ହେଡଲାଇନସ୍:

ବିଶ୍ୱ ମରୁଭୁମି ଓ ମରୁଡି ପ୍ରତିରୋଧ ଦିବସ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜିଲ୍ଲା ବନବିଭାଗ ପକ୍ଷରୁ ବିଶ୍ୱ ମରୁଭୁମି ଓ ମରୁଡି ପ୍ରତିରୋଧ ଦିବସ ୨୦୧୯ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ବନବିଭାଗ କାର୍ଯ୍ୟାଳୟଠାରୁ  ଦେବଗିରି ରେଞ୍ଜର ଏମ.ନରସିଂହଙ୍କ ତତ୍ୱାବଧାନରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏଥିରେ ବନବିଭାଗ ଅଧିକାରୀ ବିବେକ କୁମାର ତ୍ୟାଗ ଯୋଗ ଦେଇ ବର୍ତ୍ତମାନ ପୃଥିବୀ ଉତ୍‍ପ୍ତ ବୃଦ୍ଧି ଲାଗିବା ସହ ଜଙ୍ଗଲ ଆପଚବ୍ୟୟ ଓ ମୃତ୍ତିକା କ୍ଷୟ ହେଉଛି ଏବଂ ଭୁମିତଳ ଜଳସ୍ତର କମିକମି ଯାଉଛି । ଯାହା ଫଳରେ ଘୋର ବିପଦ ସୃଷ୍ଟି କରୁଛି । ତେଣୁ ଏ ସବୁକୁ ରୋକିବା ପାଇଁ ମରୁଡିରୁ ରକ୍ଷାକରାଯିବା ସହ ମରୁଭୁମି ନ ହେବା ପାଇଁ ଚେଷ୍ଟା କରିବା , ଜଳର ସତ୍‍ବ୍ୟବହାର କରି ସଂରକ୍ଷଣ କରିବା ଏବଂ ମୃତ୍ତିକା ସଂରକ୍ଷଣ ସହ ବୃକ୍ଷ ରାଜି ସବୁ ଜିମା କରିବା ଦିଗରେ ଜନସାଧାରଣଙ୍କୁ ଜନସଚେତନତା କରିବା ଏ ଦିଗର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଥିଲେ ।

    ଏହି ଅବସରରେ ଡିଏଫଓ ତ୍ୟାଗି ସବୁଜ ପତାକା ଦେଖାଇ ଶୋଭଯାତ୍ରାର ଶୁଭାରମ୍ଭ କରିଥିଲେ । ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ଗୌଡ ଓ ବନରକ୍ଷୀ ସନ୍ତୋଷ ସାହୁଙ୍କ ନେତୃତ୍ୱରେ ଶୋଭାଯାତ୍ରା ସମଗ୍ର ସହର ପରିକ୍ରମା କରି ଜନସାଧାରଣଙ୍କୁ ମୁଖ୍ୟତଃ ଜଙ୍ଗଲରେ ନିଆ ନଲଗାଇବା , ଜଙ୍ଗଲ ସହ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ,ବୃକ୍ଷରୋପଣ କରି ପରିବେଷ ସୁସ୍ଥ ରଖିବା, ଏବଂ ଜଳ ର ସତ୍‍ବ୍ୟବହାର କରିବା ପ୍ରଭୃତି ଉପରେ ପ୍ଲାକାର୍ଡ ଧରି ସ୍ଲୋଗାନ ଧରି ସଚେତନ କରାଇଥିଲେ ।
ଅନ୍ୟ ପକ୍ଷରେ ପରିବେଷ, ସବୁଜ ବନାନୀ ବୃକ୍ଷ ରୋପଣ କରିବା ଦ୍ୱାରା ପୃଥିବୀ ଉତ୍ତାପ କମିବ, ଅଧିକ ବୃଷ୍ଟି ପାତ ହେବା ସହ ଭୂମିତଳ ଜଳସ୍ତର ପରିମାଣ ବୃଦ୍ଧି ପାଇ ଲୋକଙ୍କ ଚାଷ ଓ ପାନୀୟ ଜଳ ସଙ୍କଟ ଦୂର ହୋଇ ପରିବେଷ ସୁସ୍ଥ ରହିବ, ଏ ଦିଗରେ ସମସ୍ତଙ୍କୁ ସଚେତନ କରାଇବା ଆଜିର ଏହି ଦିବସରେ ଏଭଳି କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ରେଞ୍ଜର ଏମ. ନରସିଂହ କହିଛନ୍ତି ।
    ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ବନବିଭାଗ କର୍ମଚାରୀ , ପାରା , ବନନିଆଁ ଲିଭାଳି, ଓ ହାତୀ ସୁରକ୍ଷା ସ୍କାର୍ଡ ସମେତ ବନସୁରକ୍ଷା ସମିତିର ସଦସ୍ୟ ମାନେ ଯୋଗଦେଇଥିଲେ ।

0
0
0
s2sdefault