ | ସମ୍ବଲପୁର ଓ ବ୍ରହ୍ମପୁର ପୁରବିଶ୍ୱବିଦ୍ୟାଳୟରୁ ୨ ଜଣ ଲେଖାଏଁ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନରୁ ଜଣେ ଲେଖାଏଁ ସମୁଦାୟ ୯ ଜଣ ଗବେଷକଙ୍କୁ ଏହି ଆର୍ଥିକ ସହାୟତା ଉପଲବ୍ଧ ହେବ | ବିଶେଷ କରି ରସାୟନବିଜ୍ଞାନ, ଜୀବବିଜ୍ଞାନ, ଇଂଜିନିୟରିଂ, ଭୌତିକବିଜ୍ଞାନ,କମ୍ପ୍ୟୁଟର ଓ ଭୂ-ବିଜ୍ଞାନ କ୍ଷେତ୍ରରେ ଗବେଷଣା ନିମନ୍ତେ ସହାୟତା ମିଳିବ ବୋଲି ବିଭାଗ ପକ୍ଷରୁ ପ୍ରଦତ୍ତ ପ୍ରସ୍ତାବକୁ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନୁମୋଦନ କରିଛନ୍ତି | ବିଜ୍ଞାନ ଓ କାରିଗରୀବିଭାଗର ଏହି ଆର୍ଥିକ ସହାୟତା ୩ବର୍ଷ ନିମନ୍ତେ ପ୍ରଦାନ କରାଯିବା ସହାୟତା ରାଶି ୩ ବର୍ଷ ଅବଧି ନିମନ୍ତେ ସର୍ବାଧିକ ୧୦ ଲକ୍ଷ ଟଙ୍କା ହେବ | ଏଥିପାଇଁ ପ୍ରଥମ କିସ୍ତି ଆର୍ଥିକ ଅନୁଦାନ ମଞ୍ଜୁର ହୋଇଛି |