ନୟାଗଡ (ବିଶ୍ୱଜିତ ନାୟକ)-ପ୍ରଥମକରି ସାରା ରାଜ୍ୟରେ ପାଳନ କରାଯାଇଥିବା ଲୋକକଳାଦିବସ ପରିପ୍ରେକ୍ଷୀରେ ଆଜି ନୟାଗଡ ଜିଲ୍ଲା ସଂସ୍କୃତିଭବନଠାରେ ଜିଲ୍ଲାସ୍ତରୀୟ ଲୋକକଳାଦିବସ ୨୦୧୯ ପାଳନ କରାଯାଇଛି I ପ୍ରଥମେ ସକାଳ ୯ଟା ସମୟରେ ନୟାଗଡ ଦକ୍ଷିଣକାଳୀ ମନ୍ଦିରଠାରୁ ଏକ ରାଲି ବାହାରି ସଂସ୍କୃତି ଭାବନଠାରେ ପହଞ୍ଚିଥିଲା I ଦିନ ୧୦ଘଣ୍ଟିକା ସମୟରେ ନୟାଗଡ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ ଏବଉଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇ କଳାର ପ୍ରଚାର ଓ ପ୍ରସାର କିପରି ହୋଇପାରିବ ତାହା ଉପରେ ଏହି ସଭାରେ ଆଲୋକପାତ କରିଥିଲେ I ୧ ଏପ୍ରିଲ ୨୦୧୧ ମସିହାରେ ଜିଲ୍ଲାସ୍ତରୀୟ ଲୋକକଳା ସଂଘ ଗଠନ କରାଯାଇଥିଲା I ଓଡ଼ିଶାରେ ପ୍ରାୟ ୪୭୧ଟି ଲୋକକଳା ରହିଅଛି I ନୟାଗଡ ଜିଲ୍ଲାରେ ପ୍ରାୟ ୧୪ପ୍ରକାରର ଲୋକକଳା ଏହି ସଂଘ ସହ ଜଡିତ ଅଛନ୍ତି I ପୁରପଲ୍ଲୀର ବିଲୁପ୍ତ କଳାକୁ କିପରି ଜାଗୃତ କରାଯାଇପାରିବ ଏବଂ କଳାକାରଟି କିପରି ସ୍ୱାବଲମ୍ବୀ ହୋଇପାରିବ ତାହା ଏହି ଜିଲ୍ଲାସ୍ତରୀୟ ଲୋକକଳା ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ନୟାଗଡ ଜିଲ୍ଲାର ଉଚ୍ଚସ୍ତରୀୟ ପଦାଧିକାରୀମାନେ କହିଥିଲେ I
ରାଜ୍ୟ
ଜିଲ୍ଲାସ୍ତରୀୟ ଲୋକକଳା ଦିବସ ୨୦୧୯ ପାଳିତ
- Hits: 451