ଭୁବନେଶ୍ୱର :-ଗତ ୩୧ ତାରିଖ ଦିନ ଜଣେ ଗରିବଲୋକ ତାଙ୍କ ସ୍ତ୍ରୀଙ୍କୁ ନୂଆପଡ଼ା ଡାକ୍ତରଖାନାରେ ପ୍ରସଵପାଇଁ ଭର୍ତ୍ତି କରିଥିଲେ । ମହିଳା ଜଣକ ପୂର୍ବରୁ ଯକ୍ଷ୍ମା ରୋଗୀ । ପ୍ରସବ ସମୟରେ ତାଙ୍କର ଶରୀରରେ ରକ୍ତର ଅଭାବ ଦେଖାଦେବାରୁ ଡାକ୍ତର ତୁରନ୍ତ ରକ୍ତ ଦେବାପାଇଁ ପରାମର୍ଶ ଦେଇଥିଲେ । ରକ୍ତ ଭଣ୍ଡାରରେ ସେହି ଗ୍ରୁପ ରକ୍ତ ନଥିଲା । ଗରିବ ଲୋକଟି ହତାଶ ହେଇ ରକ୍ତ ଖୋଜାଖୋଜି କରିବା ସମୟରେ ପହଞ୍ଚି ଯାଇଥିଲା କେହି ଜଣେ ତାଙ୍କୁ ପଠାଇ ଦେଇଥିଲେ ଯୁବ ସମାଜସେବୀ ଶ୍ରୀ ଟିଟୁ ପଣ୍ଡା ଙ୍କର ଘରକୁ । ଶ୍ରୀ ପଣ୍ଡା ଲୋକଟିର ଆବଶ୍ୟକତାକୁ ଅନୁଭବ କରି ତୁରନ୍ତ ରକ୍ତ ଖୋଜାରେ ବ୍ୟସ୍ତ ହେଇଯାଇଥିଲେ | ସେହି ଗ୍ରୁପର ଯେଉଁମାନେ ଥିଲେ ସେମାନଙ୍କୁ ପଚାରିଲେ | ହେଲେ ପ୍ରବଳ ଖରା ହେଉଥିବାରୁ ରକ୍ତ ଦେବାକୁ ସେମାନେ କୁଣ୍ଠା ପ୍ରକାଶ କରିଥିଲେ । ଶ୍ରୀ ପଣ୍ଡାଙ୍କର ବ୍ୟସ୍ତତାକୁ ଅନୁଧ୍ୟାନ କରି ଓ ସମୟର ଆବଶ୍ୟକତାକୁ ଅନୁଭବ କରି ଶ୍ରୀ ପଣ୍ଡାଙ୍କ ସହଧାର୍ମିଣୀ ଶ୍ରୀମତି ଐଶ୍ୱର୍ଯ୍ୟlରାଣୀ ପଣ୍ଡା ସ୍ୱାଇଛାରେ ରକ୍ତ ଦାନ କରିବା ପାଇଁ ଆଗେଇ ଆସିଥିଲେ | ଆଉ ହସ୍ପିଟାଲ ଯାଇ ରକ୍ତ ଦାନ କରିବା ପରେ ସେ ମହିଳାଙ୍କ ପାଇଁ ଜରୁରୀ ଭାବେ ଆବଶ୍ୟକ ଥିବା ରକ୍ତ ଯୋଗାଡ ହୋଇପାରିଲା ଓ ମହିଳାଙ୍କ ପାଇଁ ତାହା ବରଦାନ ସଦୃଶ ହୋଇଥିଲା । ଶ୍ରୀମତି ପଣ୍ଡାଙ୍କର ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରାଯାଇଥିଲା | ଐଶ୍ୱର୍ଯ୍ୟlଙ୍କ ଏହି କାର୍ଯ୍ୟ ସାଧାରଣ ବା ଛୋଟିଆ ହୋଇପାରେ ହେଲେ ନୂଆପଡା ଭଳି ଉପାନ୍ତ ଅଂଚଳରେ ଏହା ଅନେକଙ୍କୁ ରକ୍ତଦାନ କରିବାର ପ୍ରେରଣା ଯୋଗାଇଛି ।
