ହେଡଲାଇନସ୍:

"ସରକାର ନୀତିନିୟମ ପ୍ରଣୟନ କରିଦେବେ, କିନ୍ତୁ କାର୍ଯ୍ୟକାରିତା ଦାୟିତ୍ୱ ଅଧିକାରୀମାନଙ୍କ ଉପରେ "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କ ସମ୍ମିଳନୀ
 ପ୍ରାଣୀ ସଂପଦର ବିକାଶ କ୍ଷେତ୍ରରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା  ହାତକୁ ନେଇଛନ୍ତି: ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର,(ଶାସକ ପ୍ରଶାସକ): ମତ୍ସ୍ୟ ଓ ପ୍ରାଣୀ ସଂପଦବିକାଶବିଭାଗ ଅଧିନରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀମାନଙ୍କ ସମ୍ମିଳନୀ କୃଷି ଭବନଠାରେ ଅନୁଷ୍ଠିତ ହୋଇଅଛି | ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ  ପ୍ରାଣୀସଂ ପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଧ୍ୟକ୍ଷତା କରି କହିଲେ ଯେ ସରକାର ସବୁବେଳେ କୃଷି ଓ କୃଷକଙ୍କର ଉନ୍ନତି ପ୍ରତି ଗୁରୁତ୍ୱାରୋପ କରି ଅସୁଥିବାବେଳେ ପ୍ରାଣୀ ସଂପଦର ବିକାଶ କ୍ଷେତ୍ରରେ ମଧ୍ୟ ଅଙ୍ଗୀକାରବଦ୍ଧ ଅଟନ୍ତି |  ଯେହେତୁ  ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ, ପ୍ରାଣୀ ପାଳନ ଓ ଏହାର ଉନ୍ନତି ଗୁରୁତ୍ୱ ପୂର୍ଣ୍ଣ ଅଟୋ ଚାଷକାର୍ଯ୍ୟ ଓ ଜୈବିକ ଖତ ନିମନ୍ତେ ଚାଷିଟିଏ ପ୍ରାଣୀ ପାଳନ ଉପରେ ନିର୍ଭର କରୁଥିବା ବେଳେ ଚାଷରୁ ନିର୍ଗତ ବର୍ଜ୍ୟ  ପ୍ରାଣୀ ପାଳନ କାମରେ ଲାଗିଥାଏ | ଏବେ ସରକାର "କାଳିଆ' ଭଳି ଜନକଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତିା ଏହା ପ୍ରାଣୀ ପାଳକଙ୍କୁ ଜୀବିକା ପ୍ରଦାନ କରିବା ସହ ସେମାନଙ୍କ ଆୟବୃଦ୍ଧିରେ ସହାୟକ ହୋଇ ପାରିଛିା ଛେଳି ଓ କୁକୁଡ଼ା ପାଳନ କରି ଗ୍ରାମାଞ୍ଚଳର ଭୂମିହୀନ ପରିବାର ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି | ୨୦୦୨-୦୩ ମସିହାରେ ଗୋଟିଏ ଚାଷି ପରିବାର ହାରାହାରି ମାସିକ ୧୦୬୨ ଟଙ୍କା ଆୟ କରୁଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୭୭୩୧ ଟଙ୍କାରେ ପହଂଚିଛି |  ଏହି ହାରାହାରି ବୃଦ୍ଧି ଜାତୀୟ ହାରଠାରୁ ମଧ୍ୟ ଅଧିକ | ରାଜ୍ୟରେ ପ୍ରାଣୀ ପାଳନ ପାଇଁ ପର୍ଯ୍ୟାପ୍ତ  ସୁଯୋଗ ରହିଛିା ତା'ର ସୁଯୋଗ  ଉଠାଇବା ଦରକାରା ସରକାର ନୀତିନିୟମ ପ୍ରଣୟନ କରିଦେବେ, କିନ୍ତୁ ତା'ର କାର୍ଯ୍ୟକାରିତା  ଅଧିକାରୀମାନଙ୍କ ଉପରେ ନ୍ୟସ୍ତା ତେଣୁ ସେ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ନିସ୍ୱାର୍ଥ ପର ଭାବେ କଠୋର ପରିଶ୍ରମ କରିବାକୁ ଆହ୍ୱାନ ଜଣାଇଥିଲୋ ଏହା ଦ୍ୱାରା ପ୍ରାଣୀ ପାଳକଟିଏ ତା'ର ରୋଜଗାର ବୃଦ୍ଧି କରି ପାରିବ ଓ ରାଜ୍ୟରବିକାଶରେ ସହାୟକ ହେବ ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲୋ
ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶ୍ରୀବିଶାଳ ଗଗନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲୋ ୧୯ତମ ପଶୁ ପକ୍ଷୀ ଗଣନା ଅନୁଯାୟୀ ଆମ ରାଜ୍ୟରେ ୧୧୬୨୧୨୭୨ ଗୋରୁଗାଇ, ୭୨୬୩୦୬ ମଇଁଷି, ୬୫୧୩୦୮୭ ଛେଳି, ୧୫୮୧୧୨୯ ମେଣ୍ଢା, ୨୮୦୩୧୬ ଘୁଷୁରି ଓ ୧୯୮୯୦୫୩୮ କକୁୁଡ଼ା ଜାତୀୟ ପକ୍ଷୀ ଅଛନ୍ତିା ୧୧୬୨୧୨୭୨ ସଂଖ୍ୟକ ଗୋରୁଗାଇ ମଧ୍ୟରୁ ୧୦୩୧୫୪୯୯ ଦେଶୀ ଓ ୧୩୦୫୭୭୩ ଶଙ୍କର ପ୍ରଜାତିରା ଉତ୍ପାଦନକୁବିଚାରକୁ ନେଲେ ରାଜ୍ୟରେ ୨୦୧୮-୧୯ବର୍ଷରେ ୨୩୦୯ ହଜାର ମେଟି୍ରକ୍ ଟନ ଦୁU, ୧୯୫ ହଜାର ମେଟି୍ରକ୍ ଟନ୍ ମାଂସ ଏବଂ ୨୩୩୬ ନିୟୁତ ଅଣ୍ଡା ଉତ୍ପାଦନ ହୋଇଥିଲାା ବିଭାଗର ସୁଦୂର ପ୍ରସାରୀ ପ୍ରଜନନ କାର୍ଯ୍ୟକ୍ରମ  ଦ୍ୱାରା ବିଗତ ବର୍ଷରେ ୧୪.୩୯୫ ଲକ୍ଷ କୃତ୍ରିମ  ପ୍ରଜନନ କରାଯାଇଥିଲା ଏବଂ ସେଥିରୁ ୫.୬୩ ଲକ୍ଷବାଛୁରି ଜନ୍ମ ହୋଇଛନ୍ତିା ପ୍ରତିଷେଧକ ଓ ରୋଗ ନିରାକରଣ ସକାଶେ ୩୭୩.୩୪ ଲକ୍ଷ ଟୀକା ୨୦୧୮-୧୯ରେ ପ୍ରଦାନ କରାଯାଇଛିା ପ୍ରାଣୀ ସ୍ୱାସ୍ଥ୍ୟସେବା ବାବଦରେ ୧୦୮.୬୮ ଲକ୍ଷ ପ୍ରାଣୀଙ୍କୁ ଚିକିତ୍ସା ସୁବିଧା ଜୋଗାଇଦେବା ସାଙ୍ଗକୁ ୨୧.୯୯୭ ଲକ୍ଷ ପ୍ରାଣୀଙ୍କୁ କୃମି ଔଷଧ ପ୍ରଦାନ କରାଯାଇଛିା ଏହା ଛଡ଼ା ୧୮୯୪୨ ଗୋଟି ଘାସ ମଞ୍ଜି କିଟ ସବୁଜ ଘାସ ଚାଷ ନିମନ୍ତେ ଗୋ ପାଳକଙ୍କୁ ଯୋଗାଇ ଦିଆଯାଇଛିା ଏହା ସେମାନଙ୍କୁ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ହ୍ରାସରେ ସାହାଯ୍ୟ କରିବା ପ୍ରାଣୀ ପାଳକଙ୍କୁ ଉନ୍ନତ ମାନର ସେବା ଜୋଗାଇଦେବା ପାଇଁ ରାଜ୍ୟରେ ୫୦୮ ଗୋଟି ପ୍ରାଣୀ ଚିକିତ୍ସାଳୟ, ୩୧୪ଟି ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ୟୁନିଟ ଓ ୩୨୩୯ ପ୍ରାଣୀସଂ ପଦ ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି ବୋଲି ଶାସନ ସଚିବ ଶ୍ରୀ ଗଗନ ପ୍ରକାଶ କରିଥିଲୋ  ସମ୍ମିଳନୀ ଶେଷରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରତ୍ନାକର  ରାଉତ ଧନ୍ୟବାଦ  ଅର୍ପଣ କରିଥିଲେ |

0
0
0
s2sdefault