ହେଡଲାଇନସ୍:

ନିଳାଦ୍ରୀ ଅନୁଷ୍ଠାନ ପକ୍ଷରୁ ବଡ଼ବିଲରେ ରଜ ଉତ୍ସବ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ):ଓଡ଼ିଶାର ଗଣପର୍ବ ରଜ ବଡ଼ବିଲରେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଛି। ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ ହଲଠାରେ ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ନିଳାଦ୍ରୀ ପକ୍ଷରୁ ପାଳିତ ହୋଇଥିଲା ରଜ ଉତ୍ସବ। ଏହି ଅବସରରେ ନିଳାଦ୍ରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ସ୍ୱାଗତ ଭାଷଣରେ ରଜ ଓଡିଶାର ଏକ ନିଜସ୍ୱ ପର୍ବ ଏବଂ ରାଜ୍ୟର ପୁରପଲ୍ଲୀରେ ସାଂସ୍କୃତିକ ଚେତନା ସୃଷ୍ଟି କରିବା ଦିଗରେ ଏହାର ବିଶେଷ ଗୁରୁତ୍ଵ ରହିଛି ବୋଲି ମତ ପ୍ରକାଶ କରିଥିଲେ। ଏହି ଉତ୍ସବରେ ବଡ଼ବିଲ ବନାଞ୍ଚଳ ଅଧିକାରୀ ପଦ୍ମନାଭ ରାଉତ, ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ମିଶ୍ର, ରାଜକିଶୋର ଦାସ, ସରୋଜ ମହାପାତ୍ର, ବିଜୟ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭା ପରେ ଉପସ୍ଥିତ ଓଡ଼ିଆ ପରିବାରଙ୍କ ମଧ୍ୟରେ ଶ୍ରେଷ୍ଠ ଓଡ଼ିଆଣୀ, ରଜ ଗୀତ ପ୍ରତିଯୋଗିତା, ବଳିୟାନ ବରିଷ୍ଠ ନାଗରିକ ପ୍ରତିଯୋଗିତା ଓ ପିଲାମାନଙ୍କ ମଧ୍ୟରେ ବିଭିନ୍ନ କୌତୁକ ଖେଳ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତେ ବିଭିନ୍ନ ପ୍ରକାରର ଓଡ଼ିଆ ଖାଦ୍ୟ ଓ ବିଶେଷ ଭାବେ ପ୍ରସ୍ତୁତ ରଜ ପାନର ମଜା ଉଠାଇଥିଲେ |

0
0
0
s2sdefault