ହେଡଲାଇନସ୍:

ଯୋଜନାର ସୁଫଳ ସାତ ସପନ ହତଭାଗିନୀ ସୁବାସିନୀଙ୍କ ପାଇଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁର୍ଦ୍ଦଶା ଭିତରେ ଦିନ କାଟୁଥିବା ଏହି ଅସହାୟ ବିଧବାଙ୍କ କଣ ମିଳି ପାରିବନି ବାସ ???

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି I ଯାହାର ବାସଘର ନାହିଁ I ସେମାନେ ରହିବା ପାଇଁ ବିଜୁପକ୍କା ଘର ଯୋଜନା ,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରଚଳନ କରିଛନ୍ତି ,ହେଲେ ଉପଯୁକ୍ତ ବ୍ୟକ୍ତିଙ୍କୁ ଏହି ଯୋଜନା ସାତ ସପନ ହୋଇଛି I ପ୍ରକୁତ ହିତାଧିକାରୀ ଏହି ଯୋଜନା ର ସୁଫଳ ପାଇ ପାରୁ ନଥିବା ବେଳେ କିଛି ଧନିକ ଗୋଷ୍ଠୀ ବିଭିନ୍ନ ରାଜନୀତିକ ନେତାଙ୍କ ବାହୁ ଛାୟାତଳେ ରହି ଏହି ଯୋଜନା ର ସୁଫଳ ପାଉଥିବା ଅଭିଯୋଗ ହେଉଛି I ଏମିତି ଜଣେ ହିତାଧିକାରୀ ଅଛନ୍ତି ,ଯିଏ ସ୍ୱାଧିନତା ର ୭୨ ବର୍ଷ ପରେ ବି ତାଙ୍କୁ ଏହି ଯୋଜନା ର ସୁଯୋଗ ମିଳିପାରିନି I ସେ ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସବଡିଭିଜନ ଯୁଯୋମୁରା ବ୍ଲକ ଡଙ୍ଗରପଡା ପଞ୍ଚାୟତ ହିରୋ ଗ୍ରାମର I ତାଙ୍କ ନାମ ସୁବାସିନୀ ମାଝୀ ବୟସ ୫୦ ବର୍ଷ I ସ୍ୱାମି ସ୍ୱର୍ଗତ ଭୀଷ୍ମ ମାଝୀ I ତାଙ୍କର ଛୋଟ ଛୋଟ ତିନି ପୁଅ I ଗରିବ ଆଦିବାସୀ ସଂପ୍ରଦାୟର I ନଡ଼ା ଛପର ଘର I ଜମି ବାଡ଼ି କିଛି ନାହିଁ I ବର୍ଷା ଦିନେ ଘର ଭିତରେ ଆଣ୍ଠୁଏ ପାଣି I ବିପିଏଲ ହିତାଧିକାରୀ ହୋଇଥିଲେ ମଧ୍ୟ ବିଜୁଳି ସଂଯୋଗ ଏ ଯାଏଁ ହୋଇପାରି ନାହିଁ I ସ୍ୱାମି କେବେଠୁ ଆର ପାରିକି ଚାଲି ଗଲେଣି I ପର ଘରେ ମୁଲ ଲାଗି ପେଟ ପୋଷନ୍ତି I ସରପଞ୍ଚ ରୁ ଆରମ୍ଭ କରି ବହୁ ଅଫିସର ଙ୍କ ଠାରେ ଲିଖିତକାର ରେ ଜଣେଇଥିଲେ ମଧ୍ୟ ଏଯାଏଁ ସୁବାସିନୀ ର ଗୁହାରି କେହି ବି ଶୁଣୁନାହାନ୍ତି I ଜନୈକ ସମାଜିକ କର୍ମୀ ନବନିର୍ବାଚିତ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ସାଂସଦ ନିତେଶ ଗଙ୍ଗଦେବ ,ସମ୍ବଲପୁର ଏବଂ ଯୁଯୋମୁରା ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି I ଏଭଳି ଜଣେ ଗରିବ ଆଦିବାସୀ ବିଧବା ମହିଳା ପ୍ରତି ସମ୍ବଲପୁର ଜିଲ୍ଲାପାଳ ଦୁଷ୍ଟି ଦେବାକୁ ଦାବି ହେଉଛି I

0
0
0
s2sdefault