ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ
ଇବ ନଦୀ ଶୁଖିଲା; ସୁନ୍ଦରଗଡ଼ ସହର ବାସୀ ପାଣି ପାଇଁ ଡହଳ ବିକଳ । ସହର ବାସୀଙ୍କୁ ଦୁର୍ଗନ୍ଧ ଓ ପୋକ ସଲବଲ ପାଣି ,ସୁନ୍ଦରଗଡ଼ ସହରରେ ଦେଖା ଦେଇଛି ବିଶୁଦ୍ଧ ପାନୀୟ ଜଳ ସମସ୍ୟା । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସହରକୁ ଲାଗିଥିବା ଇବ ନଦୀ ଶୁଖିଯାଇଛି,ବର୍ଷା ନହେଲେ ଆଉଟୁ ପାଉଟୁ ହେବେ ଜିଲ୍ଲା ବାସୀ । ଜିଲ୍ଲାରେ ବର୍ତ୍ତମାନ ସେହି ପୁରୁଣା ପାଇପ ଲାଇନ ଓ ପୁରୁଣା ଢଙ୍ଗରେ ଜନସ୍ୱାସ୍ଥ୍ୟ ବିଭାଗ ସହର ବାସୀଙ୍କୁ ନଦୀ କୂଳରେ ଛୋଟିଆ କୁତ୍ରିମ ଗାଡ଼ିଆ ଖୋଲି ସହରରେ ପାନୀୟ ଜଳ ଯୋଗାଇବାକୁ ଚେଷ୍ଟା ଚଳାଇଛି । ନଦୀରେ ସଇତନା ଦରହ ଓ ମହାଦେବ ପଡ଼ା ଘାଟରୁ ବାଲି ଉଥାଉଥିବା ଯୋଗୁ ଜଳ ଏବେ ଶିଉଳି କାଦୁଅରେ ଘାଣ୍ଟିହୋଇ ବିଷାକ୍ତ ହୋଇଛି କହିଲେ ଅଚୁକ୍ତି ହେବନାହିଁ । ଆଗକୁ ଏହି ମାନର୍ ପାଣି ଵ୍ୟଵହାର ଜାରି ରଖିଲେ ସହରବାସୀ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହେବା ଆଶଙ୍କା ରହିଛି । ଯଦି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷ ପ୍ରକ୍ରିୟାରେ ବିଶୋଧନ ପାନୀୟ ଉପଯୋଗୀ କରି ସହରକୁ ଯୋଗାଉଥିବା ପ୍ରକାଶ କରିଛି, ତଥାପି ପାଣି ଗୋଳିଆ ଓ ଦୁର୍ଗନ୍ଧଯୁକ୍ତ ଥିବାରୁ ତାକୁ ପିଇବା ତ ଦୂରର କଥା ପାଟିରେ ପୁରେଇଲେ ବାନ୍ତି ହେଉଥିବା ଅଭିଯୋଗ ଜନସାଧାରଣ କରିଛନ୍ତି । ,ଅନ୍ୟପଟେ ସଇତନା ଦରହରେ ମଇଁଷି, ଗୋରୁ, ଗାଈ ପଶି ଗୋଳିଆ କରୁଥିବା ବେଳେ ସେହି ପାଣି କେତେ ମାତ୍ରାରେ ବିଶୋଧିତ ହେଉଥିବ ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ମହାଦେବ ପଡ଼ା ଘାଟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ଜଳ ଉତ୍ତୋଳନ କେନ୍ଦ୍ରରେ ପାଣି ଉତ୍ତୋଳନ ଠିକ ଭାବେ ହେଉନଥିବାରୁ ମଟରରେ ପଙ୍କପଶି ଯାଉଥିବାରୁ ମଟରସଫା କରଯାଇ କିଛି କିଛି ମାତ୍ରାରେ ପାଣି ଉଠୁଛି । ପୁଣି ପଙ୍କସଫା କରି ପାଣି ଉଠାଯାଉଛି ବୋଲି ଜନସ୍ୱାସ୍ଥ୍ୟ ବିଭାଗର୍ କର୍ମଚାରୀ ମାନେ କହିଛନ୍ତି। ପ୍ରତିଦିନ ପାଣି ଉତ୍ତୋଳନରେ ସମସ୍ୟା ଦେଖା