କାରଣ ଏବେ ବି ଲୋକ ରକ୍ତ ଦାନ କରିବାକୁ ଡରୁଛନ୍ତି ବା ପଛ ଘୁଂଛା ଦେଉଛନ୍ତି ଯାହା ଫଳରେ କି ଆଜି ବି ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ପ୍ରଚୁର ଅଭାବ ପରିଲକ୍ଷିତ ହେଉଛି । ସହରାଞ୍ଚଳରେ ଯଦିଓ ଅବସ୍ଥା କିଛି ମାତ୍ରାରେ ଠିକ ଅଛି କିନ୍ତୁ ଗ୍ରାମାଞ୍ଚଳ ଓ ପଛୁଆ ଅଂଚଳରେ ଆଜି ବି ଲୋକେ ରକ୍ତ ଅଭାବରୁ ଅନେକ ସମସ୍ୟା ର ସମ୍ମୁଖୀନ ହେବେ ସହିତ ଅକାଳ ମୃତ୍ୟୁବରଣ କରୁଛନ୍ତି |
ନୂଆପଡାରେ ଅନବରତ ରକ୍ତର ଅଭାବରେ ହେଉଥିବା ସମସ୍ୟାକୁ ହୃଦବୋଧ କରି ଐଶ୍ୱର୍ଯ୍ୟlଙ୍କ ସ୍ୱାମୀ ନୂଆପଡା ଅଂଚଳର ଯୁବ ସମାଜସେବୀ ତଥା ସଂଗଠକ ଶ୍ରୀ ଟିଟୁ ପଣ୍ଡା ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ନୂଆପଡା ଅଂଚଳରେ ଯେମିତି ରକ୍ତର ଅଭାବ ନହେବ ସେଥି ପାଇଁ ସେ ଚଳାଇଛନ୍ତି ଏକ ଅଭିଯାନ । ଗତ କିଛିଦିନ ତଳେ ସେ ତାଙ୍କର ଫେସବୁକ ପେଜରେ ପୋଷ୍ଟ କରି ଅଂଚଳବାସୀଙ୍କୁ ରକ୍ତଦାନ କରିବା ପାଇଁ ଅନୁରୋଧ କରିବା ସହିତ ଜରୁରୀକାଳୀନ ପରିସ୍ଥିତିରେ ରକ୍ତଦାନ ପାଇଁ ନିଜ ଟେଲିଫୋନ ନମ୍ବର ଓ ବ୍ଲଡ଼ ଗ୍ରୁପକୁ ନୂଆପଡା ବିଜୁ ଜନତା ଦଳର କାର୍ୟାଳୟରେ ଲିପିବଦ୍ଧ କରାଇବା ପାଇଁ ନିବେଦନ କରିଥିଲେ । ଶ୍ରୀ ପଣ୍ଡାଙ୍କର ଏହି ନିବେଦନ ଲୋକଙ୍କ ଭିତରେ ପ୍ରଭାବ ପକାଇଲା ଓ ସ୍ବେଚ୍ଛାକୃତ ଭାବରେ ରକ୍ତ ଦାନ କରିବା ପାଇଁ ଅଦ୍ୟାବଧି 200ରୁ ଅଧିକ ମହିଳା ଓ ପୁରୁଷ ନିଜର ନାମ ଲିପିବଦ୍ଧ କରାଇ ସାରିଛନ୍ତି । ଏହି ସଂଖ୍ୟା ଆଗକୁ ବହୁତ ବଢିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।।
ରାଜ୍ୟ
କାମ ଛୋଟିଆ, ହେଲେ ଅନେକଙ୍କୁ ରକ୍ତ ଦାନ ପାଇଁ ପ୍ରେରଣା ଯୋଗାଇଲେ ଐଶ୍ୱର୍ଯ୍ୟl
- Hits: 2013