ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସମସ୍ତ ପଦାଧିକାରୀ ତଥା କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତିା ଆଜି ପୂର୍ବାହ୍ନରେ ସଚିବାଳୟସ୍ଥିତ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆହୂତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ବିଭାଗର ସମସ୍ତ ପଦାଧିକାରୀମାନଙ୍କ ତତ୍ପରତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଛନ୍ତିା
ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗର ବିଭିନ୍ନ ପ୍ରଭାଗ ଓ ଅଧିନସ୍ଥ ଅନୁଷ୍ଠାନ ଗୁଡ଼ିକର ବହୁବିଧ କାର୍ଯ୍ୟକ୍ରମ ତଥା ସମସ୍ୟା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲୋ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ରାଜ୍ୟର ସାଂସ୍କୃତିକ ଓ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିଗୁଡ଼ିକର ଉନ୍ନତିକରଣ ଓ ସୁରକ୍ଷା ଉପରେ ପ୍ରଯତ୍ନ ସମେତ ରାଜ୍ୟରେ ଥିବା ୨୧୮ଟି ସୁରକ୍ଷିତ କୀର୍ତ୍ତି ମଧ୍ୟରୁ କେତେଗୁଡ଼ିକୁ କେନ୍ଦ୍ରୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ସଂରକ୍ଷଣ ନିମନ୍ତେ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଥିଲୋ ସେହି ପରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅଧିକ ସଂଖ୍ୟକ କଳାକାରଙ୍କୁ ସାମିଲ କରାଯିବା ନିମନ୍ତେ ବିଭାଗ ତତ୍ପରତା ପ୍ରକାଶ କରିବା,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଅନୁଦାନ ବିବରଣୀର ଡିଜିଟାଇଜେସନ୍ ଏବଂବିଭିନ୍ନ ସ୍ଥାନକୁ ଯାଉଥିବା ସାଂସ୍କୃତିକ ଦଳଗୁଡ଼ିକର ପ୍ରଦର୍ଶନ ବାବଦରେ ସଂପୃକ୍ତ ସ୍ଥାନର ଦର୍ଶକମାନଙ୍କ ମତାମତ ସଂଗ୍ରହ କରାଯିବା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲୋ
ରାଇବଣିଆ ପରି ପ୍ରାଚୀନ ଦୁର୍ଗ ତଥା ଐତିହ୍ୟଗୁଡ଼ିକର ନବୀକରଣ ସାଙ୍ଗକୁ ସେଗୁଡ଼ିକୁ ଅଧିକ ପର୍ଯ୍ୟଟକ ଅନୁକୂଳ ଆକର୍ଷଣୀୟ ସ୍ଥାନ ଭାବରେ ଗଢ଼ିତୋଳିବା ଉପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଥିଲୋ ପ୍ରମୁଖ ଶାସନ ସଚିବ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଏହି ବୈଠକରେ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ, ସ୍ୱତନ୍ତ୍ର ଶାସନ ସଚିବ ରାମକୃଷ୍ଣ ସାହୁ, ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତ ପଥୀ ଓ ଲିପ୍ସା ଦାସ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳ ପତି ପ୍ରଫେସର କମଳାକାନ୍ତ ମିଶ୍ର, ସାହିତ୍ୟ ଏକାଡେମୀ ସଚିବ ଡ. ଜୟନ୍ତୀ ରଥ, ସଂଗୀତ ନାଟକ ଏକାଡେମୀ ସଚିବ ବିଜୟ ଜେନା, ଲଳିତ କଳା ଏକାଡେମୀ ସଚିବ ତଥା ଯୁଗ୍ମ ଶାସନ ସଚିବ ମନସ୍ୱିନୀ ସାହୁ, ଦକ୍ଷିଣ ଏସୀୟ ନୌବାଣିଜ୍ୟ ପ୍ରତିଷ୍ଠାନର ସଚିବ ଡ. ସୁନୀଲ କୁମାର ପଟ୍ଟନାୟକ, ଗୁରୁ କେଳୁଚରଣ ମହା ପାତ୍ର ଓଡ଼ିଶା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ସଂଗୀତ ଗୋସାଇଁ, ଉର୍ଦ୍ଦୁ ଏକାଡେମୀର ସଚିବ ଡ. ସୈଦ୍ ମୁସରଫ୍ ଆଲାମ୍, ସହକାରୀବିତ୍ତ ପରାମର୍ଶଦାତା ଠାକୁର ଦାସ ହାଁସଦା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲୋ