ହେଡଲାଇନସ୍:

ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୩୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ପଟ୍ଟନାୟକ ସୋମବାର ଦିନ ଶିକ୍ଷକତା କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଅବସରପ୍ରାପ୍ତ ବ୍ଳକ ଶିକ୍ଷାଧିକାରୀ ବଟକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅବସରକାଳୀନ ସଭାରେ ଓଡ଼ଗାଁ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ କମଳିନୀ ବେହେରା, ରଘୁନାଥ ମଲ୍ଲିକ, ଅବସର ପ୍ରାପ୍ତ ଶିକ୍ଷକ ପିତବାସ ସାହୁ, ବୈକୁଣ୍ଠନାଥ ମିଶ୍ର,
ଶ୍ରୀମନ୍ତ ମହାରଣା, ପଞ୍ଚାନନ ପଣ୍ଡା ଅଂଶଗ୍ରହଣ କରି ପ୍ରଭାତୀ ପଟ୍ଟନାୟକଙ୍କ ଶିକ୍ଷକତା ଜୀବନର କୃତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ସେ ଜଣେ ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ଜଣାଶୁଣା ଥିଲେ। ତାଙ୍କର ଅବସର ସମୟରେ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶଗ୍ରହଣ କରି ଅବଶିଷ୍ଟ ନିରାମୟ ଜୀବନ ଯାପନ ସହିତ ଉପହାର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ନରେଶ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ସେହିପରି କୋମଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ମାଗେତା ବେହେରା ଏବଂ ଚନ୍ଦ୍ରମଣି ନାୟକଙ୍କୁ ଅନୁରୁପ ଭାବେ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଅଭିଭାବକ ମାନେ ଶିକ୍ଷକ ଦୁହିଁଙ୍କୁ ସମ୍ମାନ ଜଣେଇବା ସହିତ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇଥିଲେ । ଶୋଭାଯାତ୍ରାରେ ଯାଉଥିବା ଶିକ୍ଷକଙ୍କୁ ଅଭିଭାବକ ମାନେ ପଦବନ୍ଦନା ଓ ବନ୍ଦାପନା କରୁଥିବା ଦେଖିବାକୁ ମିଳିଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ଶିକ୍ଷକ ରଞ୍ଜନ କୁମାର ଦାଶ, ମନୋଜ କୁମାର ନାୟକ ସହଯୋଗ କରିଥିଲେ ।

0
0
0
s2sdefault