ଦିନେ ଦୁଇଦିନ ମଧ୍ୟରେ ବର୍ଷା ନହେଲେ ପରିସ୍ଥିତି ହେବ ଅଣାୟତ୍ତ
ଓଡ଼ଗାଁ,୧୪/୬ : ଓଡଗାଁ ଏନଏସି ତଥା ବ୍ଲକ ଅଂଚଳରେ ଅନେକଦିନ ଧରି ବର୍ଷା ହୋଇନଥିବା ବେଳେ ଅସହ୍ୟ ଉତ୍ତାପ ଯୋଗୁଁ କୁଅ ନଳକୁଅ ଓ ଜଳାଶୟ ମାନଙ୍କରୁ ଜଳସ୍ତର ଦୃତ ହ୍ରାସ ହେବାରେ ଲାଗିଛି । ବର୍ତମାନ ସମୟରେ କୂଅ ନଳକୂଅରୁ ନିର୍ଗମନ ହେଉଥିବା ଅଳ୍ପ ଜଳକୁ ଓଡଗାଁ ସହରବାସୀ ଜେନ ତେନ ପ୍ରକାରେଣ ବ୍ୟବହାର କରି ଏପର୍ଯ୍ୟନ୍ତ ଚଳାଇନେଇଚନ୍ତି । କିନ୍ତୁ ଆଉ ନୁହେଁ । ଶନିବାର ଠାରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରାନଗଲେ ପରବର୍ତୀ ସମୟରେ ଜଳ ପାଇଁ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିବା ଆଶଂକାକୁ ଏଡା ଯାଇ ନପାରେ । କେବଳ ଓଡଗାଁ ଏନଏସି ଅଂଚଳ ନୁହେଁ ଏହାର ପ୍ରଭାବ ଅନ୍ୟ ସମସ୍ତ ଅଂଚଳରେ ଦେଖିବାକୁ ମିଳିଲାଣି । ବିଶେଷ କରି ପାନୀୟ ଜଳ ଯୋଗାଣ ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଏନଏସି ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇ ଅନ୍ୟ ପକ୍ଷରେ ଅନେକ ଗୁଡିଏ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଅଧପନ୍ତରିୟା ହୋଇ ପଡିରହିଛି । କଣ୍ଟ୍ରାକ୍ଟର ଇଞ୍ଜିନିୟର ସର୍ବୋପରି ରାଜନେତାଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଓଡଗାଁରେ ବହୁକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରି ନହୋଇ ପଡିରହିଛି । ପନ୍ତିଖାରୀ, ପାଣ୍ଡେରିପଡା, କୁରାଳ, ସୁନାମୁହିଁ, ଗିରିଡିପଲ୍ଲୀ, କୋମଣ୍ଡ, ରୋହିବାଙ୍କ, ଆରଡା, ନନ୍ଦିଘୋର, ଗୈାଡପୁଟ, ବାଣ୍ଠପୁର, ଶରଧାପୁର, ଭାଡିକିଳା ପଂଚାୟତ ଗୁଡିକର ପ୍ରତର୍ୟକ ଗାଁକୁ ଏଯାବତ୍ ଜଳଯୋଗାଣ ବ୍ୟବସ୍ଥା ହୋଇପାରି ନାହିଁ । ଯେଉଁଠାରେ ବ୍ୟବସ୍ଥା ଉପଲବ୍ଧ ଅଛି ସେଠାରେ ସ୍ୱଳ୍ପ ଜଳ ଯୋଗୁଁ ଜଳେଯାଗାଣ ବାଧାପ୍ରାପ୍ତ ହେଉଛି । ନୟାଗଡ ଜିଲ୍ଲାପାଳ ଏନ ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଡିଆର ଡିଏର ସୃଜନ ସଭା ଗୃହରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଅଵୁସ୍ଥିତ ହୋଇଥିଲା । ରାଜନେତା, ଜିଲ୍ଲା ସ୍ତରୀୟ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ସାମ୍ନା କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହେଲା । ଠିକ ଯେତିକି ବେଳେ ଏହି ଆଲୋଚନା ଚାଲିଥିଲା ସେତେବେଳେ ଜଳାଭାବ କାରଣକୁ ନେଇ ସାଧାରଣରେ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇନଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ ଜଳାଭାବର ଟକଟତା କଣ ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ! ତେଣୁ ଏହି ସମସ୍ୟା ଗୁଡିକ ସମ୍ପର୍କରେ ସର୍ବୋଚ୍ଚ ଜିଲ୍ଲା ଅଧିକାରୀ ଓ ଜନ ପ୍ରତିନିଧି ଅଧିକ ଧ୍ୟାନ ଦେବା ପାଇଁ ଦାବି ହେଉଛି ।