ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯୋଜନା ଗୁଡ଼ିକର ସଫଳ ରୂପାୟନ କୃଷି ଓ କୃଷକ ମାନଙ୍କର ଉନ୍ନତି ଆଣିବ ଏଥିରେ ଦ୍ୱିମତ ନାହିଁ । ଏହି ଉଦ୍ଦେଶ୍ୟରେ କୃଷି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ରାଜ୍ୟ କୃଷି ଭବନରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିଭାଗର ୧୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଜୁନ୍ ମାସଠାରୁ ଆରମ୍ଭ କରି ପ୍ରତ୍ୟେକ ଅଧିକାରୀଙ୍କୁ ତିନିଗୋଟି ଜିଲ୍ଲା ଗସ୍ତ କରି ଯୋଜନାର କାର୍ଯ୍ୟାନ୍ୱୟନ ତଦାରଖ କରିବାକୁ ମନ୍ତ୍ରୀ ଡ଼ ସାହୁ ନିର୍ଦ୍ଦେଶ ଦେଇଥିଲେ ।
ଅଧିକାରୀମାନେ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ରାଜ୍ୟ ଯୋଜନା, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର କ୍ଷେତ୍ର ସ୍ତରରେ ଠିକ୍ କାର୍ଯ୍ୟ କରୁଛି କି ନାହିଁ ତଦାରଖ କରିବା ସଙ୍ଗେ ସଙ୍ଗେ, କାର୍ଯ୍ୟାନ୍ୱୟନରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ କ୍ଷେତ୍ର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରି ସେଥିରେ ସୁଧାର ଆଣିବା ପାଇଁ ପ୍ରଯତ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗସ୍ତର ତୁରନ୍ତ ପରେ ସଂପୃକ୍ତ ଜିଲ୍ଲା ବିଷୟରେ ବିବରଣୀ ପ୍ରମୁଖ ଶାସନ ସଚିବଙ୍କୁ ପ୍ରଦାନ କରିବା ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶାଳୟ ଗୁଡ଼ିକ ମଧ୍ୟ ସେମାନଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲା ଗସ୍ତ କରିବା ସହ କାର୍ଯ୍ୟକ୍ରମଗୁଡ଼ିକର ସୁପରିଚାଳନା ତଦାରଖ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଏବଂ ମୃତ୍ତିକା ସଂରକ୍ଷଣ ତଥା ଜଳଛାୟା ନିର୍ଦ୍ଦେଶକ, ନିଜ ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ସମ୍ବନ୍ଧରେ ଅବଗତ କରାଇଥିଲେ ।
ରାଜ୍ୟ
ବରିଷ୍ଠ ଅଧିକାରୀମାନଙ୍କୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ : ଜିଲ୍ଲା ଗସ୍ତ କରି କୃଷି କାର୍ଯ୍ୟର ତଦାରଖ କର
- Hits: 1064