ଦେଇଥିବା ସୁଚନା ମିଳିଛି । ବିଦ୍ୟୁତର ଲୁଚକାଳି ସହ କୁତ୍ରିମ ଗଡ଼ିଆରେ ଅଳ୍ପପାଣି ଥିବାରୁ ମାତ୍ର କିଛି ସମୟ ମଟର ଚାଲିଲେ ତାହା ଶେଷ ହୋଇଯାଉଛି । ତେଣୁ ତଳେ ଥିବା ଝରଣ (ଜଳସ୍ତର) ରୁ କୁତ୍ରିମ ଗଡ଼ିଆରେ ପାଣି ଭରିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି, । ତେବେ ଇବ ନଦୀର କ୍ଷୀଣ ଜଳଧାରା କୁ ଗ୍ରୀଷ୍ମପ୍ରବାହ ପୂର୍ବରୁ ସଂରକ୍ଷିତ କରି ରଖିବାକୁ ସୁନ୍ଦରଗଡ଼ ବ୍ଲକ ପକ୍ଷରୁ ଏକ ଆସ୍ଥାୟୀ ବାଲିବନ୍ଧ ତିଆରି କରାଯାଇଥିଲା । କିନ୍ତୁ ସେହି କାମ ଅତିନିମ୍ନ ମାନର କରାଯାଇଥିବା ଯୋଗୁଁ ସାମାନ୍ୟ ଲଘୁଚାପଜନିତ ବର୍ଷାରେ ତାହା ଧୋଇଦେଇ ଥିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି ।କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଦୂରର କଥା ପ୍ରଶାସନ ତାଉପରେ ନଜର ମଧ୍ୟ ପକେଇନଥିବା ଶୁଣିବାକୁ ମିଳୁଛି । ଫଳରେ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ସୁନ୍ଦରଗଡ଼ ବାସୀଙ୍କ ଜଳ ଯନ୍ତ୍ରଣା ପ୍ରତି ଆଦୌ ସମ୍ବେଦନଶୀଳ ନୁହେଁ ,ତାହା ଏସବୁ ଅବ୍ୟବସ୍ଥାରୁ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ଜିଲ୍ଲାର ଲୋକ ସଂଖ୍ୟା ପ୍ରାୟ ୭୦ହଜାର ରୁ ଅଧିକ, ସହର ବାସୀଙ୍କ ପାଇଁ ଆବଶ୍ୟକ ତାହା ଏଯାଏ ଯୋଗାଇ ଦେବାରେ ସକ୍ଷମ ହୋଇନିି ଜନସ୍ୱାସ୍ତ୍ଥ୍ୟୟ ବିଭାଗ । ଜଳ ନଥିବାରୁ ସେ ସବୁ ବ୍ୟବସ୍ଥା ଠପ ହୋଇ ପଡ଼ିଛି, ନଦୀର କୁତ୍ରିମ ଗାଡ଼ିଆ ଆଉ ମାତ୍ର୫ଦିନ ପାଇଁ ବହୁକଷ୍ଟ ରେ ଜଳ ଯୋଗାଇବା ପାଇଁ ସକ୍ଷମ ରହିବ ଯଦି ସହରରେ ୨ରୁ୩ ଦିନ ମଧ୍ୟରେ ବର୍ଷା ନ ହୁଏ ତାହେଲେ ସହରକୁ ସମ୍ପୂର୍ଣ୍ଣ ଭାବେ ଜଳ ଯୋଗାଣ ବନ୍ଦ ହୋଇଯାଇପାରେ ବୋଲି ସାଧାରଣରେ ଆଶଙ୍କା ସୃଷ୍ଟି ହୋୋଇଛି ।ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିବର୍ଷ ହେଉଥିବା ଜଳ ସଙ୍କଟକୁ ଜିଲ୍ଲା ପ୍ରଶାସନ ତରଫରୁ ଗୁରୁତର ସହ ନେଇ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ ନକଲେ ଆଗକୁ ସ୍ଥିତ ଅସମ୍ଭାଳ ହେବାର ସମ୍ଭାବନା ରହିଛି ବୋଲି ସଁଁହର ବାସୀ ଚିନ୍ତା ପ୍ରକଟ କରିିଛନ୍ତି ।