ଭୁବନେଶ୍ୱର, ଜୁନ୍ ୩୦ : ଦନ୍ତ ଚିକିତ୍ସା, ଶିକ୍ଷା, ଗବେଷଣା, ନୂତନତା ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଉପକୁଳପତି (ଗବେଷଣା ସହଭାଗିତା) ପ୍ରଫେସର (ଡାକ୍ତର) ନୀତା ମହାନ୍ତିଙ୍କୁ ସମ୍ମାନଜନକ ରୟାଲ କଲେଜ ଅଫ୍ ଫିଜିସିଆନ୍ସ ଆଣ୍ଡ ସର୍ଜନସ୍ ଅଫ୍ ଗ୍ଲାସଗୋ ଫେଲୋସିପରେ ସମ୍ମାନିତ କରାଯାଇଛି ।
୪୨୫ ବର୍ଷ ପୁରାତନ ରୟାଲ କଲେଜ ଅଫ୍ ଫିଜିସିଆନ୍ସ ଆଣ୍ଡ ସର୍ଜନସ ଅଫ୍ ଗ୍ଲାସଗୋ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ବୃତିରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ଏକ ଅନୁଷ୍ଠାନ ।
ପ୍ରଫେସର (ଡାକ୍ତର) ମହାନ୍ତି ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍)ର ଡିନ୍ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ମୁଖ ସ୍ୱାସ୍ଥ୍ୟ ଏବଂ ଦନ୍ତ ଚିକିତ୍ସା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେ ୨୮ ବର୍ଷରୁ ଉର୍ଧ୍ଵ ଶିକ୍ଷା ଦାନ କାର୍ଯ୍ୟରେ ସଂପୃକ୍ତ ରହିଛନ୍ତି । ତାଙ୍କ ଦ୍ୱାରା ଲିଖିତ ୧୦୦ରୁ ଊଦ୍ଧ୍ୱର୍ ସନ୍ଦର୍ଭ ବିଭିନ୍ନ ଆନ୍ତର୍ଜାତିକ ଜର୍ନାଲରେ ପ୍ରକାଶିତ ହୋଇଛି ।
ପ୍ରଫେସର ମହାନ୍ତି ମଧ୍ୟ ଆଇଡିଏସରେ ଓରାଲ ପାଥୋଲଜି ଓ ମାଇକ୍ରୋବାୟୋଲଜି ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରିବା ସହିତ କକ୍ରେନ୍ ଇଣ୍ଡିଆ ଆଫିଲିଏଟ୍ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ପୂର୍ବରୁ ପ୍ରଫେସର ମହାନ୍ତିଙ୍କୁ ଆମେରିକା ସ୍ଥିତ ଏକାଡେମୀ ଅଫ୍ ଡେଂଟିଷ୍ଟ୍ରି ଇଂଟରନ୍ୟାସ୍ନାଲ୍ ପକ୍ଷରୁ ଫେଲୋସିପ୍ ପ୍ରଦାନ କରାଯାଇଥିବା ବେଳେ ତାଙ୍କୁ ଡକ୍ଟର ଏ.ପି.ଜେ. ଅବ୍ଦୁଲ କାଲାମ ଜାତୀୟ ପୁରସ୍କାର, ବେଷ୍ଟ ଡେଂଟାଲ୍ ଆଡମିନିଷ୍ଟେ୍ରଟର ଆୱାର୍ଡ ଓ ଟାଇମ୍ସ ପାୱାର ୱମାନ୍ ଆୱାର୍ଡ ମଧ୍ୟ ମିଳିଛି ।
ରାଜ୍ୟ
ସୋଆ ଉପକୁଳପତିଙ୍କୁ ରୟାଲ କଲେଜ ଅଫ୍ ଫିଜିସିଆନ୍ସ ଆଣ୍ଡ ସର୍ଜନସ୍ ଅଫ୍ ଗ୍ଲାସଗୋ ଫେଲୋସିପ୍ ସମ୍ମାନ
- Hits: 151