ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଗତକାଲି ଭୁବନେଶ୍ୱର ଓ ରାଉରକେଲା ଠାରେ ହାଇଟେକ ମେଡିକଲ କଲେଜ ଓ ହସ୍ପିଟାଲର ଏକ ଶାଖା ଟିପି ସ୍ପେସାଲିଟି ହସପିଟାଲ ରାମନଗର ସ୍ଥିତ ହାଇଟେକ ପ୍ଲାଜାରେ ଉଦ୍ଘାଟିଚ ହୋଇଯାଇଛି । ହାଇଟେକ ମେଡିକଲ କଲେଜର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଏହାକୁ ଉଦ୍ଘାଟନ କରିଥିଲେ ।
ଟିପି ସ୍ପେସାଲିଟି ହସ୍ପିଟାଲର ଉଦ୍ଘାଟନ ଅବସରରେ ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀ ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତିଯେ ଗଜପତି ଜିଲ୍ଲା ସମେତ ରାୟଗଡା ଜିଲ୍ଲା ଓ ପଡୋଶୀ ଆନ୍ଧ୍ରରର ଶ୍ରୀକାକୁଲମ ଜିଲ୍ଲା ବାସୀଙ୍କୁ ଏହା ଦ୍ୱାରା ଅତି କମ ଖର୍ଚ୍ଚରେ ସିଟି ସ୍କେନ ସହ ୨୪ଘଣ୍ଟିଆ ଚିକିତ୍ସା ସେବା ଓ ଔଷଧ ସେବା, ଅତ୍ୟାଧୁନିକ ଏକ୍ସ ରେ ମେସିନ , ଉନ୍ନତ ମାନର ପାଥୋଲଜି ଏବଂ ବହିଃବିଭାଗ ଡକ୍ଟର ବ୍ୟବସ୍ଥା ପ୍ରଭୃତି ଯୋଗାଇ ଦିଆଯିବ । ଏଣିକି ଏଥିପାଇଁ ଅଞ୍ଚଳ ବାସୀଙ୍କୁ ପଡୋଶୀ ବିଶାଖାପାଟଣା ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ବୋଲି କହିଥିଲେ ।
ଟିପି ହସପିଟାଲ ଉଦ୍ଘାଟନ ଉତ୍ସବରେ ମୋହନା ବିଧାୟକ ଦାସରଥି ଗମାଙ୍ଗ, ପୁଷ୍ପାଞ୍ଜଳି ପାଣିଗ୍ରାହୀ, ହାଇଟେକର ଭାଇସ ଚେୟାରମ୍ୟାନ ତିରୁପତି ଚୌଧୁରୀ, ମହନ୍ତ ରାଧାଚରଣ ଦାସ, ରାଧାନନ୍ଦ ଦାସ,ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଇଂ ସୁରେଶ ପାଣିଗ୍ରାହୀ,ପ୍ରମୁଖ ଉପସ୍ଥିତ ଥିଲେ ।