ହେଡଲାଇନସ୍:

ଓଡଗାଁ ଏନଏସିର ମୂଲ୍ୟବାନ ଜମି ଜବରଦଖଲକାରୀଙ୍କ କବ୍ଜାରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଏକଦା ଶ୍ରୀରଘୁନାଥଜିଉଙ୍କ ପିଠସ୍ଥଳିଭାବେ ପ୍ରସିଦ୍ଧିଲାଭ କରିଥିବା ଓଡଗାଁ ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇବା ପରେ ଏଠାକାର ଜନବସତି ବୃଦ୍ଧିପାଇବାରେ ଲାଗିଲା । ବିଭିନ୍ନ ସ୍ଥାନମାନଙ୍କରୁ ଲୋକମାନେ ଏଠାକୁ ଆସି ଏହାର ସ୍ଥାୟୀ ବାସିନ୍ଦାରୁପେ ବସବାସ କଲେ । ସ୍ଥାନୀୟ ଅଂଚଳର ଜନସଂଖ୍ୟା  ବୃଦ୍ଧି ସହିତା ଓ ଆର୍ଥିକ ସ୍ଥିତିରେ  ଉନ୍ନତି ଆସିଲା । ପରବର୍ତ୍ତୀ ସମୟରେ ଜନ ଆନ୍ଦୋଳନ ହେବାରୁ ଓଡଗାଁ ଏନଏସି ମାନ୍ୟତା ପାଇଲା । ସହରୀ ବାସିନ୍ଦାମାନଙ୍କୁ ସମସ୍ତ ପ୍ରକାର ଅତିରିକ୍ତ ସୁବିଧା ସୁଯୋଗ ଯୋଗାଇଦେବା ଏନଏସିର ଅନ୍ୟ ଏକ ଦାୟିତ୍ୱ । ହେଲେ ବହୁମୂଲ୍ୟବାନ ସରକାରୀ ଯାଗାଗୁଡିକୁ ଜବରଦଖଲକାରୀମାନେ ମାଡିବାସିବାରୁ ସହରବାସି ଅଣନିଃଶ୍ୱାସୀ ହୋଇପଡିଲେ । ଜାରିଙ୍ଗି, ଆଖୁପଦର, ଦଲକ ଅଂଚଳରେ ଅନୁପ୍ରବେଶକାରୀମାନେ ବେଆଇନଭାବେ ସରକାରୀ ଯାଗାଗୁଡିକୁ ବିନା କାଗଜପତ୍ରରେ ବିକାକିଣା କରି ବେଶ  ଲାଭ ଉଠାଉଛନ୍ତି । ବିନା ପରିଶ୍ରମରେ ରୋଜଗାର ଯୋଗୁଁ ଏହି ଅଂଚଳ ଏକ ଅପରାଧ ନିର୍ମାଣ ସ୍ଥାନ ଭାବେ ପରିଚୟ ସୃଷ୍ଟିକଲାଣି । ଏସବୁ ଜାଣିସୁଧା ନୀରବ ରହିବା ସାଧରଣରେ ପ୍ରଶାସନର  ସ୍ୱଚ୍ଛତାନେଇ  ଘୋର ସନ୍ଦେହ ପ୍ରକାଶ ପାଇଛି । ଏଠାରେ ଗୋଟିଏ ମୁଲ୍ୟବାନ ଜମିର ଉଦାହରଣ ରଖାଯାଇପାରେ । ଓଡଗାଁ କଲେଜ ରୋଡର ଦଲକ ମୈାଜାରେ ୨ ଏକରରୁ ଉର୍ଦ୍ଧ ସରକାରୀ ଜମି  ଓ ୧୦/୧୨ଟି ଆମ୍ବଗଛ ରହିଥିଲା । ଓଡଗାଁ କଲେଜ ସ୍ଥାପନା ପରେ ଏହି ଜମି କଲେଜ ଅଧିନରେ ରହିଥିଲା । ଅନେକ ଦିନ ବିତିଯାଇଥିଲେ ମଧ୍ୟ କଲେଜ ଏହାର ସୁରକ୍ଷା ପାଇଁ ପାଚେରୀ  ନିର୍ମାଣ କରିନଥିଲେ । ଫଳରେ ଧିରେ ଧରେ ଏହିସ୍ଥାନଟି ପ୍ରଭାବଶାଳୀ ଲୋକଙ୍କ ବ୍ୟବହାରକୁ ଚାଲିଆସିଲା । ସାଧାରଣ ଲୋକଙ୍କ ଦୃଷ୍ଟିକକୁ ଏଡାଇ ଦିଆଜିବା ପାଇଁ ପ୍ରଥମେ ଏଠାରେ ଏକ ସନ୍ତୋଷୀ ମାଙ୍କ ମନ୍ଦିର ନିର୍ମାଣ କରାଗଲା । ମନ୍ଦିର ନିର୍ମାଣ ବେଳେ ଯଦିଓ ବିରୋଧ କରାଯାଇଥିଲା ପ୍ରଭାବଶାଳୀଙ୍କ ଚାପରେ ତାହା ଦବିଯାଇଥିଲା । ମନ୍ଦିର ନିର୍ମାଣ ହୋଇ ପ୍ରତିଷ୍ଠା  ସରିଲା । ପାପ ହେବବୋଲି ଧାର୍ମିକ ପିଠକୁ କେହି ବିରୋଧ ଲଲେନାହିଁ । ପ୍ରତିଷ୍ଠାର ୨ମାସ ପରେ ବର୍ତମାନ ଉକ୍ତ ସ୍ଥାନଟି  ପ୍ରଭାବଶାଳୀ ମାନଙ୍କର କବ୍ଚାକୁ ଚାଲିଗଲା । ସ୍ଥାନୀୟ ଏନଏସି, ତହସିଲ, ପୋଲିସ କତୃପକ୍ଷ ଏହି ରାସ୍ତା ଦେଇ ଗଲାବେଳେ ଜମିଟିର କ୍ରମଅନୁସାରେ ପରିବର୍ତନକୁ ସମସ୍ତେ ଦେଖିଛନ୍ତି । ଜାଣିଛନ୍ତି । ହେଲେ କୈାଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିନାହାଁନ୍ତି । ଏନଏସି ପାଇଁ ସ୍ଥାୟୀ କାର୍ଯ୍ୟାଳୟଟିଏ ନିର୍ମାଣ ପାଇଁ ବର୍ତମାନ ସୁଧା ଜମି ନିର୍ଦ୍ଧାରଣ ହୋଇ ପାରିନାହିଁ । ଓଡଗାଁରେ ସବଟ୍ରେଜେରୀ କାର୍ଯ୍ୟାଳୟ ଖୋଲିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଥିବା ବେଳେ କାର୍ଯ୍ୟାଳୟ ପାଇଁ ମଧ୍ୟ ସ୍ଥାୟୀ ଜାଗା ନିରୁପଣ ହୋଇନାହିଁ । କେବଳ ଏତିକି ନୁହେଁ ନୟାଗଡ ଜିଲ୍ଲାର ଓଡଗାଁ ତହସିଲ ଏକ ସବଡିଭିଜନ ମାନ୍ୟତା ପାଇବା ପାଇଁ ସମସ୍ତ ପ୍ରକାର ଯୋଗ୍ୟତା ଥିବା ବେଳେ ଭବିଷ୍ୟତରେ ଜମି ଅଭାବର ଆଳ ଦେଖାଇ ପ୍ରଶାସନ ଦାବିକୁ ଏଡ଼ାଇଯିବା  ପାଇଁ ଏକ ଗଳାବାଟ ପ୍ରସ୍ତୁତ ହେଉଥିବାପରି ସନ୍ଦେହ ହେଉଛି । ଏହି ସମସ୍ୟା କେବଳ ଓଡଗାଁ ସହରରେ ସିମିତନୁହେଁ  । ଗ୍ରାମାଚଂଳରୁ ଓଡଗାଁ ସହରକୁ  ସଂଯୋଗ କରୁଥିବା ମୁଖ୍ୟ ସଡକର ଉଭୟ ପାଶ୍ୱବର୍ତୀ  ଅଂଚଳ ଗୁଡିକ ମଧ୍ୟ ଜବରଦଖଲକାରୀଙ୍କ ନଜରରେ ଅଛି । ପ୍ରଶାସନ ଏଥିପାଇଁ ସମୟୋଚିତ ଆଇନ ବ୍ୟବସ୍ଥିତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକଲେ ଭବିଷ୍ୟତରେ ଜବରଦଖଲକାରୀଙ୍କୁ ହଟାଇବା ପ୍ରଶାସନ ପାଇଁ ଏକ ଚାଲେଞ୍ଜ ହୋଇ ରହିବ ।

0
0
0
s2sdefault