ହେଡଲାଇନସ୍:

ନରସିଂହଙ୍କ ମେଡିକାଲ କଲେଜ ପରିଦର୍ଶନ: ମେଡିକାଲ କଲେଜର ସମସ୍ୟା ନେଇ କଲେ ଆଲୋଚନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୀମ ଭୋଇ ମେଡିକାଲ କଲେଜ ସମସ୍ୟାକୁ ଅଗ୍ରାଧିକାର ଦିଆଯିବ - ନରସିଂହ

ବଲାଙ୍ଗିର, (ନିରୋଜ ମିଶ୍ର)-  ସ୍ଥାନୀୟ ବିଧାୟକ ମାନ୍ୟବର ନରସିଂହ ମିଶ୍ର ସନ୍ଥକବି ଭୀମ ଭୋଇ ମେଡିକାଲ କଲେଜ ପରିଦର୍ଶନରେ ଯାଇ  କଲେଜର ଅଧ୍ୟାପନା, ଚିକିତ୍ସା ତଥା ଭିତ୍ତିଭୂମିରେ ଥିବା ସମସ୍ୟା ସମ୍ପର୍କରେ ମେଡିକାଲ କଲେଜର ଡିନ୍ ଡ.ଲଳିତ ମେହେର ଏବଂ ସୁପରିଟେଣ୍ଡଣ୍ଟ ଡ. ଆଚାର୍ଯ୍ୟଙ୍କ ସହିତ ଆଲୋଚନା କରିଛନ୍ତି | ଏହାସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଦରକାର ହେଉଥିବା ବିଭିନ୍ନ ପ୍ରକାର ଭିତ୍ତିଭୂମି ତଥା ଅଧ୍ୟାପନା ଓ ଚିକିତ୍ସା ପାଇଁ ଡାକ୍ତର ସମସ୍ୟା ସମ୍ପର୍କରେ ତଥ୍ୟ ହାସଲ କରିଛନ୍ତି।
 ଦୁଇ ତିନି ବର୍ଷ ପରେ ଯେହେତୁ କଲେଜରେ ଛାତ୍ର ଛାତ୍ରୀ ସଂଖ୍ୟା ବଢିବେ ତେଣୁ ବର୍ତ୍ତମାନ ଥିବା ହଷ୍ଟେଲରେ ସ୍ଥାନ ଅଭାବ ଦେଖାଯିବ । ତେଣୁ ଏବେଠୁ ଯେମିତି ୫୦୦ ସିଟ୍ ର ହଷ୍ଟେଲ ଠିକ୍ ସମୟରେ ସମ୍ପୁର୍ଣ୍ଣ ହେବ ସେ ଉପରେ ଧ୍ୟାନ ଦେବାକୁ ସେ ଡିନ୍ ଡ. ମେହେର ବିଧାୟକ ଶ୍ରୀମିଶ୍ରଙ୍କୁ ଅନୁରୋଧ  କରି ଥିଲେ । କଲେଜ ପରିସରରେ ନିର୍ମାଣ ହେବାକୁ ଥିବା ଡାକ୍ତରଖାନା ବାବଦରେ ମଧ୍ୟ ସବିଶେଷ ଆଲୋଚନା ହୋଇଥିଲା । ଯଦିଓ ବର୍ତ୍ତମାନ ଅଧ୍ୟାପନା ପାଇଁ ହୃଦୟ ଏବଂ ସ୍ନାୟୁ ବିଭାଗର ଡାକ୍ତର ପ୍ରଫେସର ଦରକାର ହେଉ ନାହିଁ କିନ୍ତୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିସôା ପାଇଁ ଏହି ବିଭାଗରେ ଡାକ୍ତର ଦରକାର । ଏଣୁ ଏହା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆହୁରି ମଧ୍ୟ ମେଡିକାଲ କଲେଜ ହସ୍ପିଟାଲ ପାଇଁ ୨୪ ଘଣ୍ଟା ବିଜୁଳି ଓ ପାଣିର ସୁବିଧା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହା ଯେପରି ଅଳ୍ପ ସମୟରେ ନିଶ୍ଚିତ ହୋଇପାରିବ ସେ ଉପରେ ବିଶେଷ ଆଲୋଚନା ପାଇଁ ଆସନ୍ତା କାଲି ବିଜୁଳି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ସହ ସେ ଆଲୋଚନା କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ସୁପରିଟେଣ୍ଡଣ୍ଟ ଡ. ଆଚାର୍ଯ୍ୟ ଡାକ୍ତରଖାନା ଭିତରେ ରୋଗୀ ସ୍ଥାନାନ୍ତର କରିବା ପାଇଁ କିଛି ବ୍ୟାଟେରୀ ·ଳିତ ଷ୍ଟେଚର ଗାଡିର ଆବଶ୍ୟକତା ଉପରେ କହିଥିଲେ ଯାହାକି ବିଧାୟକ ଶ୍ରୀ ମିଶ୍ର ଏହା ଉପରେ ଗୁରୁତର ସହିତ ବି·ର କରିବେ ବୋଲି କହିଥିଲେ । ବେଟେରୀ ଚାଳିତ ଷ୍ଟେ୍ରଚର ଗାଡି ପାଇଁ ଯାହା ଟଙ୍କା ଲାଗିବ ସେ ବ୍ୟବସ୍ଥା କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଡାକ୍ତରଖାନା ପରିସର ମଧ୍ୟରେ ଅନେକ ଲୋକ ଜବରଦଖଲ କରି ଘର ତିଆରି କରି ଦେଇଥିବାରୁ ସ୍ଥାନାଭାବ ଦେଖାଦେଇଛି ବୋଲି ଡ. ଆଚାର୍ଯ୍ୟ ବିଧାୟକଙ୍କ ଆଗରେ ଅଭିଯୋଗ କରିଥିଲେ । ଠିକ୍ ସେହିପରି ମେଡିକାଲ କଲେଜ ପାଇଁ ମଧ୍ୟ ୪୦ ଏକର ଜମିରୁ କିଛି ଜବରଦଖଲରେ ଅଛି ତେଣୁ ଉଭୟ ହସ୍ପିଟାଲ ଓ କଲେଜ ପରିସର ପାଇଁ ଉଦିଷ୍ଟ ଜମିକୁ ଉଚ୍ଛଦ ପାଇଁ ନିଷ୍ପତ୍ତି ହୋଇଥିଲା । ଆଗାମୀ କିଛି ଦିନ ପରେ ଯେହେତୁ ବିଧାନସଭାର ପ୍ରଥମ ଅଧିବେଶନ ଅଛି ସେଥିପାଇଁ ମେଡିକାଲ  କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକତା ଅନୁଯାୟୀ ଏକ ସବିଶେଷ ରିପୋର୍ଟ ତାଙ୍କୁ ପ୍ରଦାନ କଲେ ଆଗାମୀ ବଜେଟ ଅଧିବେଶନ ବେଳେ ସେସବୁ ଆବଶ୍ୟକତାକୁ ନେଇ ଶ୍ରୀ ମିଶ୍ର ଗୃହରେ ଅର୍ଥ ଦାବୀ କରି ସେସବୁ ସମସ୍ୟାର ସମାଧାନ ଶିଘ୍ର କରିବେ ବୋଲି ଉପସ୍ଥିତ ଥିବା ଡିନ୍ ଏବଂ ସୁପରିଟେଣ୍ଡଣ୍ଟଙ୍କୁ କହିଥିଲେ ଏବଂ ଶେଷରେ ମେଡିାଲ କଲେଜ ଏବଂ ହସ୍ପିଟାଲର ସମସ୍ୟା ଉପରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ, ଭିତ୍ତିଭୂମି, ଅଧ୍ୟାପନା ଏବଂ ଚିକିତ୍ସା କ୍ଷେତ୍ରରେ ଯାହା କିଛି ସମସ୍ୟା ଅଛି ତାକୁ ବହୁ ଶିଘ୍ର ପୁରଣ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡ. ମାନସୀ ପଣ୍ଡା, ଡ. ରାଜଶ୍ରୀ ବିଶ୍ୱାଲ, ଡ. ଜୟନ୍ତିପ୍ରଭା ବେହେରା, ବିଧାୟକଙ୍କ ପ୍ରତିନିଧି ମନୀଷ ମିଶ୍ର, ବୁଲୁ ଦାନି, ସୁରୁ ମଟାରୀ, ଦିପନ ଯୋଷୀ, ବିଧାୟକଙ୍କ ରାଜନୈତିକ ସଚିବ ଟଙ୍କଧର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault